ETV Bharat / state

୩୦ ବର୍ଷର ଝିଅକୁ କ୍ୟାନସର, କୋହଭରା କଣ୍ଠରେ ସହାୟତା ମାଗୁଛି ମା’ - ବରଗଡ ଖବର

୩୦ ବର୍ଷର ରୋଜଗାରିଆ ଝିଅ ଏବେ କ୍ୟାନସରରେ ପୀଡିତ ହୋଇ କଷ୍ଟରେ ଜର୍ଜରିତ ହେଉଥିବା ବେଳେ କୋହଭରା କଣ୍ଠରେ ସରକାରଙ୍କୁ ସାହାଯ୍ୟ ଭିକ୍ଷା କଲେ ବୃଦ୍ଧା ମହିଳା । ଅଧିକ ପଢନ୍ତୁ...

କ୍ୟାନସର ରୋଗରେ ପିଡିତ ୩୦ ବର୍ଷର ଝିଅ, କୋହ ଭରା କଣ୍ଠରେ ସାହାଯ୍ୟ ମାଗୁଛି ମାଁ

author img

By

Published : Aug 6, 2021, 8:03 AM IST

Updated : Aug 6, 2021, 8:18 AM IST

ବରଗଡ: ଦୁଃଖ କହିଲେ ନସରେ । କହୁ କହୁ ଆଖିରେ ଆସିଯାଉଛି ଲୁହ । ଲୁହ ଭିଜା ଆଖି ଓ କୋହ ଭରା କଣ୍ଠରେ ସରକାରଙ୍କୁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି ବୃଦ୍ଧା ମହିଳା । ଭିକ୍ଷା ମାଗିବେନି ବା କେମିତି, ୩୦ ବର୍ଷର ରୋଜଗାରିଆ ଝିଅ ଏବେ କ୍ୟାନସରରେ ପୀଡିତ ହୋଇ କଷ୍ଟରେ ଜର୍ଜରିତ ହେଉଛି । କେଉଁ ମା’ର ମନ ବିଚଳିତ ହେବନି ବା କେମିତି । ଝିଅକୁ ଭଲ କରିବାକୁ ପାଖରେ ନାହିଁ ଅର୍ଥ, ଶେଷରେ ଚିକିତ୍ସା ପାଇଁ ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି ବୃଦ୍ଧା ମହିଳା । ବରଗଡ଼ ୧୫ ନମ୍ବର ୱାର୍ଡ଼ ଗଣେଶ ମନ୍ଦିର ନିକଟରେ ଏକ କୁଡିଆ ଘରେ ରୁହନ୍ତି କ୍ୟାନସରରେ ପୀଡିତା ସୁନିତାଙ୍କ ପରିବାରର ୮ ଜଣ ସଦସ୍ୟ ।

୩୦ ବର୍ଷର ଝିଅକୁ କ୍ୟାନସର, କୋହଭରା କଣ୍ଠରେ ସହାୟତା ମାଗୁଛି ମା’

ପରିବାର ପୋଷଣ ପାଇଁ ରୋଜଗାର କରୁଥିଲେ ଦୁଇ ଭାଇ ଭଉଣୀ । ଭାଇ ଶ୍ୟାମ ସୁନ୍ଦର ସୁନା ଜଣେ ପେଣ୍ଟର ଭାବେ କାମ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ତାଙ୍କ ୩୦ ବର୍ଷର ଭଉଣୀ ସୁନିତା ସୁନା ବରଗଡ଼ର ଏକ କପଡ଼ା ଦୋକାନରେ କାମ କରି ପରିବାରକୁ ସାହାଯ୍ୟ କରୁଥିଲେ । ଆଜି କିନ୍ତୁ ସୁନିତା କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଥିବା ବେଳେ ଆଉ ପରିବାରକୁ ସାହାଯ୍ୟ କରିପାରୁନାହାନ୍ତି, ଏପରିକି ଭାଇ ନିଜେ ମଧ୍ୟ ଭଉଣୀର ଚିକିତ୍ସା ପାଇଁ ଘରର ସମସ୍ତ ସାମଗ୍ରୀ ବିକ୍ରି କରିଦେଇ ହାତ ଖାଲି କରିଦେଇଛନ୍ତି । ଘରେ 4ଜଣ ପିଲା ଛୁଆଙ୍କ ପାଇଁ ପେଟପୁରା ଖାଦ୍ୟ ଯୋଗେଇଦେବା ଅସମ୍ଭବ ହୋଇପଡିଛି ଏହି ପରିବାର ପାଇଁ ।

ଅନ୍ୟପଟେ ଏପରି ଦୁଃଖଦ ପରିସ୍ଥିତିରେ ରାସ୍ତା କଡରେ ରହୁଥିବା ତାଙ୍କ କୁଡିଆ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ଶେଷରେ ବହୁ କଷ୍ଟରେ ଅର୍ଦ୍ଧ ନିର୍ମିତ ଜରିପାଲ ଘରେ ପରିବାରର ୮ ଜଣ ସଦସ୍ୟ ରହୁଛନ୍ତି । ସୁନିତାଙ୍କର ପେଟରେ କ୍ୟାନସର ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ବର୍ତମାନ ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ସୁନିତାଙ୍କୁ O+ve ରକ୍ତ ଦରକାର ଥିବାବେଳେ ସଂକଳ୍ପ ପରିବାର ବୁର୍ଲାରେ ରକ୍ତ ଯୋଗେଇଦେଇଛି ।

ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ଏହି ପରିବାରକୁ ଯଦି କୌଣସି ସହୃଦୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବାକୁ ଚାହାନ୍ତି ତେବେ ସୁନିତା ସୁନାଙ୍କ ଭାଉଜ ଅନୁଶୟା ସୁନାଙ୍କ ଆକାଉଣ୍ଟ ନମ୍ବର 558510110011538 ( IFSC-BKID0005585)ରେ ଅର୍ଥ ଦାନ କରିପାରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Aug 6, 2021, 8:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.