ETV Bharat / state

ଚିକିତ୍ସା ପାଇଁ କଏଦୀ ଆସିଥିଲା, ଶୌଚ ବାହାନା କରି ଫେରାର ହେଲା - ଚିକିତ୍ସା ହେବାକୁ କଏଦୀ ଆସିଥିଲା

ବରଗଡ ମୁଖ୍ୟ ଚିକିତ୍ସାଳୟରୁ ଫେରାର ହୋଇଛି ହାର୍ଡକୋର ଅପରାଧୀ । ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା । ଶୌଚ ବାହାନା କରି ଚମ୍ପଟ ମାରିଲା ବିଚାରାଧୀନ କଏଦୀ ନକୁଳ ମାଝି ଓରଫ୍‌ ଟୁନୁ ମାଝି ।

ଡିଜାଇନ ଫଟୋ
author img

By

Published : Aug 23, 2019, 11:08 AM IST

ବରଗଡ: କୁଖ୍ୟାତ ଅପରାଧୀ ପୋଲିସ କବଜାରୁ ଫେରାର ହେବାରେ ସଫଳ ହୋଇଛି । ପୁଲିସକୁ ଚକମା ଦେଇ ଡାକ୍ତରଖାନାରୁ କଏଦୀ ଫେରାର । ଶୌଚ ବାହାନା କରି ଚମ୍ପଟ ମାରିଲା ବିଚାରାଧୀନ କଏଦୀ ନକୁଳ ମାଝି ଓରଫ୍‌ ଟୁନୁ ମାଝି । ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା । ବରଗଡ ମୁଖ୍ୟ ଚିକିତ୍ସାଳୟରୁ ଫେରାର ହୋଇଛି ହାର୍ଡକୋର ଅପରାଧୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ନକୁଳ ନିଜ ହାତକୁ ନିଜେ ବ୍ଲେଡ଼ରେ କାଟି ଆହତ ହୋଇଥିଲା । ଫଳରେ ତାକୁ ଗୁରୁବାର ସନ୍ଧ୍ୟାରେ ବରଗଡ ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ସକାଳେ ୬ ଟା ୩୦ ମିନିଟରେ ଶୌଚ ଯିବା ସମୟରେ ସୁବିଧା ସୁଯୋଗ ଦେଖି ସେଠାରୁ ଫେରାର ହୋଇଯାଇଛି | ବରଗଡ ସବ୍‌ ଜେଲର ୪ ଜଣ ଜେଲ ୱାର୍ଡେନଙ୍କ ଦାୟିତ୍ବରେ ନକୁଳ ମାଝିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତେବେ କର୍ମଚାରୀଙ୍କ ଅବହେଳା କାରଣରୁ ସୁଯୋଗ ପାଇ କଏଦୀ ଜଣକ ଫେରାର ହେବାରେ ସଫଳ ହୋଇଛି |

ସୂଚନା ଯୋଗ୍ୟ ଯେ ବରଗଡ ଟାଉନ ଥାନା ଅନ୍ତର୍ଗତ ଜମୁଡା ଗ୍ରାମରେ ଗତ ୧୦ ତାରିଖରେ ହୋଇଥିବା ବସନ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ନେଇ ବରପାଲି ବାସିନ୍ଦା ଏକାଦଶୀ ମାଝିଙ୍କ ପୁଅ ନକୁଳ ମାଝି ଓରଫ୍‌ ଟୁନୁ ମାଝିକୁ ପୋଲିସ ଗିରଫ କରିଥିଲା | ତାକୁ ବରଗଡ ସବ୍‌ ଜେଲରେ ରଖାଯାଇଥିବା ବେଳେ ଗତକାଲି କୋର୍ଟରେ ହାଜର କରାଯାଇଥିଲା କୋର୍ଟରେ ତା ଉପରେ ଆର୍ମ ଆକ୍ଟ ଧାରା ଲାଗିବା ପରେ ସେଠାରେ ସେ ନିଜ ହାତକୁ ଏକ ବ୍ଲେଡ୍‌ରେ କାଟିଦେଇଥିଲା ।

ଏହାପରେ ଆହତ ନକୁଳର ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲା କୋର୍ଟ | ତେବେ ବରଗଡ ସବ୍‌ ଜେଲର ୪ ଜଣ ୱାର୍ଡେନଙ୍କୁ ଦାୟିତ୍ବରେ ନକୁଳକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା | ତେବେ ନକୁଳ ଚୋରୀ ,ଡକାୟତି ଓ ହତ୍ୟାକାଣ୍ଡ ପରି ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ଏକ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ତାକୁ ହାଣ୍ଡକପ୍‌ ମଧ୍ୟ ଲଗାଯାଇଥିଲା କିନ୍ତୁ ଆଜି ସକାଳ ୬ ଟା ୩୦ ମିନିଟ ସମୟରେ ଶୌଚ ଯିବା ବାହାନାରେ ସୁଯୋଗ ପାଇ ଫେରାର ହୋଇଯାଇଥିଲା | ନକୁଳ ପାଇଁ ପ୍ରସନ୍ନ ବେହୁରା ମୁଖ୍ୟ ଦାୟିତ୍ବରେ ରହିଥିବା ବେଳେ ୱାର୍ଡେନ ରମେଶ ହରି , କିରନ କୁମାର ଯୋଶୀ ଏବଂ ଆଶିଷ କୁମାର ଭୁଏଙ୍କୁ ଜଗିବା ଦାୟିତ୍ଵ ଦିଆଯାଇଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଚିକିତ୍ସିତ ଅବସ୍ଥାରେ ବରଗଡ ମୁଖ୍ୟ ଚିକିତ୍ସାଳୟରୁ ଫେରାର ହେଲା ଡକାୟତି ଏବଂ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ବିଚାରାଧୀନ କଏଦୀ | ନିଜ ହାତକୁ ନିଜେ ବ୍ଲେଡ଼ରେ କାଟି ଆହତ ହୋଇଥିବା କଏଦୀ ନକୁଳ ମାଝି @ ଟୁନୁ ମାଝିକୁ ଗତକାଲି ସନ୍ଧ୍ୟାରେ ବରଗଡ ମୁଖ୍ୟ ଚିକିତ୍ସାଳଯର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳେ ୬ ଟା ୩୦ ମିନିଟରେ ଶୌଚ ଯିବା ସମୟରେ ସୁବିଧା ସୁଯୋଗ ଦେଖି ସେଠାରୁ ଫେରାର ହୋଇଯାଇଛି | ବରଗଡ ସବ ଜେଲର ୪ ଜଣ ଜେଲ ୱାଡେନଙ୍କ ଦାୟିତ୍ବରେ ନକୁଳ ମାଝିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତେବେ କର୍ମଚାରୀଙ୍କ ଅବହେଳା କାରଣରୁ ସୁଯୋଗ ପାଇ କଏଦୀ ଜଣକ ଫେରାର ହେବାରେ ସଫଳ ହୋଇଛି |

Body:ବରଗଡ ଟାଉନ ଥାନା ଅନ୍ତର୍ଗତ ଜମୁଡା ଗ୍ରାମରେ ଗତ ୧୦ ତାରିଖରେ ହୋଇଥିବା ବସନ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ବରପାଲି ବାସିନ୍ଦା ଏକାଦଶୀ ମାଝିଙ୍କ ପୁଅ ନକୁଳ ମାଝି @ ଟୁନୁ ମାଝୀ କୁ ପୋଲିସ ଗିରଫ କରିଥିଲା | ତାକୁ ବରଗଡ ସବ ଜେଲରେ ରଖାଯାଇଥିବା ବେଳେ ଗତକାଲି କୋର୍ଟରେ ପେଶୀ ପାଇଁ ତାକୁ ହାଜର କରାଯାଇଥିଲା କୋର୍ଟରେ ତା ଉପରେ ଆହୁରି ଏକ arms act ମାମଲା ଲାଗିବା ପରେ ସେଠାରେ ସେ ନିଜ ହାତକୁ ଏକ ବ୍ଲେଡ ରେ କାଟିଦେଇଥିଲା | ତେବେ କୋର୍ଟ ନକୁଳଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବାକୁ ନିର୍ଦେଶ ଦେଇଥିଲା | ତେବେ ବରଗଡ ସବ ଜେଲ ର ୪ ଜଣ ୱାଡେନ ଙ୍କ ଦାୟିତ୍ବରେ ନକୁଳକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା | ତେବେ ନକୁଳ ଚୋରୀ ,ଡକାୟତି ଓ ହତ୍ୟାକାଣ୍ଡ ପରି ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ଏକ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ତାକୁ ହାତକଡି ମଧ୍ୟ ଲଗାଯାଇଥିଲା କିନ୍ତୁ ଆଜି ସକାଳ ୬ ଟା ୩୦ ମିନିଟ ସମୟରେ ଶୌଚ ଜୀବ ବାହାନାରେ ସେ ସୁଯୋଗ ପାଇ ଫେରାର ହୋଇଯାଇଥିଲା | ପ୍ରସନ୍ନ ବେହୁରା ମୁଖ୍ୟ ଦାୟିତ୍ବରେ ରହିଥିବା ବେଳେ ୱାଡେନ ରମେଶ ହରି , କିରନ କୁମାର ଯୋଶୀ ଏବଂ ଆଶିଷ କୁମାର ଭୁଏଙ୍କୁ ଜଗିବା ଦାୟିତ୍ଵ ଦିଆଯାଇଥିଲା |

ନାଲି ରଙ୍ଗର ଗେଞ୍ଜି ପିନ୍ଧିଥିବା ବ୍ୟକ୍ତି ହେଉଛି ଫେରାର ଅପରାଧୀ ନକୁଳ ମାଝି |Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.