ETV Bharat / state

ସରକାରଙ୍କ ଅପରଗତା ପାଇଁ ରାଜ୍ୟରେ ୟୁରିଆ ସାର ଅଭାବ: ପ୍ରଦୀପ ପୁରୋହିତ

author img

By

Published : Aug 29, 2020, 9:40 PM IST

ଚାଷ ଓ ଚାଷୀଙ୍କୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ରାଜ୍ୟରେ କାହିଁକି ୟୁରିଆ ସାର ଅଭାବ ରଖିଲେ ତାର ମତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

pradip purohit
pradip purohit

ବରଗଡ: ଚାଷ ଓ ଚାଷୀଙ୍କୁ ନେଇ ଆଜି (ଶନିବାର) ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

ପ୍ରଦୀପ ଅଭିଯୋଗ କରିଛନ୍ତି ଓଡିଶା ଚାଷୀଙ୍କ ୟୁରିଆ ସାର ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ଏହାସହ ରାଜ୍ୟର ଚାଷୀ କଳା ବଜାରରେ ୫ ଶହରୁ ୬ ଶହ ଟଙ୍କା ଦେଇ ୟୁରିଆ ସାର କିଣୁଥିବା ଘଟଣାକୁ ନିନ୍ଦା କରିବା ସହିତ ଏହାର ସମାଧାନ ଶୀଘ୍ର କରିବାକୁ ଦାବି କରିଛନ୍ତି ପ୍ରଦୀପ ।

ରାଜ୍ୟ ସରକାରଙ୍କ ଅପରଗତା ପାଇଁ ରାଜ୍ୟରେ ୟୁରିଆ ସାର ଅଭାବ: ପ୍ରଦୀପ ପୁରୋହିତ

ପ୍ରଦୀପ ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ଯୋଗାଇ ଦେଇଥିବା ବେଳେ ରାଜ୍ୟ କୃଷି ବିଭାଗର ଅପାରଗତା ଓ ସ୍ଥାଣୁତା ପାଇଁ ଓଡିଶା ଚାଷୀ କଳା ବଜାରରେ ୫ ଶହରୁ ୬ ଶହ ଟଙ୍କା ଦେଇ ୟୁରିଆ ସାର କିଣୁଛି । ଓଡିଶା ଚାଷୀଙ୍କ ସାର ବ୍ଯାପକ ମାତ୍ରାରେ ସୀମାନ୍ତବର୍ତ୍ତୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ବର୍ତ୍ତମାନ ୟୁରିଆ ସାର ଆବଶ୍ୟକତା ଥିବା ବେଳେ ସାରା ରାଜ୍ୟରେ ଅଧିକ ଦରରେ ଖୋଲା ବଜାରରେ ସାର ବିକ୍ରି ଚାଲିଛି ବେପାରୀମାନେ ୟୁରିଆ ସାରରେ କୋଟି କୋଟି ଟଙ୍କା ମୁନାଫା ପାଉଥିବା ବେଳେ ଚାଷୀ ମାନେ ସର୍ବସ୍ବାନ୍ତ ହେଉଛନ୍ତି । ଏବେ ଚାଷୀ ମାନଙ୍କ ଧାନ କ୍ଷେତରେ ପତ୍ରପୋଡା, ମହିସା, କାଣ୍ତବିନ୍ଧା, ବଙ୍କି ଆଦି ରୋଗ ବ୍ୟାପୁଥିବା ବେଳେ କେନ୍ଦ୍ର ସରକାର ୫୦ ଭାଗ ସବସିଡିରେ ଯୋଗାଇ ଦେଉଥିବା ଔଷଧ ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚିନାହିଁ । ଫଳରେ ଖୋଲା ବଜାରରେ ଅଧିକ ଦରରେ ଚାଷୀ ଔଷଧ କିଣିବାକୁ ବାଧ୍ୟ ହେଉଛି।

ସେହିପରି କାଳିଆ ଯୋଜନା ନାଁରେ ଓଡିଶାର ଚାଷୀଙ୍କୁ ଅପମାନିତ କରିଥିବା ଓଡିଶା ସରକାର ଅତିକମରେ ବର୍ତ୍ତମାନ ଚାଷ କାର୍ଯ୍ୟର ଘଡିସନ୍ଧି ମୁହୂର୍ତ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ତୁରନ୍ତ କୃଷି ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଚାଷୀଙ୍କ ପାଖରେ ୟୁରିଆ ଓ ଔଷଧ କିଭଳି ପହଞ୍ଚିବ ତାର ବ୍ଯବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.