ETV Bharat / state

ବିଲରୁ ଉଦ୍ଧାର ହେଲା ବିରାଟ ଅଜଗର

author img

By

Published : Aug 2, 2022, 10:50 PM IST

ବରଗଡରେ ଏକ ବିଲ ଭିତରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । ଉଦ୍ଧାର କରି ଅଜଗରକୁ ନିକଟସ୍ଥ ପପଙ୍ଗା ପାହାଡରେ ଛାଡିଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ବିଲରୁ ଉଦ୍ଧାର ହେଲା ବିରାଟ ଅଜଗର
ବିଲରୁ ଉଦ୍ଧାର ହେଲା ବିରାଟ ଅଜଗର

ବରଗଡ: ବିଲ ଭିତରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ଗ୍ରାମପଞ୍ଚାୟତର ବଡପିପୀଲିପାଳି ଗ୍ରାମରେ ବିରାଟ ଅଜଗର ସାପ ହେଲା ଉଦ୍ଧାର । ଅଜଗରକୁ ଉଦ୍ଧାର କରି ପପଙ୍ଗା ପାହାଡରେ ଛାଡିଲେ ସ୍ଥାନୀୟ ଲୋକେ ।

ବିଲରୁ ଉଦ୍ଧାର ହେଲା ବିରାଟ ଅଜଗର

ପପଙ୍ଗା ପାହାଡ ପାଦ ଦେଶରେ ବିଭିନ୍ନ ସମୟରେ ଭାଲୁ, ବଜ୍ରକାପ୍ତା ଓ ନାନା ବନ୍ୟଜନ୍ତୁ ଦେଖାଦେଉଥିବା ବେଳେ ଅଜଗର ସାପ ଆଖପାଖ ଗ୍ରାମକୁ ଚାଲିଆସୁଥିବା ବାରମ୍ବାର ଦେଖାଦେଇଛି । ସୂଚନା ଅନୁଯାୟୀ ବଡପିପୀଲିପାଳି ଗ୍ରାମର ଜଣେ ଚାଷୀ ତାଙ୍କ ବିଲରେ ଏକ ବିରାଟ ଅଜଗର ଦେଖି ଭୟଭୀତ ହୋଇପଡିଥିଲେ । ସେ ସ୍ଥାନୀୟ ଲୋକଙ୍କୁ ଡାକିବାରୁ ଲୋକେ ରୁଣ୍ଡ ହୋଇଥିଲେ ଏବଂ ଅଜଗର ସାପଟିକୁ ଉଦ୍ଧାର କରି ନିକଟସ୍ଥ ପପଙ୍ଗା ପାହାଡରେ ଛାଡିଦେଇଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.