ETV Bharat / state

ବୀରତା ଦିବସ: ମନେ ପଡୁନାହାନ୍ତି ଘେଁସ ଜମିଦାର ମାଧୋ ସିଂ

author img

By

Published : Dec 31, 2019, 12:02 AM IST

Updated : Dec 31, 2019, 12:38 AM IST

ଘେଁସ ଜମିଦାରଙ୍କ ମାଧୋ ସିଂ ଓ ପରିବାରର ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର 31କୁ ବୀରତା ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ପ୍ରତିବର୍ଷ ବୀରତା ଦିବସ ପାଳନ ହେଉଛି ସତ କିନ୍ତୁ ଧୀରେଧୀରେ ଏହି ବୀର ପରିବାର ବୀରତ୍ବର ଗାଥା ଲିଭି ଯାଉଛି ଜନ ମାନସରୁ । ଅଧିକ ପଢ଼ନ୍ତୁ...

veerta divas, the unknown story, zamidar madho singh and his sons, ଘେଁସ ଜମିଦାର ମାଧୋ ସିଂ, ଘେଁସ ଜମିଦାରଙ୍କ ବଳିଦାନ କାହଣୀ, ଦାୟିତ୍ବ ସାରିଲେ ସରକାର, ଘେଁସ ଗ୍ରାମର ଶହୀଦ ସ୍ମୃତିପୀଠ, ହଟ୍ଟେ ସିଂ, କୁଞ୍ଜଲ ସିଂ, ଐରୀ ସିଂ,  ବୈରୀ ସିଂ, ବୀରତା ଦିବସ
ମନେ ପଡୁନାହାନ୍ତି ଘେଁସ ଜମିଦାର ମାଧୋ ସିଂ

ବରଗଡ଼: 1857 ମସିହା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ସ୍ମୃତି ଚାରଣ କରୁଛି ବରଗଡ ଜିଲ୍ଲା ଘେଁସ ଗ୍ରାମର ଶହୀଦ ସ୍ମୃତିପୀଠ । ଘେଁସ ଜମିଦାର ମାଧୋ ସିଂ ଓ ତାଙ୍କ ଚାରି ପୁଅ ଦେଶମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ତେବେ ମାଧୋ ସିଂଙ୍କ ପରିବାରର ବୀରତ୍ବର ସ୍ମୃତିରେ 31 ଡିସେମ୍ବରକୁ ବୀରତା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ ଓଡିଶାରେ କ୍ବଚିତ ଲୋକ ଅବଗତ ଥିବେ ଘେଁସ ଜମିଦାର ଓ ତାଙ୍କ ପରିବାରଙ୍କ ବଳିଦାନ ବିଷୟରେ । କାରଣ ଇତିହାସ ପୃଷ୍ଠାରେ ନିଶ୍ଚିହ୍ନ ହୋଇ ଯାଇଛି ଏମାନଙ୍କ ବିରତ୍ବ କାହାଣୀ ।

ମନେ ପଡୁନାହାନ୍ତି ଘେଁସ ଜମିଦାର ମାଧୋ ସିଂ

ଘେଁସ ଜମିଦାରଙ୍କ ବଳିଦାନ କାହଣୀ

ମାତୃଭୂମିକୁ ସ୍ଵାଧୀନତା ଦେବା ପାଇଁ ବରଗଡ ଜିଲ୍ଲା ଘେଁସ ଗ୍ରାମର ଜମିଦାର ମାଧୋ ସିଂ ଓ ତାଙ୍କ ଚାରି ପୁଅ ହଟ୍ଟେ ସିଂ, କୁଞ୍ଜଲ ସିଂ, ଐରୀ ସିଂ ଓ ବୈରୀ ସିଂ ବୀର ସୁରେନ୍ଦ୍ର ସାଏଙ୍କ ଡାକରାରେ 1857 ପ୍ରଥମ ମୁକ୍ତି ସଂଗ୍ରାମରେ ଝାସ ଦେଲେ । ଇଂରେଜ ମାନଙ୍କ ବିରୋଧରେ ଲଢେଇ କରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । 1857ରୁ 1862 ମଧ୍ୟରେ ଇଂରେଜ ମାନଙ୍କ ବିରୋଧରେ ବ୍ୟାପକ ଲଢେଇ ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଇଂରେଜ ମାନେ ହଟ୍ଟେ ସିଂ, ଓ ବୈରୀ ସିଂଙ୍କୁ ଗିରଫ କରିଥିଲେ । ବୈରୀ ସିଂଙ୍କୁ ସମ୍ବଲପୁର ଜେଲରେ ରଖାଯାଇଥିଲା ଓ ସେ ସେଠାରେ ପ୍ରାଣ ତ୍ୟାଗ କଲେ । ହଟ୍ଟେ ସିଂଙ୍କୁ ସୁଦୂର ଆଣ୍ଡାମାନରେ କଳାପାଣି ଦଣ୍ଡ ଦିଆଯାଇଥିଲା ଏବଂ ସେଠାରେ ସେ ହସି ହସି ମୃତ୍ୟୁକୁ ଆଲିଙ୍ଗନ କଲେ । ସେହିପରି କୁଞ୍ଜଲ ସିଂଙ୍କୁ ମଧ୍ୟ ଇଂରେଜ ମାନେ ସମ୍ବଲପୁର ଠାରେ ଫାଶୀ ଦଣ୍ଡ ଦେଇଥିଲେ ।

ଦାୟିତ୍ବ ସାରିଲେ ସରକାର

ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ ପାଞ୍ଚ ଜଣ ଶହୀଦ ହୋଇଥିବା ଘଟଣା ସମଗ୍ର ଇତିହାସରେ ବିରଳ । ତେବେ ଶହୀଦଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର 1997 ମସିହାରେ ଡିସେମ୍ବର 31 ତାରିଖକୁ ରାଜ୍ୟ ସ୍ତରୀୟ ବୀରତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଘେଁସରେ ବୀରତା ଦିବସ ପାଳିତ ହୋଇଥାଏ । ତେବେ ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେ ଧୀରେ ଧୀରେ ଏହି ବୀର ପୁରୁଷ ମାନଙ୍କର ବୀରତ୍ବର ଗାଥା ଜନ ମାନସରୁ ଲିଭିବାକୁ ବସିଛି । ମାଧୋ ସିଂ ଓ ତାଙ୍କ ପରିବାରକୁ ଚିହ୍ନି ନାହାନ୍ତି ଓଡିଶାବାସୀ । ଜାଣି ନାହାନ୍ତି ତାଙ୍କ ବଳିଦାନର କାହାଣୀ । ଓଡିଶା ଇତିହାସ ପୃଷ୍ଠାରେ ନାଁ ନାହିଁ ଏହି ବୀର ପରିବାରର । ତେବେ ବରଗଡର କିଛି ବୁଦ୍ଧିଜୀବୀଙ୍କ ପ୍ରୟାସ କ୍ରମେ ବରଗଡ ସ୍ଥିତ ହଳଦୀପାଲି ଛକ ଠାରେ ଶହୀଦ ବୀର ଘେଁସ ଜମିଦାର ମାଧୋ ସିଂ ଏବଂ ତାଙ୍କର ଚାରି ପୁତ୍ରଙ୍କ ସ୍ମୃତିରେ ଏକ ସହିଦ ସ୍ତମ୍ଭ ସ୍ଥାପନା କରାଯାଇଛି ।

ଅବହେଳିତ ଶହୀଦଙ୍କ ପରିବାର

1997 ମସିହା ଠାରୁ ଏହି ଶହୀଦ ପରିବାରଙ୍କ ଦୟନୀୟ ଅବସ୍ଥା ରାଜ୍ୟ ସରକାରଙ୍କ ନଜରରେ ଆସିଥିଲେ ମଧ୍ୟ ଅବହେଳିତ ହୋଇ ପଡିରହିଥିଲା ଘେଂସ ଜମିଦାରଙ୍କ ବହୁ ପୁରୁଣା ବାସଭବନ । ଯେଉଁ ବୀର ପରିବାରର ବୀର ଗାଥା ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବା କଥା, ଯେଉଁ ବୀର ପୁରୁଷଙ୍କ ସ୍ଥାନକୁ ସରକାର ସଂରକ୍ଷିତ କରି ରଖିବା କଥା ଅବହେଳା କାରଣରୁ ଭାଙ୍ଗିବାକୁ ବସିଥିଲା ସେହି ଐତିହାସିକ ବଙ୍ଗଳା । ହେଲେ ଗତ କିଛି ବର୍ଷ ହେଲା ସଂସ୍କୃତି ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଇଛି । ପୂର୍ବରୁ ଯେପରି ଘେଁସ ଜମିଦାରଙ୍କ ବାସଭବନ ରହିଥିଲା ସେହିପରି ଭାବରେ ପୁଣି ଏହାକୁ ନିର୍ମାଣ କରାଯାଇ ପୁନଃ ଜୀବିତ କରାଯାଉଛି । ମାଁ ମାତୃଭୂମି ପାଇଁ ଜୀବନକୁ ଜଳାଞ୍ଜଳି ଦେବାର ପ୍ରେରଣା ସାଜିଛି ଏବେ ଏହି ସ୍ଥାନ ହେଲେ ଏହି ବୀର ପୁରୁଷ ମାନଙ୍କର ବୀରତ୍ଵ କାହାଣୀ କେବଳ ସୀମିତ ହୋଇ ରହିଛି ଘେଁସ ଗାଁରେ । କୌଣସି ପାଠ୍ୟ ପୁସ୍ତକରେ ଉଲ୍ଲେଖ ନାହଁ ଏମାନଙ୍କ କାହାଣୀ ।

ଜମିଦାର ମାଧୋ ସିଂଙ୍କ ବଳିଦାନକୁ ଓଡିଶାବାସୀ ପାଶୋରୀ ଦେବା ଆଗରୁ ତାକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଏପରି ହୋଇ ପାରିଲେ ଆଗାମୀ ପିଢି଼ ଜାଣି ପାରିବେ ଏହି ବୀର ପୁରୁଷଙ୍କ ବୀରତ୍ବର ଗାଥା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଭାରତ ସ୍ଵାଧୀନତାର ସ୍ମୃତି ବହନ କରୁଛି ବରଗଡ ଜିଲ୍ଲା ଘେଂସ ଗ୍ରାମର ସହିଦ ସ୍ମୃତିପିଠ | ମାତୃଭୂମିକୁ ସ୍ଵାଧୀନତା ଦେବାପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଘେଂସ ଜମିଦାର ମାଧୋ ସିଂ ଏବଂ ତାଙ୍କ ଚାରି ପୁଅଙ୍କ ସ୍ମୃତି ଉଦ୍ୟେଶରେ ଡିସେମ୍ବର ୩୧ ତାରିଖକୁ ସହିଦ ଦିବସ ରୂପେ ପାଳନ କରାଯାଇଥାଏ ରାଜ୍ୟରେ |
୧୮୫୭ ପ୍ରଥମ ମୁକ୍ତି ସଂଗ୍ରାମରେ ମାତୃଭୂମିକୁ ସ୍ଵାଧୀନତା ଦେବା ପାଇଁ ବରଗଡ ଜିଲ୍ଲା ଘେଂସ ଗ୍ରାମର ଜମିଦାର ମାଧୋ ସିଂ ଓ ତାଙ୍କର ଚାରି ପୁତ୍ର ହଟେ ସିଂ, କୁଞ୍ଜଳ ସିଂ , ଐରି ସିଂ ଓ ବୈରୀ ସିଂ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରହସନରେ ୧୮୫୭ ମସିହାରେ ପ୍ରଥମ ମୁକ୍ତି ସଂଗ୍ରାମରେ ସାମିଲ ହୋଇ ଇଂରେଜ ମାନଙ୍କ ବିରୋଧରେ ଲଢେଇ କରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ | ୧୮୫୭ ରୁ ୧୮୬୨ ମଧ୍ୟରେ ଇଂରେଜ ମାନଙ୍କ ବିରୋଧରେ ବ୍ୟାପକ ଲଢେଇ ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଇଂରେଜ ମାନେ ହଟେ ସିଂ , ଓ ବୈରୀ ସିଂ ଙ୍କୁ ଗିରଫ କରିଥିଲେ | ବୈରୀ ସିଂ ଙ୍କୁ ସମ୍ବଲପୁର ଜେଲରେ ରଖାଯାଇଥିଲା ଯିଏକି ସେଠାରେ ପ୍ରାଣ ତ୍ୟାଗ କଲେ , ଏବଂ ହଟେ ସିଂ ଙ୍କୁ ସୁଦୂର ଆଣ୍ଡାମାନରେ ତାଙ୍କୁ କଳାପାଣି ଦଣ୍ଡ ଦିଆଯାଇଥିଲା ଏବଂ ସେଠାରେ ସେ ପ୍ରାଣ ତ୍ୟାଗ କରିଥିଲେ ସେହିପରି କୁଞ୍ଜଳ ସିଂ ଙ୍କୁ ମଧ୍ୟ ଇଂରେଜ ମାନେ ସମ୍ବଲପୁର ଠାରେ ଫାଶୀ ଦଣ୍ଡ ଦେଇଥିଲେ |
Body: ତେବେ ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ ପାଞ୍ଚ ଜଣ ସହିଦ ହୋଇଥିବା ଘଟଣା ସମଗ୍ର ଇତିହାଷ ରେ ବିରଳ ହୋଇଥିବା ବେଳେ ଏହି ସହିଦ ମାନଙ୍କର ସ୍ମୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ୧୯୯୭ ମସିହାରେ ଡ଼ିସେମ୍ବର ୩୧ ତାରିଖକୁ ରାଜ୍ୟ ସ୍ତରୀୟ ବିରତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ | ସେହି ଦିନ ଠାରୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଘେଂସ ରେ ଜିଲ୍ଲା ସ୍ତରୀୟ ବିରତା ଦିବସ ପାଳିତ ହୋଇଥାଏ | ତେବେ ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେ କିନ୍ତୁ ଧୀରେ ଧୀରେ ଏହି ବୀର ପୁରୁଷ ମାନଙ୍କର ବୀର ଗାଥା ଲୋକ ନୟନରୁ ଲିଭିବାକୁ ବସିଛି | ନୂତନ ପିଢୀର ଯୁବକ ଯୁବତୀ ଏହି ପରିବାରର ସହିଦ ବୀର ମାନଙ୍କର ବଳିଦାନ ବିଷୟରେ ଅନଭିଜ୍ଞ ହୋଇ ରହିଛନ୍ତି | ଏହିସହିଦ ମାନଙ୍କ ନାମରେ ରାଜଧାନୀରେ କୌଣସି ଛକ କିମ୍ବା ମାର୍ଗ କୁ ନାମିତ କରାଯାଇନଥିବା ବେଳେ କୌଣସି ପାଠ୍ୟ ପୁସ୍ତକ ମାନଙ୍କରେ ମଧ୍ୟ ଏହି ବୀର ପୁରୁଷ ମାନଙ୍କ ବିରତା ଉପରେ ଉଲ୍ଲେଖ କରାଯାଇନାହିଁ | ତେବେ ବରଗଡ ର କିଛି ବୁଦ୍ଧିଜୀବୀଙ୍କ ପ୍ରୟାଶ କ୍ରମେ ବରଗଡ ସ୍ଥିତ ହଳଦୀପାଳି ଛକ ଠାରେ ସହିଦ ବୀର ଘେଂସ ଜମିଦାର ମାଧୋ ସିଂ ଏବଂ ତାଙ୍କର ଚାରି ପୁତ୍ର ଙ୍କ ସ୍ମୃତିରେ ଏକ ସହିଦ ସ୍ତମ୍ଭ ସ୍ଥାପନା କରାଯାଇଛି |

୧୯୯୭ ମସିହା ଠାରୁ ଏହି ସହିଦ ପରିବାରଙ୍କ ଦୟନୀୟ ଅବସ୍ଥା ରାଜ୍ୟ ସରକାର ଙ୍କ ନଜରରେ ଆସିଥିଲେ ମଧ୍ୟ ଅବହେଳିତ ହୋଇ ପଡିରହିଥିଲା ଘେଂସ ଜମିଦାରଙ୍କ ବହୁ ପୁରୁଣା ବାସଭବନ | ଯେଉଁ ବୀର ପରିବାରର ବୀର ଗାଥା ଇତିହାଷର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବା କଥା , ଯେଉଁ ବୀର ପୁରୁଷ ଙ୍କ ସ୍ଥାନକୁ ସରକାର ସଂରକ୍ଷଣ କରି ରଖିବା କଥା ଅବହେଳା କାରଣରୁ ଭାଙ୍ଗିବାକୁ ବସିଥିଲା ସେହି ଐତିହାସିକ ବଙ୍ଗଳା | ରକ୍ଷଣା ବେକ୍ଷଣ ଅଭାବ ହେତୁ ଭଗ୍ନ ଅବସ୍ଥାରେ ହଜିବାକୁ ବସିଥିଲା ଘେଂସ ଜମିଦାର ମାଧୋ ସିଂ ଙ୍କ ଘର | ହେଲେ ଗତ କିଛି ବର୍ଷ ହେଲା ସଂସ୍କୃତି ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଇଛି | ପୂର୍ବରୁ ଯେପରି ଘେଂସ ଜମିଦାରଙ୍କ ବାସଭବନ ରହିଥିଲା ସେହିପରି ଭାବରେ ପୁଣି ଏହାକୁ ନିର୍ମାଣ କରାଯାଇ ପୁନଃ ଜୀବିତ ହୋଇଯାଇଛି ଏବେ ବୀର ପରିବାରର ବୀର ଗାଥା | ମାଁ ମାତୃଭୂମି ପାଇଁ ଜୀବନକୁ ଜଳାଞ୍ଜଳି ଦେବାର ପ୍ରେରଣା ସାଜିଛି ଏବେ ଏହି ସ୍ଥାନ ହେଲେ ଏହି ବୀର ପୁରୁଷ ମାନଙ୍କର ବୀରତ୍ଵ କାହାଣୀ ଏବେ ହଜିଯାଇଛି ଇତିହାସ ପୃଷ୍ଠା ଭିତରେ | କୌଣସି ପାଠ୍ୟ ପୁସ୍ତକ ମାନଙ୍କରେ ମଧ୍ୟ ଏହି ବୀର ସନ୍ତାନ ମାନଙ୍କ ବିଷୟରେ ବର୍ଣିତ ହୋଇନଥିବା ରୁ ଆଗାମୀ ପୀଢିର ଛାତ୍ରଛାତ୍ରୀ ମାନେ ଜାଣିପାରୁନାହାନ୍ତି ନିଜ ଅଞ୍ଚଳର ବୀର ପୁରୁଷଙ୍କ ଗାଥା ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି ବରଗଡ ଜିଲାର ବୁଦ୍ଧିଜୀବୀ ମହଲରେ |

mojo ରେ ଏହି ବାଇଟ ଗୁଡିକ ଯାଇଛି ( od_bgh_ghensjamidar_bites_7203682)

ବାଇଟ ୧- ଜଗବନ୍ଧୁ ସାହୁ ( ଘେଂସ ବାସିନ୍ଦା )
ବାଇଟ ୨- ଆରତୀ ସିଂ ବରିହା ( ଜମିଦାର ବଂଶଜ )
ବାଇଟ ୩- ମମତା ସିଂ ବରିହା ( ଜମିଦାର ବଂଶଜ )
ବାଇଟ ୪- ସୁରେନ୍ଦ୍ର ପଣ୍ଡା ( ବୁଦ୍ଧିଜୀବୀ )

Conclusion:
Last Updated : Dec 31, 2019, 12:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.