ଭଦ୍ରକ: ଜିଲ୍ଲାରେ ଲକ୍ଡାଉନ୍ କଟକଣା ଉଲ୍ଲଂଘନ ଅଭିଯୋଗ। କଟକଣା ନମାନି 5 ଜଣ ଗିରଫ। ପ୍ରଶାସନର ନିର୍ଦ୍ଦେଶକୁ ଖାତିର ନକରି ଦୋକାନ ଖୋଲିଥିବାରୁ ଏପରି କରାଯାଇଥିବା ଜଣାପଡିଛି ।
ଭଦ୍ରକ ଟାଉନ ଥାନା ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ସୂଚନାଥାଉକି, ରାଜ୍ୟରେ ପୂର୍ବରୁ 14 ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କରାଯାଇଥିବାବେଳେ ଆଜି ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍ଡାଉନ୍ ଘୋଷଣା କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ