ETV Bharat / state

ମାଇକ୍ରୋ ଫାଇନାନ୍ସ କମ୍ପାନୀର ଅତ୍ୟାଚାର: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଏସଏଚଜି

author img

By

Published : Jun 16, 2020, 5:07 PM IST

Updated : Jun 17, 2020, 5:30 PM IST

ଫାଇନାନ୍ସ କମ୍ପାନୀ ଗୁଡିକ ଦୁର୍ବ୍ୟବହାର ପ୍ରଦର୍ଶନ କରି ଟଙ୍କା ବସୁଲି କରୁଥିବା ଅଭିଯୋଗ ନେଇ ଜିଲ୍ଲାପାଳ ଅଫିସକୁ ପହଞ୍ଚିଥିଲେ ବରଗଡ ସହରର ବହୁ ସ୍ବୟଂ ସହାୟକା ଗୋଷ୍ଠୀର ମହିଳାମାନେ | ଜିଲ୍ଲା ପ୍ରଶାସନ ପକ୍ଷରୁ ଫାଇନାନ୍ସ କମ୍ପାନୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ |

ମାଇକ୍ରୋ ଫାଇନେନ୍ସ କମ୍ପାନୀର ଅତ୍ୟାଚାର: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଏସଏଚଜି

ବରଗଡ: ଲକଡାଉନ କାରଣରୁ ବହୁ ଗରିବ କାମଧନ୍ଦା କରିନପାରି ଘରେ ବସିରହିଛନ୍ତି । ଅନ୍ୟପଟେ ଲକଡାଉନ ବରଗଡ ଜିଲ୍ଲାରେ ରହିଥିବା ମାଇକ୍ରୋ ଫାଇନାନ୍ସ କମ୍ପାନୀମାନେ ସବୁଆଡେ ବୁଲି ଅର୍ଥ ବସୁଲି କରିବାରେ ଲାଗିଛନ୍ତି | ବହୁ ଗରିବଙ୍କ ହାତରେ ବର୍ତ୍ତମାନ ସମୟରେ ଆଦୌ ଟଙ୍କା ନଥିବା ବେଳେ ଫାଇନାନ୍ସ କମ୍ପାନୀ ଗୁଡିକ ଦୁର୍ବ୍ୟବହାର ପ୍ରଦର୍ଶନ କରି ଟଙ୍କା ବସୁଲି କରୁଥିବା ଅଭିଯୋଗ ନେଇ ଜିଲ୍ଲାପାଳ ଅଫିସକୁ ପହଞ୍ଚିଥିଲେ ବରଗଡ ସହରର ବହୁ ସ୍ବୟଂ ସହାୟକା ଗୋଷ୍ଠୀର ମହିଳାମାନେ |

ମାଇକ୍ରୋ ଫାଇନାନ୍ସ କମ୍ପାନୀର ଅତ୍ୟାଚାର: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଏସଏଚଜି

ସରକାରଙ୍କ ବିନା ଅନୁମତିରେ କୌଣସି ଫାଇନାନ୍ସ କମ୍ପାନୀ ଲୋକଙ୍କ ଠାରୁ ଅର୍ଥ ଆଦାୟ ପାଇଁ ଚାପ ପ୍ରୟୋଗ କରିପାରିବେ ନାହିଁ ବୋଲି ନିୟମ ରହିଥିଲେ ସୁଦ୍ଧା ଫାଇନାନ୍ସ କମ୍ପାନୀ ଗୁଡିକ ସରକାରଙ୍କ ନିୟମର ଉଲ୍ଲଂଘନ କରୁଥିବା ଦେଖାଯାଇଛି | ବର୍ତ୍ତମାନ ପରି ମହାମାରୀ ପରିସ୍ଥିତିରେ ବହୁ ଗରିବ ଲୋକଙ୍କ ହାତରେ ପଇସା ନଥିବା ବେଳେ ନିଜ ପରିବାର କିପରି ପରିପୋଷଣ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି |

ବରଗଡ ସହରରେ ରହିଥିବା ପାଖାପାଖି 15 ଗୋଟି ଫାଇନାନ୍ସ କମ୍ପାନୀ ମହିଳାମାନଙ୍କୁ ଅର୍ଥ ପ୍ରଦାନ କରି ଏବେ ବହୁ ଗୁଣା ସୁଧ ନେବାରେ ଲାଗିଛନ୍ତି | ତେବେ ବହୁ ମହିଳା ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କ ଠାରେ ଏନେଇ ଅଭିଯୋଗ ଜଣାଇଥିଲେ | ଜିଲ୍ଲା ପ୍ରଶାସନ ପକ୍ଷରୁ ଫାଇନାନ୍ସ କମ୍ପାନୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଜଣାଇଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jun 17, 2020, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.