ETV Bharat / state

ବିଜେପି ବିରୋଧରେ ସଂଗୀନ ଅଭିଯୋଗ ଆଣି ECI ଙ୍କୁ ଭେଟିଲା ବିଜେଡି

author img

By

Published : Oct 27, 2022, 6:22 PM IST

Updated : Oct 27, 2022, 7:03 PM IST

ବିଜେଡି ଅଭିଯୋଗ କରିଛି ରାଜ୍ୟର ସ୍ବଂୟ ସହାୟିକା ଗୋଷ୍ଠୀ (Self Helf Groups) ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରୁଛି ବିଜେପି । ନିର୍ବାଚନ ହାରିଯିବା ଭୟରେ ବ୍ୟାପକ ଭାବେ ଟଙ୍କା ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଧାମନଗର ଉପନିର୍ବାଚନ (Dhamnagar ByPoll) ରେ ବିଜେପି ଅନୈତିକ କାର୍ଯ୍ୟ କରୁଛି । ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ସ୍ଥାନୀୟ ପୋଲିସ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବିଜେପି ନେତା ଓ କର୍ମୀ । ଯାହା ଦ୍ବାରା ନିରପେକ୍ଷ ନିର୍ବାଚନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏମିତି ଏକାଧିକ ଅଭିଯୋଗ ଆଣି ଆଜି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଙ୍କୁ ସାକ୍ଷାତ କରିଛି ବିଜେଡିର ଏକ ପ୍ରତିନିଧି ଦଳ ।

  • A delegation of Biju Janta Dal (BJD) submitted a complaint to Chief Election Commissioner in New Delhi against Odisha Bharatiya Janata Party (BJP) leaders and workers alleging them for indulging in electoral illegalities and malpractices in Dhamnagar Assembly by-poll in Odisha. pic.twitter.com/bbLKGvGPAE

    — ANI (@ANI) October 27, 2022 " class="align-text-top noRightClick twitterSection" data=" ">

ନିଜ ଦାବିପତ୍ରରେ ବିଜେଡି ପ୍ରତିନିଧି ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି । ବିଜେଡି ଅଭିଯୋଗ କରିଛି ରାଜ୍ୟର ସ୍ବଂୟ ସହାୟିକା ଗୋଷ୍ଠୀ (Self Helf Groups) ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରୁଛି ବିଜେପି । ନିର୍ବାଚନ ହାରିଯିବା ଭୟରେ ବ୍ୟାପକ ଭାବେ ଟଙ୍କା ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ।

ଏହାବି ପଢନ୍ତୁ- BJP delegation Meet ECI : ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛି ବିଜେଡି: ଧର୍ମେନ୍ଦ୍ର ପ୍ରଧାନ

ଏହାସହ ପୋଲିସ ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ଚାପ ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ବିଜେଡି ନିଜ ଦାବିପତ୍ରରେ ଦର୍ଶାଇଛି । ଟଙ୍କା ବାଣ୍ଟି ନିର୍ବାଚନ ଜିତିବାକୁ ରାଜ୍ୟ ବିଜେପି ନେତା ଉଦ୍ୟମ କରୁଛନ୍ତି । ତୁରନ୍ତ ଏହି ସବୁ କାମରୁ ନିବୃତ୍ତ ରହିବା ପାଇଁ ବିଜେପିକୁ କଡା ନିର୍ଦ୍ଦେଶ ଦେବାସହ ଭୟମୁକ୍ତ ସ୍ବଚ୍ଛ ନିରପେକ୍ଷ ନିର୍ବାଚନ କରାଇବାକୁ ବିଜୁ ଜନତା ଦଳ ଦାବି କରିଛି ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ମଣ୍ଡଳୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ ଥିଲେ ।

ଏହାବି ପଢନ୍ତୁ- ପାକିସ୍ତାନକୁ ରାଜନାଥଙ୍କ ସ୍ପଷ୍ଟ ଚେତାବନୀ: ଭାରତକୁ ଫେରିବ ଗିଲଗିଟ୍‌ ଓ ବେଲୁଚିସ୍ତାନ

ସୂଚନାଯୋଗ୍ଯଯେ ଧାମନଗର ଉପନିର୍ବାଚନକୁ ନେଇ, ଶାସକ ବିଜୁ ଜନତା ଦଳ (Biju Janata Dal ) ସମେତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Chief Electoral Officer) ଙ୍କ ବିରୋଧରେ ଏକାଧିକ ଅଭିଯୋଗ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan ) ଙ୍କ ନେତୃତ୍ବରେ ବିଜେପି ଟିମ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ପରେ ଧର୍ମେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ବିରୋଧରେ ଏକାଧିକ ସଂଗୀନ ଅଭିଯୋଗ ଆଣିଥିଲେ । ଏହାସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

Last Updated : Oct 27, 2022, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.