ETV Bharat / state

ବରଗଡ଼ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ - corona Vaccination

କୋରୋନା ଟୀକାକରଣ ପାଇଁ ଧାର୍ଯ୍ୟ ହୋଇଥିବା ଦିନ ଅନୁସାରେ ବରଗଡରେ ଆରମ୍ଭ ହୋଇଯାଇଛି ଟୀକାକରଣ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ବରଗଡ଼ରେ ଟୀକାକରଣ ଆରମ୍ଭ
ବରଗଡ଼ରେ ଟୀକାକରଣ ଆରମ୍ଭ
author img

By

Published : Jan 17, 2021, 9:31 AM IST

ବରଗଡ: ଦୀର୍ଘ ଦିନରେ ପ୍ରତୀକ୍ଷା ପରେ କୋରୋନାର ଅନ୍ତ କରିବାକୁ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ଶନିବାର ଆରମ୍ଭ ହୋଇଯାଇଛି କୋରୋନା ଟୀକାକରଣ କାର୍ଯ୍ୟକ୍ରମ । ବରଗଡ ଜିଲ୍ଲାରେ ଚାରୋଟି ସ୍ଥାନରେ କୋଭିଡ ଭ୍ୟାକ୍ସିନ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯାଇଛି ।

ବରଗଡ଼ରେ ଟୀକାକରଣ ଆରମ୍ଭ

ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏସ କେ ତ୍ରୀପାଠୀଙ୍କୁ ପ୍ରଥମ ଟୀକା ଦିଆଯାଇଥିଲା । ମୁଖ୍ୟ ଡାକ୍ତରଖାନାରେ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଏବଂ ସିଡିଏମଓ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଲମ୍ବୋଦର ପଟେଲ, ବିକାଶ ମଲ୍ଟି ସ୍ବତନ୍ତ୍ର ହସ୍ପିଟାଲରେ ଡାକ୍ତର ଆଶିଷ କୁମାର ଶତପଥୀ, ବରଗଡ଼ ପିସିସି ସେଣ୍ଟରରେ ଆଶା କର୍ମୀ ସୁଲତା ରାନୀ ରେଭେନଙ୍କୁ ପ୍ରଥମ ଟୀକା ଦିଆଯାଇଛି ।

ବରଗଡ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ 7250 ଡ଼ୋଜ କରୋନା ଟୀକା ପହଞ୍ଚିଥିବା ବେଳେ ଜିଲ୍ଲାରେ 10 ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାକରଣ ପାଇଁ ପଞ୍ଜୀକୃତ କରାଯାଇଛି । ତେବେ ଟୀକାକରଣ ରେ କୌଣସି ବ୍ୟକ୍ତିଙ୍କୁ ପାର୍ଶ୍ଵ ପ୍ରତିକ୍ରିୟା ହୋଇନଥିବା ବେଳେ ସମସ୍ତେ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.