ETV Bharat / state

ବିଜେପୁର ତରଣୀସେନ ମହଲା ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

BRC ତରଣୀସେନ ମହଲାଙ୍କୁ ହତ୍ୟା ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ବିଜେପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ବାଉଁଶପୋଲା ଡମ୍ପିଂୟାର୍ଡରୁ ମୃତଦେହ ମିଳିବା ପରେ ହତ୍ୟା ଅପରାଧିଙ୍କୁ କାବୁ କରିଥିଲା ପୋଲିସ ।

author img

By

Published : Oct 16, 2019, 8:09 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

ବରଗଡ଼: ପ୍ରଥମେ ପାଇଖାନା ବିଲ ପାସକୁ ନେଇ ଝଗଡା । ଆଉ ପରେ ଅପରହରଣ ଓ ହତ୍ୟା । ଜିଲ୍ଲାରେ ଗୋଷ୍ଠୀ ସାଧନ ସଂଯୋଜକ(BRC) ତରଣୀସେନ ମହଲାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାର୍ଶ ହୋଇଛି।

ବିଜେପୁର ଏନଏସି ଅଧିନସ୍ଥ ବାଉଁଶପୋଲା ଡମ୍ପିଂୟାର୍ଡରୁ ତରଣୀସେନ ମହଲାଙ୍କ ମୃତଦେହ ମିଳିଛି। ମୃତ ଶରୀର ପରିତ୍ୟକ୍ତ ଅବସ୍ଥାରେ ମିଳିବା ପରେ, ପୋଲିସ ୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

BRC ତରଣୀସେନ ମହଲା ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା ଅଧିନରେ ନିର୍ମିତ ହେଉଥିବା ପାଇଖାନା ନିର୍ମାଣର ବିଲ ପାସ କରନ୍ତି । ତେବେ ନିର୍ମାଣ କରାଯାଇଥିବା ପାଇଖାନାର ବିଲ ପାସକୁ କେନ୍ଦ୍ରକରି ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମର ହରିବନ୍ଧୁ ମେହେର ଓ ଫକୀର ମେହେର ତରଣୀଙ୍କ ସହ ଝଗଡା କରିଥିଲେ |

ଏହା ପରେ ଗତ ୧୨ ତାରିଖରୁ ତରଣୀସେନ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ଲୋକେ ଗାଇସିଲେଟ ଥାନାରେ ଅଭିଯୋଗ କରିଥିଲେ | ଏହି ଝଗଡାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପାଖରେ ହତ୍ୟାକାରୀ ସ୍ବୀକାର କରିଥିବା ପୋଲିସ ସ୍ପଷ୍ଟ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ଗତ ୧୨ ତାରିଖ ବିଜେପୁରର ଏକ ଭଡ଼ାଘରେ ତରଣୀସେନଙ୍କୁ ଅଭିଯୁକ୍ତ ରିକୁ ଏବଂ ରମା ହତ୍ୟା କରିଥିଲେ । ପରେ ଅନ୍ୟ ଅଭିଯୁକ୍ତ ସହଯୋଗୀ ଫକୀରଙ୍କ ମିଶି ମୃତଦେହ ଡମ୍ପିଂୟାର୍ଡରେ ଫିଙ୍ଗି ଦେଇଥିଲେ। ବିଜେପୁର ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ବିଜେପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ହାତୁଡ଼ି, ପୋଡି ଯାଇଥିବା ଲାପଟପ୍‌ ଏବଂ ମୃତଶରୀର ନେବାରେ ବ୍ୟବହୃତ ହୋଇଥିବା ଏକ ହୋଣ୍ଡା ଆକ୍ଟିଭାକୁ ପୋଲିସ ଜବତ କରିଛି।

ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ନିଜ ଗାଁ ଗଇସିଲେଟ ଥାନା ଅନ୍ତର୍ଗତ ନୂଆପାଳିରେ ପହଞ୍ଚିବା ପରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରାସ୍ତାରେ ମରଶରୀର ରଖି ଆନ୍ଦୋଳନ ଆରମ୍ଭ କରିଦେଇଥିଲେ।

ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳୁ ଦାବିକରି ନୂଆପାଳି ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ରାସ୍ତାରେ ଟାୟାର ଜାଳିବା ସହ ସମସ୍ତ ଯାନବାହାନ ଯିବା ଆସିବାକୁ ବନ୍ଦ କରିଦେଇଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଜିଲା ବିଜେପୁର ଏନଏସି ଅନ୍ତର୍ଗତ ବାଉଁଶପୋଲା ଡମ୍ପିଂୟାର୍ଡରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଥିବା ଗୋଷ୍ଠୀ ସାଧନ ସଂଯୋଜକ (BRC) ତରଣୀସେନ ମହଲାଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଥିଲା । ତେବେ ଏହି ଘଟଣାରେ ବିଜେପୁର ପୋଲିସକୁ ଖୁବ ଶୀଘ୍ର ମିଳିଛି ବଡ ସଫଳତା । ବିଜେପୁର ପୋଲିସ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା 3 ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟକୁ ପଠାଇଛି ।

Body:ସୂଚନା ଅନୁଯାୟୀ ତରଣୀସେନ ମହଲା BRC ଭାବେ କାର୍ଯ୍ୟରତ ଥିବା ବେଳେ ସେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଯୋଜନାର ପାଇଖାନା ନିର୍ମାଣର ବିଲ୍‌ ପାସ କରିଥାନ୍ତି | ତେବେ ନିର୍ମାଣ କରାଯାଇଥିବା ପାଇଖାନା ର ବିଲ ପାଶକୁ କୁ କେନ୍ଦ୍ରକରି ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମର ହରିବନ୍ଧୁ ମେହେର ଏବଂ ଫକୀର ମେହେର , ତରଣୀଙ୍କ ସହିତ ଝଗଡା କରିଥିଲେ | ଏହି ଝଗଡା ପରେ ଗତ ୧୨ ତାରିଖରୁ ତରଣୀ ନିଖୋଜ ଥିଲେ ଏବଂ ତାଙ୍କ ପରିବାର ଲୋକେ ଗଇସିଲେଟ ଥାନାରେ ଅଭିଯୋଗ କରିଥିଲେ | ଆଜି ତାଙ୍କର ମରୁତ ଶରୀର ପରିତ୍ୟକ୍ତ ଅବସ୍ଥାରେ ଏକ ଆବର୍ଜନା ସ୍ଥାନରେ ମିଳିବ ପରେ ପୋଲିସ ୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇଛି |
ଗତ ୧୨ ତାରିଖରୁ ନିଖୋଜ ଥିବା ତରଣୀ ଙ୍କୁ ଯୋଜନା ବଦ୍ଧ ଭାବେ ବିଜେପୁର ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ରିକୁ ସାହୁ, ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମର ରମା ଓରଫ ହରିବନ୍ଧୁ ମେହେର ଏବଂ ଫକୀର ମେହେର ହତ୍ୟାକରିଥିଲେ । ବିବାଦକୁ ନେଇ ତାଙ୍କୁ ହତ୍ୟା କରିଥିବା ପୋଲିସ ପାଖରେ ହତ୍ୟାକାରୀ ମାନେ ସ୍ବୀକାର କରିଥିବା କହିଛି ପୋଲିସ ।
ତେବେ ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ବିଜେପୁର ଥାନାରେ ଏକ ଖବରଦାତା ସମ୍ମିଳନୀରେ ସମ୍ବାଦିକଙ୍କୁ ଜଣାଇଥିଲେ। ଉକ୍ତ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ହାତୁଡ଼ି, ପୋଡି ଯାଇଥିବା ଲାପଟପ୍‌ ଏବଂ ଶବକୁ ନେବାରେ ବ୍ୟବହୃତ କରାଯାଇଥିବା ଏକ ହୋଣ୍ଡା ଏକ୍ଟିଭା କୁ ବିଜେପୁର ପୋଲିସ ଜବତ କରିଛି ।
ଗତ ୧୨ ତାରିଖ ବିଜେପୁରର ଏକ ଭଡ଼ାଘରେ ତରଣୀସେନଙ୍କୁ ଅଭିଯୁକ୍ତ ରିକୁ ଏବଂ ରମା ହତ୍ୟା କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫକୀର ଡମ୍ପିଂୟାର୍ଡକୁ ମୃତଦେହ ନେବାରେ ସହଯୋଗ କରିଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଥିବା ବେଳେ ସମସ୍ତ ଅଭିଯୁକ୍ତ ଙ୍କୁ ଆଜି କୋର୍ଟକୁ ପଠାଯାଇଛି ।

ବାଇଟ ୧- ପଦ୍ମିନୀ ସାହୁ ( ବରଗଡ ଏସ ପି )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.