ETV Bharat / state

ପ୍ରଥମ ଶ୍ରେଣୀ ଛାତ୍ର ମୃତ୍ୟୁକୁ ନେଇ ରାସ୍ତାରୋକ ! - ସ୍କୁଲ ଆଗରେ ରାସ୍ତାରୋକ ଆନ୍ଦୋଳନ

ସ୍କୁଲରେ ଖେଳୁଥିବା ସମୟରେ ହଠାତ ପଡ଼ିଗଲା ପୁଅ । ଆଉ ଚିକିତ୍ସାର ଗୋଟିଏ ଦିନ ପରେ ହଠାତ୍ ଛାତ୍ରଟିର ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦରେ ଅଭିଭାବକ ମାନେ ରାସ୍ତାରୋକ କରିଥିଲେ । ସେପଟେ ଘଟଣାର ତଦନ୍ତ କରାଯିବା ନେଇ ପ୍ରଶାସନ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଅଧିକ ପଢ଼ନ୍ତୁ

ସ୍କୁଲରେ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ, ଅଭିଭାବକଙ୍କ ରାସ୍ତାରୋକ ଆନ୍ଦୋଳନ

author img

By

Published : Jul 25, 2022, 7:25 PM IST

ବରଗଡ଼ : ବରଗଡ଼ ଜିଲ୍ଲା ସ୍ଥିତ ବିକାଶ ଫାଷ୍ଟ ଷ୍ଟେପ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ମୃତ ଛାତ୍ର ଜଣକ ହେଲେ ଆଦିତ୍ୟ ରାଜ ସାହୁ । ଆଦିତ୍ୟ ସ୍କୁଲରେ ଖେଳୁଥିବା ସମୟରେ ହଠାତ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇ ଚିକିତ୍ସିତ କରାଯାଇଥିଲା । ତେବେ ଏହାର ଦୁଇ ଦିନ ପରେ ସଂପୃକ୍ତ ଛାତ୍ରର ମୃତ୍ୟୁ ହୋଇଥିଲା । ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ଆଦିତ୍ୟଙ୍କ ପରିବାର ଲୋକେ । ଏହାର ପ୍ରତିବାଦରେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ପରିବାର ଲୋକେ ।

ସ୍କୁଲରେ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ, ଅଭିଭାବକଙ୍କ ରାସ୍ତାରୋକ ଆନ୍ଦୋଳନ

ସୂଚନା ଅନୁଯାୟୀ, ବରଗଡ଼ ସ୍ଥିତ ବିକାଶ ଫାଷ୍ଟ ଷ୍ଟେପ ଘରୋଇ ସ୍କୁଲର ପ୍ରଥମ ଶ୍ରେଣୀରେ ପଢୁଥିଲେ ଆଦିତ୍ୟ ରାଜ ସାହୁ । ଜୁଲାଇ ୨୦ ତାରିଖ ଦିନ ଆଦିତ୍ୟ ସ୍କୁଲରେ ଖେଳୁଥିବା ସମୟରେ ହଠାତ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଆଦିତ୍ୟଙ୍କ ମୁଣ୍ଡରେ ୫ଟି ଷ୍ଟିଚ ପଡିଥିଲା, ଏହାପରେ ପରିବାର ଲୋକେ ଘରକୁ ଆଣିଥିଲେ । ଏହାପରେ ଜୁଲାଇ ୨୨ ତାରିଖରେ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ । ମାତ୍ର ସ୍କୁଲରୁ ଘରକୁ ଫେରିବା ପରେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା । ପରିବାର ଲୋକେ ଆଦିତ୍ୟଙ୍କୁ ପୁଣି ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ l ଏହାକୁ ନେଇ ଛାତ୍ରଙ୍କ ଘରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ଆଦିତ୍ୟଙ୍କ ମୁଣ୍ଡ ଏବଂ ଛାତିରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଥିଲେ । ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆଦିତ୍ୟଙ୍କ ଜୀବନ ଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଆଦିତ୍ୟଙ୍କ ପରିବାର ଲୋକେ । ତେବେ ସ୍କୁଲରେ ଆଦିତ୍ୟ କିପରି ଓ କେଉଁଠି ପଡ଼ିଲେ ଏହା ଜାଣିବା ନିମନ୍ତେ ପରିବାର ଲୋକେ cctv ଫୁଟେଜ ଦେଖାଇବା ନିମନ୍ତେ ସ୍କୁଲ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ମାତ୍ର ସେହି ସମୟର ଭିଡିଓ ନଥିବା ନେଇ ସ୍କୁଲ କତ୍ତୃପକ୍ଷ କହିବା ପରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମୃତ ଛାତ୍ରକୁ ନ୍ୟାୟ ଦାବୀରେ ସ୍ଥାନୀୟ ଲୋକେ ପ୍ଲାକାର୍ଡ ଧରି ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି । ପରେ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.