ବଡଗଡ: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ବରଗଡ଼ ଜିଲ୍ଲାର ସରପଞ୍ଚ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲାର ବହୁ ସରପଞ୍ଚ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଜିଲ୍ଲାରେ ପ୍ରଚୁର ଧାନ ଚାଷ କରାଯାଉଥିବା ବେଳେ କିପରି ଚାଷୀ ମାନେ ଧାନ ଅମଳ କରିବେ ଏବଂ ସାମାଜିକ ଦୁରତ୍ଵ କିପରି ରକ୍ଷା କରିବେ ସେନେଇ ସରପଞ୍ଚ ମାନଙ୍କୁ ପଚରାଯାଇଥିଲା ।
ବରଗଡ଼ ସହରକୁ ଧାନକଟା ସମୟରେ ବହୁ ଶ୍ରମିକ ଆସୁଥିବା ବେଳେ ଏହି ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଅନ୍ୟ ଜିଲ୍ଲାରୁ ଶ୍ରମିକ ମାନଙ୍କ ଯିବା ଆସିବାକୁ ଅନୁମତି ଦିଆଯିବ କିନ୍ତୁ ଅନ୍ୟ ରାଜ୍ୟରୁ ଆସୁଥିବା ଶ୍ରମିକ ମାନଙ୍କୁ ବାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ବଡଗଡରୁ ରାଜେଶ ସରାପ, ଇଟିଭି ଭାରତ