ବରଗଡ: ମାନବିକତା ଦେଖାଇ ଆଜି ପୁଣି ପ୍ରଂଶସା ସାଉଁଟିଛନ୍ତି ବରଗଡର ପ୍ରସିଦ୍ଧ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର । ନିଜ ଜୀବନକୁ ଖାତିର ନକରି କୋରୋନାରେ ଆକ୍ରାନ୍ତ ମୃତଦେହର ସତ୍କାର ପାଇଁ ପଛଘୁଞ୍ଚା ଦେଉନାହାଁନ୍ତି ସଂକଳ୍ପ ପରିବାର ।
ବରଗଡ ଡାଙ୍ଗ ଛକ ନିକଟରେ ରହୁଥିବା ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ପରେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଥିମଧ୍ୟରେ ସେ ଘରକୁ ଫେରି ଆଇସୋଲେସନରେ ଥିବା ଅବସ୍ଥାରେ ପ୍ରାଣ ହରାଇଛନ୍ତି । ହେଲେ ତାଙ୍କର ଶବ ସତ୍କାର ପାଇଁ ଆଖପାଖ ପଡୋଶୀ ତ ଦୂରର କଥା ଜିଲ୍ଲା ପ୍ରଶାସନ ମଧ୍ୟ ହାତ ଟେକିଦେଇଥିଲା । ଏ ନେଇ ପରିବାର ଲୋକ ଅସହାୟ ହୋଇପଡିଥିବାବେଳେ ଏମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସଂକଳ୍ପ ପରିବାର ।
ସଂକଳ୍ପ ପରିବାରର ସଦସ୍ୟମାନେ ଏହି ପରିବାର ପାଖରେ ପହଞ୍ଚି ଶବ ସତ୍କାର କରିବାରେ ସାହାର୍ଯ୍ୟ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ