ETV Bharat / state

ରବି ଫସଲର ଧାନ କ୍ରୟ ପାଇଁ ପୂର୍ବ ପ୍ରସ୍ତୁତି, ମେ 6 ରୁ ଆରମ୍ଭ - ରବି ଫସଲର ଧାନ କ୍ରୟ ପାଇଁ ବରଗଡ଼ରେ ପୂର୍ବ ପ୍ରସ୍ତୁତି

ବରଗଡ଼ ଜିଲ୍ଲାରେ ଆସନ୍ତା ମେ ୬ ତାରିଖରୁ କିଣାଯିବ ରବି ଫସଲର ଧାନ । ଏ ନେଇ ପୂର୍ବ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ରବି ଫସଲର ଧାନ କ୍ରୟ ପାଇଁ ପୂର୍ବ ପ୍ରସ୍ତୁତି, ମେ 6ରୁ ହେବ ଆରମ୍ଭ

author img

By

Published : Apr 8, 2022, 7:58 PM IST

ବରଗଡ଼: ଜିଲ୍ଲାରେ ଆସନ୍ତା ମେ ୬ରୁ ରବିଧାନ ସଂଗ୍ରହ ଆରମ୍ଭ ହେବ । ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନ ମଣ୍ଡି ଗୁଡ଼ିକରୁ ଏହା ଆରମ୍ଭ କରାଯିବ । ସେହିପରି ବରଗଡ଼ ଆରଏମସି ଅଧୀନ ମଣ୍ଡି ଗୁଡ଼ିକରୁ ମେ ୧୨ ଏବଂ ପଦ୍ମପୁର ଆରଏମସି ଅଧିନ ମଣ୍ଡି ଗୁଡ଼ିକରୁ ମେ ୧୫ତାରିଖରୁ ଧାନ କିଣାବିକା ଚାଲିବ । ଏନେଇ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରବି ଫସଲର ଧାନ କ୍ରୟ ପାଇଁ ପୂର୍ବ ପ୍ରସ୍ତୁତି, ମେ 6ରୁ ହେବ ଆରମ୍ଭ

ଏଥର ଏକର ପ୍ରତି କେତେ ପରିମାଣ ଧାନ କିଣାଯିବ ଏବଂ ଟୋକନ ଅବଧି କେତେଦିନ ରହିବ, ତାହା ସ୍ପଷ୍ଟ କରାଯାଇନାହିଁ । ଜିଲ୍ଲା ପ୍ରଶାସନ ହାତରେ ସେହି କ୍ଷମତା ନାହିଁ ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜିଲ୍ଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି । ଜିଲ୍ଲାରେ ଏଥର ୧୫୬ ମଣ୍ଡି ଖୋଲିବ। ସେଥିମଧ୍ୟରେ ବରଗଡ଼ ଆରଏମ୍‌ସି ଅଧୀନରେ ସର୍ବାଧିକ ୬୦ ମଣ୍ଡି ରହିଥିବା ବେଳେ ଅତାବିରା ଆରଏମ୍‌ସି ଅଧୀନରେ ୫୪ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନରେ ୪୨ମଣ୍ଡି ରହିଛି।

ଯେଉଁ ମଣ୍ଡିଗୁଡ଼ିକରେ ସାପ୍ତାହିକ ବଜାର ବସୁଛି, ସେଠାରେ ବଜାର ଦିନ ବ୍ୟତୀତ ସପ୍ତାହକୁ ୬ ଦିନ ଏବଂ ଯେଉଁଠି ସାପ୍ତାହିକ ବଜାର ବସୁନାହିଁ, ସେଠାରେ ସପ୍ତାହର ସବୁଦିନ ମଣ୍ଡି ଖୋଲାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ମଣ୍ଡିଗୁଡ଼ିକରେ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଧାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଧାନ ସଂଗ୍ରହ ପ୍ରକ୍ରିୟାରେ ଏଥର ୧୧୨ ମିଲର୍ସଙ୍କୁ ସାମିଲ କରାଯିବ। ଜିଲ୍ଲାର ୫୩ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୨୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଯୋଗାଣ ନିଗମ ଧାନ କିଣିବ।

ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଏବଂ ଗ୍ରେଡ୍‌-ଏ ଧାନ କୁଇଣ୍ଟାଲ ପ୍ରତି ୧୯୬୦ ଟଙ୍କା ରହିଥିବାବେଳେ ଚାଷୀଙ୍କୁ ସେମାନଙ୍କ ବିକ୍ରିଧାନର ପ୍ରାପ୍ୟ ପି-ପାସ୍‌(ପେଡ୍ଡି ପ୍ରକ୍ର୍ୟୁମେଣ୍ଟ ଅଟୋନମସ୍‌ ସିଷ୍ଟମ) ମାଧ୍ୟମରେ ଡିଏଫଟି(ଡାଇରେକ୍ଟ ଫଣ୍ଡ୍‌ ଟ୍ରାନ୍ସଫର୍‌) ଜରିଆରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ନାମମାତ୍ର, କ୍ଷୁଦ୍ର ଚାଷୀଙ୍କ ଧାନ ଉଠାଣକୁ ଅଗ୍ରାଧିକାର ଦିଆଯିବ ଏବଂ ଧାନକ୍ରୟ କେନ୍ଦ୍ରରେ ହିଁ ଧାନ ଓଜନ, ଗୁଣମାନ ନିର୍ଦ୍ଧାରଣ କରାଯିବ। ଏହାସହିତ ଧାନକ୍ରୟ କେନ୍ଦ୍ରରୁ ମିଲ୍‌କୁ ଧାନ ପରିବହନ ମିଲର୍ସଙ୍କ ଦାୟିତ୍ବ ବୋଲି ସୂଚନା ଦିଆଯାଇଥିଲା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.