ଭଦ୍ରକ: ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ସରକାର ତିଆରି କଲେ କ୍ଵାରେଣ୍ଟାଇନ ସେଣ୍ଟର । ଯେମିତି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ସୁବିଧା କରିଛନ୍ତି ସରକାର । 24 ଘଣ୍ଟିଆ ବିଜୁଳି ପାଇଁ ଇନଭର୍ଟର, ସ୍ବଚ୍ଛ ପାନୀୟ ଜଳ ପାଇଁ ୱାଟର ପ୍ୟୁରିଫାୟର ସହ ଆନୁଷଙ୍ଗିକ ସୁବିଧା କରିଛନ୍ତି । କିନ୍ତୁ ଏହାର ଲାଭ ଉଠାଇଲେ ଚୋର । ଲୁହାରଡରେ କ୍ଵାରେଣ୍ଟାଇନ ସେଣ୍ଟରର ତାଲା ଭାଙ୍ଗି ଲୁଟି ନେଲେ ସବୁକିଛି । ଏମିତି ଏକ ଚୋର ଦଳକୁ ଧରିଛି ଭଦ୍ରକ ପୋଲିସ ।
ଚୋରି ହୋଇଥିବା ୱାଟର ପ୍ୟୁରିଫାୟର ଓ ଇନଭର୍ଟରକୁ ମଧ୍ୟ ଜବତ କରିବା ସହ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ତିନି ଜଣ ଏକାଠି ହୋଇ ଚୋରି କରିବା ପରେ ଚୋରି ସାମଗ୍ରୀକୁ ନେଇ ଏକ ଲୁଚାଇ ରଖିଥିଲେ । ଏନେଇ ପୋଲିସ ଏହି ଦଳକୁ ଗିରଫ କରିବା ସହ ଏମାନଙ୍କ ଠାରୁ ସାମଗ୍ରୀ ଜବତ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ