ETV Bharat / state

ବିଜେପୁର ବୈତରଣୀ କେମିତି ପାର ହେବ ବିଜେଡି? - bjd strategy

ଚଳିତ ମାସ 21 ତାରିଖରେ ହେବାକୁ ଯାଉଛି ବିଜେପୁର ଉପନିର୍ବାଚନ । ଆଉ ଏହି ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କୁ ପରଖିବେ ବିଜେପୁରବାସୀ । ଆଉ ଜନତାଙ୍କ ପ୍ରଶ୍ନର ଜବାବ୍ ଦେବେ ନେତା । ତେବେ ବିଜେପୁର ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ସମୀକ୍ଷକ।

ବିଜେପୁର ବୈତରଣୀ କେମିତି ପାର କରିବ ବିଜେଡି
author img

By

Published : Oct 7, 2019, 9:55 AM IST

Updated : Oct 7, 2019, 11:04 AM IST

ବରଗଡ: ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି ବିଜେପୁର ଉପନିର୍ବାଚନ। ଏଥିପାଇଁ 3 ପ୍ରମୁଖ ଦଳ ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇ ପାର୍ବଣ ସମୟରେ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ବିଜେପୁର ଫାଇଟ୍‌ ରାଜ୍ୟରେ କ୍ଷମତାସୀନ ବିଜେଡି ପାଇଁ ଏକ ଚାଲେଞ୍ଜ ଭାବେ ଛିଡା ହୋଇଛି।

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା, ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ବିଜେପି ପକ୍ଷରୁ 2019 ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନଥ ଗଡତିଆଙ୍କ ଉପରେ ପୁଣିଥରେ ଭରସା କରିଛି ଦଳ । ତେବେ ସମସ୍ତ ଦଳ ଏବେ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବା ଭଳି ବିଜେପୁରବାସୀ କାହାକୁ ନିଜର ପ୍ରତିନିଧି ରୂପେ ବାଛିବେ ତାହା ଉପରେ ରହିଛି ନଜର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟକୁ ଅନୁଧ୍ୟାନ କରିଲେ ଏହା ସ୍ପଷ୍ଟ ଯେ ଲଗାତାର ଭାବେ ବିଜେପୁର ନିର୍ବାଚନମଣ୍ଡଳୀରେ ଦୁଇ ଦୁଇ ଥର ଉପନିର୍ବାଚନ ଅନୁଷ୍ଠିତ ହୋଇଛି । 2018ରେ ସେତେବେଳର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଧାୟକଙ୍କ ପତ୍ନୀ ପତ୍ନୀ ରିତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ ବାଜିମାତ୍‌ କରିଥିଲେ।

ଗତ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳିକାଟୁ ସହ ବିଜେପୁରରୁ ନିର୍ବାଚନ ଲଢି ଉଭୟ ଆସନରୁ ନିର୍ବାଚିତ ହୋଇଥିଲେ । ଭାରତୀୟ ସମ୍ବାଧାନିକ ବ୍ୟବସ୍ଥା ଅନୁସାରେ କୌଣସି ନିର୍ବାଚିତ ଜନପ୍ରତିନିଧି ଏକକାଳୀନ ଏକାଧିକ ଆସନ କିମ୍ବା ଗୃହରେ ପ୍ରତିନିଧିତ୍ବ କରିପାରିବେ ନାହିଁ ।

ଏହି ନିୟମ ଅନୁସାରେ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ନିର୍ବାଚିତ ହେବା ପରେ ଏଠାରୁ ଇସ୍ତଫା ଦେଇଥିଲେ । ଏହାର ପ୍ରଭାବ ସ୍ବରୂପ ଲୋକଙ୍କ ମଧ୍ୟରେ ବିଜେଡି ପ୍ରତି ଧୀରେ ଧୀରେ ଆସ୍ଥା ତୁଟିବାରେ ଲାଗିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେଡି କେମିତି ବିଜେପୁର ନିର୍ବାଚନ ବୈତରଣୀ ପାର ହେଉଛି ତାହା ଦେଖିବାକୁ ବାକି ରହିଲା।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

Intro:ଆସନ୍ତା ୨୧ ରେ ବିଜେପୁର ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ସମସ୍ତ ଦଳର ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଏବଂ ଆରମ୍ଭ କରିଦେଇଛନ୍ତି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ।

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଦଳରୁ ରୀତା ସାହୁ ଓ ବିଜେପି ଦଳ ପକ୍ଷରୁ ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନଥ ଗଡତିଆ ଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି । ତେବେ ସମସ୍ତ ଦଳ ଏବେ ପ୍ରଚାର ପ୍ରସାର ରେ ଲାଗିପଡିଥିବା ବେଳେ କିନ୍ତୁ ଚଳିତ ଉପନିର୍ବାଚନରେ ବିଜେପୁର ବାସୀ କେଉଁ ପ୍ରାର୍ଥୀ ଉପରେ କଳସ ଢାଳିବେ ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡିବ ।

Body:ବିଜେପୁରବାସୀ ଦେଢ଼ବର୍ଷ ମଧ୍ୟରେ ଦୁଇଟି ନିର୍ବାଚନ ଦେଖିଥିବା ବେଳେ ଏବେ ଆଉ ଏକ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଗତ ଦୁଇଗୋଟି ନିର୍ବାଚନରେ ଅଞ୍ଚଳବାସୀ ବିଜେଡ଼ି କୁ ସିଂହାସନ ଦେଇଥିବା ବେଳେ ମାଲ ମାଲ ପ୍ରତିଶ୍ରୁତିରେ ଛନ୍ଦି ହୋଇଥିବା ବିଜେପୁର ବାସୀ କୌଣସି ଦୃଷ୍ଟାନ୍ତ ମୂଳକ ବିକାଶ ଦେଖିନାହାନ୍ତି ଆଜିପର୍ଯ୍ୟନ୍ତ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଭରିରହିଥିବା କହନ୍ତି ବୁଦ୍ଧିଜୀବୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ଲୋକଙ୍କ ମଧ୍ୟରେ ବିଜେଡି ପ୍ରତି ଧୀରେ ଧୀରେ ଆସ୍ଥା ତୁଟିବାକୁ ଲାଗିଥିବା କହନ୍ତି ରାଜନୀତି ବିଶେଷଜ୍ଞ ।

ବାଇଟ ୧- କୁଶ ପ୍ରଧାନ - (ବୁଦ୍ଧିଜୀବୀ)
ବାଇଟ ୨- ଲିପ୍ସିତ ମିଶ୍ର -( ଓକିଲ )
ବାଇଟ ୩- କିରଣ ମିଶ୍ର ( ରାଜନୀତି ବିଶେଷଜ୍ଞ )

Conclusion:
Last Updated : Oct 7, 2019, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.