ETV Bharat / state

ଲକଡାଉନର ପ୍ରଥମ ଦିନ, ଭଦ୍ରକରେ ଚେକିଂ କଡାକଡ଼ି

author img

By

Published : May 5, 2021, 8:16 PM IST

ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟରେ ଲକଡାଉନ । ଏନେଇ ଭଦ୍ରକରେ ମଧ୍ୟ ଲକଡାଉନକୁ କଡାକଡି କରାଯିବା ସହ ସହରରେ ପ୍ରବେଶ ଦ୍ୱାରରେ ବ୍ୟାରିକେଟ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

14-day-lockdown-started-in-bhadrak
ଲକଡାଉନର ପ୍ରଥମ ଦିନ,ଚେକିଂ କଡା କଡ଼ି

ଭଦ୍ରକ: କୋରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ଆଜି(ବୁଧବାର) ଠାରୁ ଆରମ୍ଭ ହୋଇଛି ରାଜ୍ୟରେ ଲକଡାଉନ । ଏନେଇ ଭଦ୍ରକରେ ମଧ୍ୟ ଲକଡାଉନକୁ କଡାକଡି କରାଯିବା ସହ ସହରରେ ପ୍ରବେଶ ଦ୍ୱାରରେ ବେରିକେଟ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଲକଡାଉନର ପ୍ରଥମ ଦିନ,ଚେକିଂ କଡା କଡ଼ି

ସକାଳ 6 ରୁ 12 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା କିଣିବା ପାଇଁ ଜନସାଧାରଣଙ୍କୁ 5 ସହ ମିଟର ପର୍ଯ୍ୟନ୍ତ ଚାଲିଚାଲି କୋଭିଡ କଟକଣା ମଧ୍ୟରେ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଜିଲ୍ଲା ପୋଲିସ ପକ୍ଷରୁ ସହର ସମେତ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଲକଡାଉନ କଟକଣାକୁ କଡାକଡି କରିବା ପାଇ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଆରକ୍ଷୀ ଅଧିକ୍ଷକ ପ୍ରତ୍ୟକ୍ଷ ଭାବେ ସହରରେ ଲକଡାଉନ କଟକଣାକୁ ତଦାରଖ କରିଛନ୍ତି ।

ଦିନ 12 ଟା ପରେ ଲକଡାଉନ ସମୟରେ ଜରୁରୀ ସେବା, ଜରୁରୀ କାର୍ଯ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ ଓ ମାଲ ପରିବହନକୁ ଛାଡି ଦେଲେ କୌଣସି ସାଧାରଣ ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହି କଟକଣା ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.