ETV Bharat / state

ଜବରଦଖଲ ଉଚ୍ଛେଦ ପାଇଁ ଭଦ୍ରକରେ 12 ଘଣ୍ଟିଆ ବନ୍ଦ ଡାକରା - ଜବରଦଖଲ ଉଚ୍ଛେଦ ପାଇଁ 12 ଘଣ୍ଟିଆ ବନ୍ଦ

ଜବରଦଖଲ ଉଚ୍ଛେଦ ପାଇଁ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରପଦା ସୁରକ୍ଷା ନାଗରିକ ମଞ୍ଚ । ସେମବାର ଭଦ୍ରକ-ଆନନ୍ଦପୁର 53 ନମ୍ବର ରାଜ୍ୟ ରାଜପଥର ବରପଦା ଛକରେ ଚକା ଯାମ କରିଛି ମଞ୍ଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 30, 2019, 10:24 AM IST

ଭଦ୍ରକ: ସୋମବାର ଭଦ୍ରକ-ଆନନ୍ଦପୁର 53 ନମ୍ବର ରାଜ୍ୟ ରାଜପଥର ବରପଦା ଛକରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରପଦା ସୁରକ୍ଷା ନାଗରିକ ମଞ୍ଚ । ରାଜପଥର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଉପରେ ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ ସାଙ୍ଗକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରିଥିବା ଅଭିଯୋଗ କରିଛି ମଞ୍ଚ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଫଳରେ ବର୍ଷା ଦିନରେ ଡ୍ରେନରେ ପାଣି ନିଷ୍କାସନ ହୋଇନପାରି ବଜାରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ଏନେଇ ବରପଦା ସୁରକ୍ଷା ନାଗରିକ ମଞ୍ଚ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ନିଆଯାଇ ନାହିଁ। ଏହାପରେ ଆଜି ରାଜ୍ୟ ରାଜପଥରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରପଦା ସୁରକ୍ଷା ନାଗରିକ ମଞ୍ଚ।

ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ବନ୍ଦର ପ୍ରଭାବ ଆନନ୍ଦପୁର-ଭଦ୍ରକ ଏବଂ ଆଗରପଡା-ଭଦ୍ରକ ଯାତାୟାତ ଉପରେ ପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ROAD BLOCK
FORMAT : AVO
REPORT : DEBASIS MOHAPATRA / BHADRAK
DATE : 30.09.2019

ANCHOR : ଜବରଦଖଲ ଉଚ୍ଛେଦ ପାଇଁ 12 ଘଣ୍ଟିଆ 53 ନମ୍ବର ରାଜ୍ଯ ରାଜପଥ ବନ୍ଦ ର ଡାକରା ଦେଇଛି ବରପଦା ସୁରକ୍ଷା ନାଗରିକ ମଞ୍ଚ। ଆଜି ଆନନ୍ଦପୁର-ଭଦ୍ରକ 53 ନମ୍ବର ରାଜ୍ଯ ରାଜପଥ ର ବରପଦା ଛକ ଠାରେ ଚକା ଜାମ କରିଛି ମଞ୍ଚ। Body:ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଠାରେ ରାସ୍ତା ର ଉଭୟ ପାର୍ଶ୍ୱ ରେ ଥିବା ଡ୍ରେନ ଉପରେ ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ ସାଙ୍ଗକୁ କିଛି ମୁଷ୍ଟିମେୟ ଲୋକ ଜାଗାକୁ ନିଜେ ଜବରଦଖଲ କରି ରଖିଛନ୍ତି। ଫଳରେ ବର୍ଷା ଦିନେ ଡ୍ରେନ ରେ ପାଣି ନିଷ୍କାସନ ହୋଇନପାରି ବଜାରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏନେଇ ବରପଦା ସୁରକ୍ଷା ନାଗରିକ ମଞ୍ଚ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଛି। କିନ୍ତୁ ପ୍ରଶାସନ ସେମାନଙ୍କର ସମସ୍ୟା ସମାଧାନ ନକରିବାରୁ ଆଜି ବାଧ୍ୟ ହୋଇ ମଞ୍ଚ ପକ୍ଷରୁ ଏହି ବନ୍ଦ ପଦକ୍ଷେପ ନିଆଯାଇଛି। ବନ୍ଦ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବନ୍ଦ ର ପ୍ରଭାବ ଯୋଗୁ ଆନନ୍ଦପୁର-ଭଦ୍ରକ ଏବଂ ଆଗରପଡା-ଭଦ୍ରକ କୁ ଯାତାୟାତ ପ୍ରଭାବିତ ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.