ETV Bharat / state

ପରମ୍ପରାକୁ ମାତ ଦେଲା ମହାମାରୀ, ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଐତିହାସିକ ବୁଢା ଗଣେଶ - ଭଦ୍ରକର 500 ବର୍ଷର ପରମ୍ପରା

ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧ ଅବସ୍ଥାରେ ସେ ବୁଢା ଗଣେଶ । 500 ବର୍ଷର ପରମ୍ପରାକୁ କୋରୋନା କାଳରେ ମଧ୍ୟ ବଜାୟ ରଖିଛି ଭାଇଚାରାର ସହର ଭଦ୍ରକ । ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ପୂଜାରେ ଅଂଶଗ୍ରହଣ କରିଥାନ୍ତି । ହେଲେ ଚଳିତ ବର୍ଷ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ଅଧିକ ପଢନ୍ତୁ...

ମହାମାରୀରେ ମାତ ଖାଇଲା ପରମ୍ପରା, ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଐତିହାସିକ ବୁଢା ଗଣେଶ

author img

By

Published : Aug 24, 2020, 2:00 PM IST

ଭଦ୍ରକ: କୋରୋନା କାଳରେ 500 ବର୍ଷର ଐତିହାସିକ ପରମ୍ପରାରେ ଲାଗିଛି ଲଗାମ । ଭଦ୍ରକ ସହର ପୁରୁଣାବଜାର ଅଞ୍ଚଳରେ ମୋଗଲ ସାମ୍ରାଜ୍ୟ ବେଳୁ ପୂଜା ପାଇ ଆସୁଛନ୍ତି ବୁଢା ଗଣେଶ। କାଳକ୍ରମେ ଟୋକା ଗଣେଶ ଏବଂ ପିଲା ଗଣେଶ ଦୀର୍ଘ ବର୍ଷ ଧରି ପୂଜା ପାଉଛନ୍ତି । ଏକ ମାସ ଧରି ଏହି ବୁଢା, ଟୋକା ଓ ପିଲା ଗଣେଶ ପୂଜା ପାଇଥାନ୍ତି । ହେଲେ ଏବେ କୋରୋନା କଟକଣା ମଧ୍ୟରେ ମାସେ ଧରି ଚାଲିବାକୁ ଥିବା ଏହି ପରମ୍ପରା ପୁରା ଫିକା ପଡିଯାଇଛି ।

ମହାମାରୀରେ ମାତ ଖାଇଲା ପରମ୍ପରା, ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଐତିହାସିକ ବୁଢା ଗଣେଶ

ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧ ଅବସ୍ଥାରେ ସେ ବୁଢା ଗଣେଶ । 500 ବର୍ଷର ପରମ୍ପରାକୁ କୋରୋନା କାଳରେ ମଧ୍ୟ ବଜାୟ ରଖିଛି ଭାଇଚାରାର ସହର ଭଦ୍ରକ । ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ପୂଜାରେ ଅଂଶଗ୍ରହଣ କରିଥାନ୍ତି । ହେଲେ ଚଳିତ ବର୍ଷ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ପୂର୍ବ ପରି ମଣ୍ଡପରେ ଦେଖିବାକୁ ମିଳୁନାହିଁ ସେହି ଉତ୍କଣ୍ଠା ଆଉ ଚମକ । ବିଧି ପାଳନ କରିବା ସହ ଯଥା ରୀତି ମାସେ କାଳ ସବୁ କିଛି ଚାଲିବ କୋଭିଡ କଟକଣା ମଧ୍ୟରେ । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବୁଢା ଗଣେଶ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ।

ବିଶ୍ବାସ ରହିଛି କି ବୁଢା ଗଣେଶଙ୍କ ପାଖେ ଯିଏ ଯାହା ମାନସିକ କରନ୍ତି ତାହା ପାଆନ୍ତି ବୋଲି ବିଶ୍ଵାସ ରହିଛି । ତେଣୁ ମାନସିକ ପୂରଣ କରିବା ପାଇଁ ଏଠାରେ ନଡିଆ ପୂଜା କରାଯାଏ। ହେଲେ ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ଭକ୍ତମାନେ ବୁଢା ଗଣେଶଙ୍କୁ ଦର୍ଶନ କରିବାରେ ମଧ୍ୟ ବାରଣ କରାଯାଇଛି । କେବଳ ବିଧି ରକ୍ଷା କରିବା ପାଇଁ ଏଠାରେ ଅନୁଷ୍ଠିତ ହେଉଛି ବିଘ୍ନ ବିନାଶକ, ଲମ୍ବୋଦର, ଗୌରୀ ନନ୍ଦନ ଗଜାନନଙ୍କ ପୂଜା । ସେପଟେ ସମୟ କ୍ରମେ 1970 ମସିହାରେ ଆରମ୍ଭ ହୋଇଥିବା ଟୋକା ଗଣେଶ ଆଜି ପର୍ଯ୍ୟନ୍ତ ପୂଜା ପାଇ ଆସୁଛନ୍ତି । ଟୋକା ଗଣେଶର ବିଶେଷତ୍ବ ହେଉଛି ଚାନ୍ଦି ମେଢ଼। ଯାହାକି ସାରା ଓଡିଶା ପ୍ରସିଦ୍ଧ। ହେଲେ ଚାନ୍ଦି ମେଢ଼ର ଚମକ ଚଳିତ ବର୍ଷ ଯେମିତି ଫିକା ପଡ଼ିଯାଇଛି।

ସେହିପରି କୁଆଁସରେ ମଧ୍ୟ 1993 ମସିହାଠାରୁ ଆରମ୍ଭ ହୋଇଥିଲା ପିଲା ଗଣେଶ ପୂଜା । ଏକ ମାସ ଧରି ସ୍ଥାନୀୟ ଲୋକେ ଏଠାରେ ଆମିଷ କେହି ଖାଆନ୍ତି ନାହିଁ । ଅତି ନିଷ୍ଠାର ସହ ଏଠାରେ ପାଳନ କରାଯାଏ ପିଲା ଗଣେଶ ପୂଜା। ହେଲେ ଚଳିତ ବର୍ଷ କେବଳ ବିଧି ରକ୍ଷା ପାଇଁ ପୂଜା ପାଉଛନ୍ତି ପିଲା ଗଣେଶ । ଅନ୍ୟପକ୍ଷରେ ଏହି ଐତିହାସିକ ପୂଜା ପରିଚାଳନା ନେଇ ପ୍ରଶାସନିକ କଟକଣା ଉପରେ ଆଙ୍ଗୁଳି ଉଠାଇଛନ୍ତି ବୁଦ୍ଧିଜୀବୀ ।

ତେବେ ମାସକ ପରେ ତିନି ଗଣେଶଙ୍କୁ ବିଦାୟ ଦେବ ଭାଇଚାରାର ସହର ଭଦ୍ରକ । ହେଲେ ଭସାଣି ଉତ୍ସବରେ ଆଉ ଶୁଭିବନି ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର କି ଦେଖିବାକୁ ମିଳିବନି ମୁଖ୍ୟ ଆକର୍ଷଣ ବୋଲାଉଥିବା ଆଦିବାସୀ ମହିଳାଙ୍କ ନାଚଗୀତ । ଯାହା ସହରବାସୀଙ୍କୁ ଅଧିକ ଦୁଃଖିତ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.