ETV Bharat / state

ପଦ୍ମପୁର ଉପନିର୍ବାଚନ: ଆକ୍ରୋଶମୂଳକ ରାଜନୀତିକୁ ନେଇ ଚିନ୍ତାରେ ରାଜନୀତି ବିଶେଷଜ୍ଞ - ପଦ୍ମପୁରରେ ରାଜନୈତିକ ହିଂସା

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଲିଥିବା ଆକ୍ରୋଶମୂଳକ ରାଜନୀତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଜନୀତି ବିଶେଷଜ୍ଞ । ଅଧିକ ପଢ଼ନ୍ତୁ

political experts express concern about aggressive politics in padampur
ପ୍ରତିଶୋଧ ପରାୟଣ ହେଉଛି ରାଜନୀତି: ରାଜନୀତି ବିଶେଷଜ୍ଞ
author img

By

Published : Nov 29, 2022, 8:42 AM IST

ବରଗଡ଼: ପଦ୍ମପୁର ଉପନିର୍ବାଚନ(Padampur bypoll) ଯେତେ ପାଖଉଛି, ରାଜନୀତି ତାତି ସେତିକି ବଢିବାରେ ଲାଗିଛି । ରାଜନୈତିକ ଦଳ ମଧ୍ୟରେ ପରସ୍ପରକୁ କାଦୁଅ ଫିଙ୍ଗା ନୀତି ଆରମ୍ଭ ହୋଇଯାଇଛି । ନିର୍ବାଚନକୁ ଆଉ ମାତ୍ର 6 ଦିନ ଥିବାବେଳେ ବର୍ତ୍ତମାନ ଠାରୁ ଯେଉଁଭଳି ପରିସ୍ଥିତି ପଦ୍ମପୁରରେ ଦେଖାଗଲାଣି ଆଗାମୀ ଦିନରେ ପଦ୍ମପୁରରେ ରାଜନୈତିକ ହିଂସା ବ୍ୟାପକ ମାତ୍ରାରେ ହେବାର ସମ୍ଭାବନା ରହିଛି । ପଦ୍ମପୁରରେ ଏପରି ପ୍ରତିଶୋଧ ପରାୟଣ ରାଜନୀତିକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ପ୍ରତିଶୋଧ ପରାୟଣ ହେଉଛି ରାଜନୀତି

ଉଭୟ ବିଜେଡ଼ି ଓ ବିଜେପି ଦଳ ମଧ୍ୟରେ ଯେଉଁ ଭାବରେ ଆରମ୍ଭରୁ ଆରୋପ ପ୍ରତ୍ୟାରୋପ, କର୍ମୀଙ୍କୁ ଧମକ ଚମକ ପରି ଘଟଣା ସାମ୍ନାକୁ ଆସିଥିଲା ଏବଂ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ IT ଓ GST ରେଡ଼ ରାଜନୀତି ପଦ୍ମପୁର ସହରରେ ଅଶାନ୍ତିର ବାତାବରଣ ଖେଳାଇଦେଇଛି । ସୋମବାର ବିଜେଡ଼ି ଦଳର 3 ଜଣ କର୍ମୀଙ୍କ ଘରେ IT ବିଭାଗର ରେଡ଼୍‌ ପରେ ବିଜେପିର ଅନେକ କର୍ମୀଙ୍କ ଛୋଟିଆ ଦୋକାନ ମାନଙ୍କରେ ଆକ୍ରୋଶ ମୂଳକ ଭାବରେ GST ରେଡ଼ କରିବା ଘଟଣାକୁ ନେଇ ପଦ୍ମପୁର ବଣିକ ସଂଘ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ବିରୋଧରେ ଆଜି ପଦ୍ମପୁରର ସମସ୍ତ ଦୋକାନ ବଜାର ବନ୍ଦ କରି ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏସ୍ପିଙ୍କ ସହ ଆଲୋଚନା ପରେ ବନ୍ଦ ଡାକରାକୁ ସଂଘ ପ୍ରତ୍ୟାହାର କରିନେଇଥିବା ଘୋଷଣା କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ୍ ପରେ ବିଜେଡିର ପ୍ରତିଶୋଧ !

ପଦ୍ମପୁରରେ ଏପରି ପ୍ରତିଶୋଧ ପରାୟଣ ରାଜନୀତିକୁ ନିନ୍ଦା କରି ରାଜନୈତିକ ବିଶେଷଜ୍ଞ କହିଛନ୍ତି, "ରାଜନୀତି ହେଉଛି ପରମ ନୀତି ଏବଂ ରାଜ ଧର୍ମ ହେଲା ଶ୍ରେଷ୍ଠ ଧର୍ମ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ରାଜନୀତିରେ ପରିବର୍ତ୍ତନ ଦେଖାଦେଇଛି । ରାଜନୀତିରେ ହିଂସା, ଆକ୍ରୋଶ ମୂଳକ ମନୋଭାବ ଦ୍ବାରା ଗଣତନ୍ତ୍ରର ଅବକ୍ଷୟ ଘଟି ଚାଲିଛି । ଯେଉଁଭଳି ଭାବେ ପଦ୍ମପୁର ଉପନିର୍ବାଚନର ପ୍ରକ୍ରିୟା ଚାଲୁଛି, ତାହା ସମ୍ପୂର୍ଣ୍ଣ ଆରୋପ ପ୍ରତ୍ୟାରୋପର ସ୍ଥିତି ଦେଖିବାକୁ ମିଳିଛି ।" ଏହିଭଳି ପ୍ରତିଶୋଧମୂଳକ ରାଜନୀତି ହେଲେ ଆଗାମୀ ଦିନରେ ଗଣତନ୍ତ୍ରର ବିପନ୍ନ ହେବ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.