ଭଦ୍ରକ: ଚାନ୍ଦବାଲି ବ୍ଳକରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ୭ ଦିନ ବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଛି । ଏଥିନେଇ ବିଜେପି ପକ୍ଷରୁ ବଡ଼ ଓସ୍ତିଆ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ବିଜେପିର କର୍ମୀମାନେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସାମିଲ ହୋଇ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି ।
ଏହି ସେବା ସପ୍ତାହ ମାଧ୍ୟମରେ କର୍ମୀମାନେ ୧୪ରୁ ୨୦ ତାରିଖ ଯାଏ ପ୍ରତି ପଞ୍ଚାୟତରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ, ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ