ETV Bharat / state

ମାଗଣାରେ ରୋଗୀସେବା କରି ଚର୍ଚ୍ଚାରେ ସୋହେଲା ଡାକ୍ତର ଶିଶିର ସାହୁ - ମାଗଣାରେ ଚିକିତ୍ସା କରୁଛନ୍ତି ସୋହେଲାର ଅବସରପ୍ରାପ୍ତ ଡାକ୍ତର

ସ୍ଵାର୍ଥ ସର୍ବସ୍ଵ ଦୁନିଆରେ ଏମିତି କିଛି ଲୋକ ଆଜିବି ଅଛନ୍ତି, ଯାହାଙ୍କ ନିସ୍ଵାର୍ଥପର ସେବା ଦୁନିଆରେ ମାନବିକତାକୁ ବଞ୍ଚାଇ ରଖିଛି । ବରଗଡ ସୋହେଲାର ଜଣେ ୭୬ ବୟସର ଡାକ୍ତର ଶିଶିର କୁମାର ସାହୁ । ଯିଏକି ଅବସର ନେବାପରେ ବି ଏଭଳି ପରିଣତ ବୟସରେ ଏକ କ୍ଲିନିକ ଖୋଲି ରୋଗୀ ସେବା କରୁଛନ୍ତି, ତାହା ପୁଣି ମାଗଣାରେ । ଅଧିକ ପଢନ୍ତୁ...

ମାଗଣାରେ ଚିକିତ୍ସା କରୁଛନ୍ତି ସୋହେଲାର ଅବସରପ୍ରାପ୍ତ ଡାକ୍ତର ଶିଶିର ସାହୁ

author img

By

Published : Jan 16, 2021, 2:33 PM IST

ବରଗଡ଼: ସ୍ଵାର୍ଥପର ଦୁନିଆରେ କିଏ ବା କାହାର । ଏଠି ବାହାର ଲୋକ ତ ଦୁରର କଥା ରକ୍ତ ସମ୍ପର୍କ ବି ବାଟବଣା ହେଉଛି । ତଥାପି ଏହି ସ୍ଵାର୍ଥ ସର୍ବସ୍ଵ ଦୁନିଆରେ ଏମିତି କିଛି ଲୋକ ଆଜିବି ଅଛନ୍ତି, ଯାହାଙ୍କ ନିସ୍ଵାର୍ଥପର ସେବା ଦୁନିଆରେ ମାନବିକତାକୁ ବଞ୍ଚାଇ ରଖିଛି । ଆମେ କହୁଛୁ ବରଗଡ ଜିଲ୍ଲା ସୋହେଲାର ଜଣେ ୭୬ ବୟସର ଡାକ୍ତରଙ୍କ କଥା । ଯିଏକି ଅବସର ନେବାପରେ ବି ଏଭଳି ପରିଣତ ବୟସରେ ଏକ କ୍ଲିନିକ ଖୋଲି ରୋଗୀ ସେବା କରୁଛନ୍ତି, ତାହା ପୁଣି ମାଗଣାରେ ।

ମାଗଣାରେ ଚିକିତ୍ସା କରୁଛନ୍ତି ସୋହେଲାର ଅବସରପ୍ରାପ୍ତ ଡାକ୍ତର ଶିଶିର ସାହୁ

ଇଏ ହେଉଛନ୍ତି ଡା. ଶିଶିର କୁମାର ସାହୁ । ଯିଏକି ଭଲ ଭାବରେ ଚାଲି ପାରୁ ନାହାଁନ୍ତି, କିନ୍ତୁ ଜାରି ରଖିଛନ୍ତି ରୋଗୀଙ୍କ ସେବା । ୨୦୦୨ ମାସିହାରେ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ସେ ଅବସର ନେଇଥିଲେ । ଆଉ ସେବେଠୁ ସୋହେଲାଠାରେ ଏକ କ୍ଲିନିକ ଖୋଲି ଗରିବ ଶ୍ରେଣୀ ଲୋକଙ୍କୁ ବୀନା ପଇସାରେ ଚିକିତ୍ସାକରି ବେଶ ଚର୍ଚ୍ଚାକୁ ଆସିଛନ୍ତି ଡା. ସାହୁ । ସେହିପରି କେତେବେଳେ ରୋଗୀ ଦେଖିବା ବାବଦକୁ 10 ଟଙ୍କା ନେଇଥାନ୍ତି ତ କେତେବେଳେ ଗରିବ ରୋଗୀକୁ ବାଟଖର୍ଚ୍ଚ ଦେଇ ପ୍ରଶଂସା ସାଉଣ୍ଟୁଛନ୍ତି ଡାକ୍ତରବାବୁ ।

ଡାକ୍ତର ଶିଶିର ସାହୁ ୧୯୬୭ ମାସିହାରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଡାକ୍ତରୀ ପାଠ ସାରିବା ପରେ ୧୯୭୨ ମାସିହାରେ ସରକାରୀ ଚିକିତ୍ସାଳୟ ବରଗଡରେ ଯୋଗ ଦେଇଥିଲେ ଏବଂ ଏହାପରେ ପାଣିମୋରା,ବିଜେପୁର ,ସୋହେଲା ଅଞ୍ଚଳରେ ରୋଗୀସେବା କରି ଅବସର ନେଇଥିଲେ । ଚାକିରି କରୁଥିବା ବେଳେ ହେଉ କି ଅବସର ନେଲାପରେ, ସେ ସବୁବେଳେ ରୋଗୀଙ୍କୁ ନିଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି । ଏଭଳି ଜଣେ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ରୋଗୀ ତଥା ଅଞ୍ଚଳବାସୀ ବେସ ଉତ୍ସାହିତ ଏବଂ କୃତଜ୍ଞ ମନେ କରନ୍ତି । ରୋଗୀଙ୍କ ପାଇଁ ଡାକ୍ତର କେବେବି ଅବସର ନିଅନ୍ତି ନହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଡା. ସାହୁ । ଆଉ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.