ବରଗଡ: ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବରଗଡ ଜିଲ୍ଲା ଛାତ୍ର କଂଗ୍ରେସର ପ୍ରତିବାଦ । ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।
ତେବେ ଦେଶରେ ଦେଶରେ ପୋଟ୍ରେଲ, ଡିଜେଲ ଏବଂ ଇନ୍ଧନ ଗ୍ୟାସର ଦରବୃଦ୍ଧିକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସ ସାଭାପତିଙ୍କ ଆହ୍ଵାନ କ୍ରମେ ବରଗଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ନରେନ୍ଦ୍ର ମୋଦୀଙ୍କ ହୋଡିଂକୁ ଚିରି ଫୋପାଡି ଦେଇଛି ଛାତ୍ର କଂଗ୍ରେସ । ଯଦି ଏହି ସମସ୍ୟାର ସମାଧାନ ନ ହୁଏ ଆଗାମୀ ଦିନରେ ଛାତ୍ର କଂଗ୍ରେସ ରାଜରାସ୍ତା ଅବରୋଧ କରିବା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ