ETV Bharat / state

ବରଗଡ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ, ଯୁବକଙ୍କ ମୃତ୍ୟୁର କାରଣ ବନିଲା ପାୱାରକଟ୍‌

author img

By

Published : Nov 20, 2022, 8:56 PM IST

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବହେଳା କାରଣରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଦୁର୍ଘଟଣାରେ ଗୁରୁତର ହୋଇ ହୋଇଥିଲେ ଭର୍ତ୍ତି । ବିଦ୍ୟୁତ କାଟ ଯୋଗୁ ହୋଇପାରିଲାନି ଚିକିତ୍ସା । ହତ୍ୟା ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବହେଳା କାରଣରୁ ଚାଲିଗଲା ଯୁବକଙ୍କ ଜୀବନ ! ହତ୍ୟା ଅଭିଯୋଗ ଆଣିଲା ପରିବାର

ବରଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବହେଳା କାରଣରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୌତମ ପ୍ରଧାନ ନାମକ 32ବର୍ଷୀୟ ଯୁବକଙ୍କ ସଠିକ ସମୟରେ ଚିକିତ୍ସା ହୋଇନପାରିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ଗୌତମଙ୍କୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୌତମଙ୍କ ଛାତିରେ ରକ୍ତ ଜମାଟ ହୋଇ ରହିଥିବା ବେଳେ ଶୀଘ୍ର X-Ray କରିବା ସହ ଚିକିତ୍ସା ଜରୁରୀ ଥିଲା ।

ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଏକ୍ସ-ରେ ମେସିନ ଥାଇ ମଧ୍ୟ ବିଦ୍ୟୁତ୍‌ କାଟ କାରଣରୁ ଏକ୍ସ-ରେ ହୋଇପାରିନଥିଲା । ଏକ୍ସ-ରେ କରିବାରେ ବହୁ ବିଳମ୍ବ ହେବାରୁ ଶେଷରେ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ପରିବାର ଲୋକେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ଶୀଘ୍ର ଚିକିତ୍ସା କରାଯାଇଥିଲେ ହୁଏତ ଯୁବକଙ୍କ ଜୀବନ ବଞ୍ଚି ପାରିଥାନ୍ତା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏତେ ବିଶାଳ ହସ୍ପିଟାଲରେ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଜେନେରେଟର ବ୍ୟବସ୍ଥା ମଧ୍ୟ ରହିଛି । ମାତ୍ର ଏକ୍ସ-ରେ ମେସିନକୁ କାହିଁକି ଜେନେରେଟର ସହିତ ସଂଯୋଗ କରାଯାଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିଦିନ ବିଦ୍ୟୁତ ବିଭାଗର ପାୱାରକଟ୍‌ ଜାରି ରହିଛି ଏବଂ ପ୍ରତିଦିନ ରୋଗୀମାନେ ଏକ୍ସ-ରେ କରି ନପାରି ବାଧ୍ୟ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଅଯଥାରେ ଖର୍ଚ୍ଚାନ୍ତ ହେଉଥିବାର ମଧ୍ୟ ଅଭିଯୋଗ ହେଉଛି । 6ତାଲା ବିଶିଷ୍ଟ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯେପରି ଜିଲ୍ଲାବାସୀଙ୍କୁ ସ୍ବସ୍ଥ୍ୟସେବା ଯୋଗାଇବାରେ ବିଫଳ ।

କୋଟି କୋଟି ଟଙ୍କା ବିନିମୟରେ ନିର୍ମିତ ବିଶାଳ ଅଟ୍ଟାଳିକା, 300 ଶଯ୍ୟା ବିଶିଷ୍ଟ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉତ୍ତମ ଚିକିତ୍ସା ପାଇବା ଆଶାରେ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି । ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି ରୋଗୀ । ପ୍ରତିଦିନ ଏକ୍ସ-ରେ ପାଇଁ 60ରୁ 70 ଜଣ ରୋଗୀ ଆସୁଥିବାବେଳେ, ବିଦ୍ୟୁତ ନଥିବା ଆଳରେ ସମସ୍ତ ରୋଗୀଙ୍କୁ ବିନା ଏକ୍ସ-ରେ ଫେରାଇ ଦିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହେଲା ଦିନ ଠାରୁ ଏହି ସମସ୍ୟା ଲାଗିରହିଛି ଏବଂ ଏହାର ସମାଧାନ ପାଇଁ ବରଗଡ CDMOଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ଏହି ସମସ୍ୟାକୁ ଗୁରୁତ୍ଵ ଦିଆଯାଇନଥିବା ମଧ୍ୟ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.