ETV Bharat / state

ଭାଇ ସାଜିଲା ବଇରୀ, ତାଓ୍ବାରେ ଆକ୍ରମଣ କରି ସାନ ଭାଇର ଜୀବନ ନେଲା ବଡ ଭାଇ

author img

By

Published : Apr 8, 2023, 8:56 AM IST

ସାମାନ୍ୟ ବଚସାକୁ ନେଇ ସାନ ଭାଇକୁ ତାଓ୍ବାରେ ଆକ୍ରମଣ କରି ଜୀବନ ନେଲା ବଡ ଭାଇ । ଅଧିକ ପଢନ୍ତୁ

Elder brother killed younger brother
Elder brother killed younger brother
Elder brother killed younger brother

ବରଗଡ: ସାମାନ୍ୟ ବଚସାକୁ ନେଇ ବହିଲା ରକ୍ତର ନଦୀ । ସ୍ନେହ ସମ୍ପର୍କକୁ ଭୁଲି ଯାଇ ଭାଇ ସାଜିଲା ବଇରୀ । ଶେଷରେ ସାନ ଭାଇର ରକ୍ତରେ ହୋଲି ଖେଳିବାକୁ ପଛାଇଲା ନାହିଁ ବଡ ଭାଇ । ନିଜ ରାଗକୁ ନିୟନ୍ତ୍ରଣ କରି ନପାରି ସାନ ଭାଇକୁ ତାଓ୍ବାରେ ଆକ୍ରମଣ କରି ଜୀବନ ନେଲା ବଡ ଭାଇ । ଏଭଳି ହତ୍ୟାକାଣ୍ଡ ଘଟିଛି ବରଗଡ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ । ସାନ ଭାଇକୁ ହତ୍ୟା କରିବା ପରେ ଥାନାରେ ପହଞ୍ଚିଲା ହତ୍ୟାକାରୀ ବଡ ଭାଇ । ମୃତକ ଜଣଙ୍କ ହେଉଛନ୍ତି ମନୋଜ ସୁନା ।

ମିଳିଥିବା ସୂଚନା ଅନୁଯାୟୀ, ବଡ ଭାଇ ଉପେନ୍ଦ୍ର ସୁନା ଓ ତାଙ୍କ ସାନ ଭାଇ ମନୋଜ ସୁନାଙ୍କ ମଧ୍ୟରେ ଗତକାଲି(ଶୁକ୍ରବାର) କୌଣସି କାରଣକୁ ନେଇ ବଚସା ହୋଇଥିଲା । ଯାହା ପରେ ଭୟଙ୍କର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉପେନ୍ଦ୍ର ରୋଷେଇ ହେଉଥିବା ଏକ ତାଓ୍ବା ସାହାଯ୍ୟରେ ମନୋଜଙ୍କୁ ଆକ୍ରମଣ କରିଥିଲେ । ଫଳରେ ସାନ ଭାଇ ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ଉପେନ୍ଦ୍ର ତାଙ୍କ ବାପାଙ୍କୁ ପୁରା ଘଟଣା ସମ୍ପର୍କରେ କହିବା ପରେ ସେ ଥାନାରେ ଆତ୍ମସମର୍ପଣ କରିବାକୁ କହିଥିଲେ ।

ମାତ୍ର ବଡ ଭାଇ ଉପେନ୍ଦ୍ର ସୁନା ଥାନାରେ ପହଞ୍ଚି ଓଲଟା ସାନ ଭାଇ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ । ଏହାପରେ ପାଇକମାଳ ପୋଲିସ ଡୁଙ୍ଗୁରିପାଲିରେ ପହଞ୍ଚି ମନୋଜ ସୁନାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିରହିଥିବା ଦେଖିବାକୁ ପାଇଥିଲା । ମୁଣ୍ଡରେ ଆଘାତ ଲାଗିବାରୁ ମନୋଜଙ୍କର ମୃତ୍ୟୁ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ କରିବା ପରେ ଉପେନ୍ଦ୍ରଙ୍କ ବାପା ପୋଲିସ ଆଗରେ ପୁରା ଘଟଣା ସମ୍ପର୍କରେ ଜଣାଇଥିଲେ । ଉଭୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ବଡ ଭାଇ ଉପେନ୍ଦ୍ର ସାନ ଭାଇ ମନୋଜକୁ ଏକ ତାଓ୍ବା ସାହାଯ୍ୟରେ ମୁଣ୍ଡରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ମନୋଜର ମୃତ୍ୟୁ ହୋଇଥିବା ପୋଲିସକୁ କହିଥିଲେ ଉପେନ୍ଦ୍ରଙ୍କ ବାପା ।

ସାନ ଭାଇକୁ ହତ୍ୟା କରିବା ପରେ ପାଇକମାଳ ଥାନାକୁ ଆତ୍ମସମର୍ପଣ କରିବାକୁ ଯାଉଥିବା କହିଥିଲା ଅଭିଯୁକ୍ତ । ମାତ୍ର ଉପେନ୍ଦ୍ର ଥାନାକୁ ଯାଇ ଓଲଟା ମୃତ ଭାଇ ବିରୋଧରେ ଥାନାରେ ଅଭିଯୋଗ ଆଣିଥିଲା । ପାଇକମାଳ ପୋଲିସ ଆଗରେ ଉପେନ୍ଦ୍ର ନିଜ ଭାଇକୁ ହତ୍ୟା କରିଥିବା ନେଇ ସ୍ଵୀକାର କରିବା ପରେ ପୋଲିସ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘରେ ବୁଢା ବାପାଙ୍କ ସହିତ ଦୁଇ ପୁଅ ରହୁଥିଲେ । ବର୍ତ୍ତମାନ ସାନ ପୁଅର ମୃତ୍ୟୁ ପରେ ଜେଲ ଯାଇଛି ବଡ ପୁଅ । ଫଳରେ ଏକୁଟିଆ ହୋଇଯାଇଛନ୍ତି ବୃଦ୍ଧ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.