ETV Bharat / state

5T ସଚିବଙ୍କ କାର୍ଯ୍ୟକ୍ରମରେ 5 ମହିଳା ଅସୁସ୍ଥ, ଚାଲିଛି ଚିକିତ୍ସା

5T ସଚିବଙ୍କ ବାସୁଦେବପୁର ବ୍ଲକ ଗସ୍ତ ସମୟରେ 5 ଜଣ ମହିଳା ଅସୁସ୍ଥ। ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଅଧିକ ପଢ଼ନ୍ତୁ

author img

By

Published : Jun 12, 2023, 7:31 PM IST

5T ସଚିବଙ୍କ ବାସୁଦେବପୁର ବ୍ଲକ ଗସ୍ତ ସମୟରେ 5 ଜଣ ମହିଳା ଅସୁସ୍ଥ

ଭଦ୍ରକ: 5T ସଚିବଙ୍କ ବାସୁଦେବପୁର ବ୍ଲକ୍‌ ଗସ୍ତ । 5T ସଚିବଙ୍କ କାର୍ଯ୍ୟକ୍ରମ ସମୟରେ ପ୍ରବଳ ଖରା ଏବଂ ଗୁଳୁଗୁଳି ଯୋଗୁ 5 ଜଣ ମହିଳା ଅସୁସ୍ଥ । ସମସ୍ତ ଅସୁସ୍ଥ ମହିଳାମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆଜି ସୋମବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ 5T ସଚିବ ଭି.କେ ପାଣ୍ଡିଆନ ଭଦ୍ରକ ଅନ୍ତର୍ଗତ ଚାନ୍ଦବାଲି ବ୍ଲକ୍‌କୁ ପ୍ରଥମେ ଗସ୍ତ କରିଥିଲେ । ସେଠାରୁ ଗସ୍ତ କାର୍ଯ୍ୟକ୍ରମ ସାରିବା ପରେ 5T ସଚିବ ବାସୁଦେବପୁର ବ୍ଲକ ଅଭିମୁଖେ ଯାଇଥିଲେ ।

ସେଠାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ପହଞ୍ଚି ଜନ ସାଧାରଣ ଏବଂ ବିଭିନ୍ନ ସଂଗଠନ ଠାରୁ ଦାବିପତ୍ର ଏବଂ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତେବେ 5T ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ଶତାଧିକ ଲୋକଙ୍କ ଭିଡ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ମହିଳାମାନେ ସକାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଆନୁସଙ୍ଗିକ ବ୍ଯବସ୍ଥା ହୋଇନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରବଳ ଗରମ ସାଙ୍ଗକୁ ଅତ୍ଯଧିକ ଗୁଳୁଗୁଳି କରାଣରୁ କେତେକ ମହିଳା ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ମହିଳାମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲେ ଚିକିତ୍ସା ଜାରି ରହିଛି । ଅସୁସ୍ଥ ହୋଇ ପଡିଥିବା ମହିଳାମାନେ ହେଲେ ସରୋଜିନୀ ପାଣିଗ୍ରାହୀ ଏସଏସଜି ମହିଳା, ସୀତାରାଣି ମଳିକ ନୂଆଗାଁ ପ୍ରାଣିମିତ୍ର, ଶାନ୍ତିଲତା ବେହେରା ପୌରପାଳିକା ସ୍ବଚ୍ଛ ସାଥୀ, ରୁକ୍ମିଣୀ ବେହେରା ଜଗନ୍ନାଥ ଏସଏସଜି ମହିଳା ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ 5T ସଚିବ ଭି.କେ ପାଣ୍ଡିଆନ କହିଥିଲେ, ଭଲ କାମ କଲେ ମୁଖ୍ୟମନ୍ତ୍ରୀ ପାଣ୍ଠି ଯୋଗାଇ ଦେବେ । ଆମେ ସମସ୍ତେ ଭଲ କାମ କରିବା ପାଇଁ ସଂକଳ୍ପ ନେବା । ସବୁ ସମସ୍ୟାର ସମାଧାନ କରିବା ପାଇଁ ଗୁରୁତ୍ୱ ଦିଆଯିବ । ମେରାଇନ ଜେଟିର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯିବ । ମନ୍ତେଇ ନଦୀରେ ଇନସ୍ଟ୍ରିମ ଷ୍ଟୋରେଜ୍‌ ସିଷ୍ଟମ ପାଇଁ ବ୍ୟାରେଜ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ । ନିର୍ମାଣାଧିନ ସମସ୍ତ ପ୍ରକଳ୍ପ 6 ମାସ ମଧ୍ୟରେ ସରିବ । ତେବେ ଭଦ୍ରକ ଜିଲ୍ଲାରେ ମିଶନ ଶକ୍ତି ଯୋଜନାରେ 16 ହଜାର 105 ଗୋଟି ଗ୍ରୁପକୁ ବିନା ସୁଧରେ 525 କୋଟି ଟଙ୍କାର ଋଣ ନେଇ ରଜ୍ୟ ହାରଠାରୁ ଭଦ୍ରକ ଜିଲ୍ଲା ଆଗରେ ଥିବା କଥା କହିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.