ETV Bharat / state

ଯନ୍ତ୍ରଣା ଶୁଣିଲେନି ନର୍ସ, ବିନା ସହାୟତାରେ ପ୍ରସୂତିଙ୍କ ପ୍ରସବ - ନର୍ସ ଶୁଣିଲେନି ପ୍ରସୂତୀର ଯନ୍ତ୍ରଣା

ସରକାରୀ ଡାକ୍ତରଖାନା ମାନଙ୍କରେ ନିଯୁକ୍ତି ପାଇଥିବା ନର୍ସ ଖୋଦ ମାନୁ ନାହାଁନ୍ତି ସରକାରଙ୍କ ନିଷ୍ପତି । ଏଭଳି ମନୋଭାବ ଯୋଗୁଁ ବିପଦର ସମ୍ମୁଖୀନ ହେଉଛନ୍ତି ପ୍ରସୂତି । ପ୍ରସବ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କ ଚିକିତ୍ସା କଲେ ନାହିଁ ନର୍ସ । ଫଳରେ ବିନା ସହାୟତାରେ ମହିଳାଙ୍କର ଘଟିଛି ପ୍ରସବ । ପଦ୍ମପୁର ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଘଟଣା ।

pregnant woman
pregnant woman
author img

By

Published : Dec 10, 2019, 10:58 PM IST

ବରଗଡ଼: ରାଜ୍ୟରେ ପ୍ରସବ ଜନିତ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ନାନା ଯୋଜନା ଆରମ୍ଭ କରିଛନ୍ତି । ଗର୍ଭବତୀ ମହିଳାଙ୍କୁ ଆଶା ଦିଦି ଜରିଆରେ ପୃଷ୍ଟିସାର ଖାଦ୍ୟ ଯୋଗେଇଦେବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସରକାରୀ ସ୍ବାସ୍ଥ୍ୟ ସେବା ଯୋଗେଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ସରକାର । ହେଲେ ସରକାରୀ ଡାକ୍ତରଖାନା ମାନଙ୍କରେ ନିଯୁକ୍ତି ପାଇଥିବା ନର୍ସ ଖୋଦ ମାନୁ ନାହାଁନ୍ତି ସରକାରଙ୍କ ନିଷ୍ପତି । ଏଭଳି ମନୋଭାବ ଯୋଗୁଁ ବିପଦର ସମ୍ମୁଖୀନ ହେଉଛନ୍ତି ପ୍ରସୂତି । ପଦ୍ମପୁର ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଘଟଣା ।

ନର୍ସ ଶୁଣିଲେନି ପ୍ରସୂତୀର ଯନ୍ତ୍ରଣା, ବିନା ସହାୟତରେ ମହିଳାଙ୍କ ପ୍ରସବ

ପଦ୍ମପୁର ଉପଖଣ୍ଡ ବୋଡ଼ାସମ୍ବର ଚିକିତ୍ସାଳୟକୁ ଟେମରି ଗ୍ରାମର ପ୍ରସୂତିଙ୍କୁ ନେଇ ଆଶାକର୍ମୀ ପହଞ୍ଚିଥିଲେ । ମହିଳାଙ୍କ ପ୍ରସବ ଯନ୍ତ୍ରଣା ବଢ଼ି ଚାଲିଥିବାବେଳେ ଡାକ୍ତରଖାନାରେ ଦାୟିତ୍ବରେ ଥିବା ନର୍ସ ଜୟନ୍ତୀ ପଣ୍ଡା ପ୍ରସୂତିଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେଇଥିଲେ । ନର୍ସ ଜଣକ ଥକିଯାଇଥିବାରୁ ସେ ଯାଇପାରିବେ ନାହିଁ ବୋଲି ଚିତ୍କାର କରିଥିଲେ । ଆଶାକର୍ମୀ ଦେବକୀ ବାରିକ ଓ ପ୍ରସୂତିଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ ।

ସେପଟେ କିନ୍ତୁ ବିନା ଡାକ୍ତର ଏବଂ ନର୍ସଙ୍କ ଅନୁପସ୍ଥିତିରେ ମହିଳାଙ୍କ ପ୍ରସବ ହୋଇଯାଇଥିଲା । ଡାକ୍ତରଖାନାରେ ଗର୍ଭବତୀ ମହିଳା ଜଣଙ୍କ ଉପସ୍ଥିତ ରହି ମଧ୍ୟ କୌଣସି ଚିକିତ୍ସାର ସହାୟତା ପାଇପାରିଲେ ନାହିଁ । ସେପଟେ ପରିବାର ଲୋକ ଉପସ୍ଥିତ ଥିବାରୁ ଅଳ୍ପକେ ବର୍ତ୍ତିଯାଇଛି ନବଜାତ ଶିଶୁର ଜୀବନ ।

ପରିବାର ଲୋକେ ଏନେଇ ଡାକ୍ତରଖାନା ମୁଖ୍ୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି । ତେବେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ୍, ଇଟିଭା ଭାରତ

Intro:ରାଜ୍ୟରେ ପ୍ରସବ ଜନିତ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟସରକାର ନାନା ଯୋଜନା ଆରମ୍ଭ କରିଛନ୍ତି । ଗର୍ଭବତୀ ମହିଳାଙ୍କୁ ଆଶା ଦିଦି ଜରିଆରେ ପୃଷ୍ଟିସାର ଖାଦ୍ୟ ଯୋଗେଇଦେବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସରକାରୀ ସ୍ୱାସ୍ଥ୍ୟ ସେବା ଯୋଗେଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ସରକାର , ହେଲେ ସରକାରୀ ଡାକ୍ତରଖାନା ମାନଙ୍କରେ ନିଯୁକ୍ତି ଥିବା କେତେକ ନର୍ସ ମାନଙ୍କ ସରକାର ବିରୋଧୀ ମନୋଭାବ ଯୋଗୁଁ ବିପଦର ସମ୍ମୁଖୀନ ହେଉଛନ୍ତି ପ୍ରସୂତି ମହିଳା । ପ୍ରସୂତି ବିଭାଗର କେତେକ ନର୍ସ ମାନଙ୍କର ମନମୁଖୀ କାର୍ଯ୍ୟକଳାପ ଏବଂ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପରି ଘଟଣା ବାରମ୍ବାର ସାମ୍ନାକୁ ଆସିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ଡାକ୍ତରଖାନାରେ ।

Body:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୋଡ଼ାସମ୍ବର ଚିକିତ୍ସାଳୟକୁ ଟେମରି ଗ୍ରାମର ପ୍ରସୂତୀ ମହିଳାଙ୍କୁ ନେଇ ଆଶାକର୍ମୀ ପହଞ୍ଚିଥିଲେ । ମହିଳାଙ୍କ ପ୍ରସୂତୀ ଜନିତ ପୀଡ଼ା ବଢ଼ିଚାଳିଥିବା ବେଳେ ଡାକ୍ତରଖାନାରେ ଦାୟିତ୍ୱରେ ଥିବା ନର୍ସ ଜୟନ୍ତୀ ପଣ୍ଡା ପ୍ରସୂତୀ ରେ ସାହାଯ୍ୟ କରିବା ପାଇଁ ମନା କରିଦେଇଥିଲେ । ନର୍ସ ଜଣକ ଥକିଯାଇଥିବାରୁ ସେ ଯାଇପାରିବେ ନାହିଁ ବୋଲି ଚିତ୍କାର କରିଥିଲେ ଏବଂ ଆଶାକର୍ମୀ ଦେବକୀ ବାରିକଙ୍କୁ ଓ ପ୍ରସୂତି ମହିଳାଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ସେପଟେ କିନ୍ତୁ ବିନା ଡାକ୍ତର ଏବଂ ନର୍ସର ଅନୁପସ୍ଥିତିରେ ମହିଳାଙ୍କ ପ୍ରସବ ହୋଇଯାଇଥିଲା । ଗର୍ଭବତୀ ମହିଳାଙ୍କ ପରିବାର ଲୋକେ ନଥିଲେ ତଲେ ପଡିଯାଇଥାନ୍ତା ନବଜାତ ଶିଶୁ ଏବଂ ଘଟିଯାଇଥାନ୍ତା ଅଘଟଣ । ତେବେ ଡାକ୍ତରଖାନାରେ ଥାଇ ମଧ୍ୟ କୌଣସି ଚିକିତ୍ସା ର ସହାୟତା ପାଇପାରିଲେ ନାହିଁ ଗର୍ଭବତୀ ମହିଳା ଏବଂ ଅଳ୍ପକେ ବର୍ତ୍ତିଗଲା ନବଜାତ ଶିଶୁର ଜୀବନ ।
ତେବେ ପରିବାର ଲୋକେ ଏନେଇ ଡାକ୍ତରଖାନା ମୁଖ୍ୟ ଅଧିକାରୀଙ୍କ ଠାରେ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ । ତେବେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହିତ ନେଇଛନ୍ତି ଏବଂ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.