ETV Bharat / state

ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

author img

By

Published : Aug 29, 2020, 7:05 PM IST

ବରଗଡ ଜିଲ୍ଲା ପାଇକମାଳ ବ୍ଲକ କେରମେଲାବାହାଲ ଗ୍ରାମରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ପ୍ରଥମେ ପଦ୍ମପୁର ଉପଖଣ୍ଡ ମେଡିକାଲ ଓ ପରେ ବୁର୍ଲାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ବରଗଡ: ବିଲକୁ ଯାଇଥିବାବେଳେ ଭାଲୁ ହାବୁଡରେ ପଡି ଯୁବକ ଗୁରୁତର। ଦୁଇଟି ଭାଲୁଙ୍କ ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି । ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ବ୍ଲକ କେରମେଲାବାହାଲ ଗ୍ରାମରେ ।

ଗ୍ରାମର ପ୍ରକାଶ ଚନ୍ଦ୍ର ନାଗ ନାମକ ଜଣେ ବ୍ୟକ୍ତି ଆଜି (ଶନିବାର) ବଡି ଭୋରରୁ ବିଲକୁ ଧାନ ଚାଷ ଦେଖିବା ପାଇଁ ଯାଇଥିବାବେଳେ ହଠାତ ଦୁଇଟି ଭାଲୁଙ୍କ ହାବୁଡରେ ପଡି ଯାଇଥିଲେ । ତାଙ୍କ ମୁଣ୍ଡ ଏବଂ ହାତରେ ବ୍ୟାପକ ଆଘାତ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ବହୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପଦ୍ମପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଇଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.