ETV Bharat / state

ଉତ୍ତମ ଆଚରଣ ପ୍ରଦର୍ଶନ; ମୁକ୍ତ ହେଲେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା 5 କଏଦୀ - life in prison inmates released

ଜେଲରୁ ମୁକ୍ତ କଏଦୀ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳ ର ବିଶ୍ବଜୟ ପଣ୍ଡା , ଚନ୍ଦ୍ରଶେଖର ପଣ୍ଡା , ପଞ୍ଚାନନ ବଳ , ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ବାଉଦପୁର ଗ୍ରାମର ସନାତନ ଜେନା ଓ ଭଣ୍ଡାରିପୋଖରୀ ଥାନା ସରସଦା ଗ୍ରାମର କରୁଣାକର ଅରଖ ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ ।

inmates released for good behavior
inmates released for good behavior
author img

By

Published : Jul 9, 2020, 4:14 AM IST

ଭଦ୍ରକ: ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାରରୁ ବୁଧବାର ରାତିରେ 5 ଜଣ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା କଏଦୀ ମୁକ୍ତ। ରାଜ୍ୟ ଆଇନ ବିଭାଗର ବିଜ୍ଞପ୍ତି ତଥା ରାଜ୍ୟ ଜେଲ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ 5 ଜଣ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରା ଯାଇଛି ।

ମୁକ୍ତ ହେଲେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା 5 କଏଦୀ

ଜେଲରୁ ମୁକ୍ତ କଏଦୀ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳ ର ବିଶ୍ବଜୟ ପଣ୍ଡା , ଚନ୍ଦ୍ରଶେଖର ପଣ୍ଡା , ପଞ୍ଚାନନ ବଳ , ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ବାଉଦପୁର ଗ୍ରାମର ସନାତନ ଜେନା ଓ ଭଣ୍ଡାରିପୋଖରୀ ଥାନା ସରସଦା ଗ୍ରାମର କରୁଣାକର ଅରଖ ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ ।

ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶକୁ ସେମାନେ ଚ୍ୟାଲେଞ୍ଜ କରି ପ୍ରଥମେ ହାଇକୋର୍ଟ ଓ ପରେ ସର୍ବୋଚ୍ଚ ଅଦାଲତରେ ଅପିଲ କରିଥିଲେ ମଧ୍ୟ ତାହା ଖାରଜ ହେବା ପରେ ସେମାନେ ଜେଲ ଦଣ୍ଡ ଭୋଗୁଥିଲେ । ଚଶାଖଣ୍ଡ ଗ୍ରାମରେ ଏକ ରାଜନୈତିକ ଗଣ୍ଡଗୋଳରେ 1988 ମସିହାରେ ସଦେଇ ଦାସ ନାମକ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗରେ ବିଶ୍ବଜୟ ପଣ୍ଡା , ଚନ୍ଦ୍ରଶେଖର ପଣ୍ଡା , ପଞ୍ଚାନନ ବଳ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ ।

ସେହିପରି ଭଦ୍ରକ ସହରାଞ୍ଚଳ ଅଧିନସ୍ତ ଜଗନ୍ନାଥପୁର ମାଧିଆ ଡାକୁଆ ହତ୍ୟାକାଣ୍ଡ ଘଟଣାରେ ସନାତନ ଜେନା ଓ ତାଙ୍କର ସହଯୋଗୀ 2000 ମସିହାରେ ହତ୍ୟାକାଣ୍ଡରେ ସଜା କାଟୁଥିଲେ । ସେହିପରି କରୁଣାକର ଅରଖ ତାଙ୍କ ପତ୍ନୀକୁ ହତ୍ୟା କରିଥିବାର ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଥିଲେ । ରାଜ୍ୟ ସରକାରଙ୍କର ଏକ ଉଚ୍ଚସ୍ଥରୀୟ କମିଟି ଆଜୀବନ ଜେଲ ଭୋଗୁଥିବା କଏଦୀ ମାନଙ୍କ ବ୍ୟବହାରିକ ପରିବର୍ତ୍ତନକୁ ଉପଲବ୍ଧି କରି ଆଜୀବନ ଜେଲ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଜେଲ ଦଣ୍ଡ କୋହଳ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନଙ୍କୁ ମୁକ୍ତ କରିଥାନ୍ତି । ତେବେ ଜେଲ ଆଇ.ଜି.ଙ୍କ ନିର୍ଦ୍ଦେଶ ମୁତାବକ ବୁଧବାର ରାତିରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.