ETV Bharat / state

ହତ୍ୟାକାଣ୍ଡ ଘଟଣାରେ ଅବହେଳା: ପୋଲିସ-ଜନତା ମୁହାଁମୁହିଁ, ଭେଡେନ ଥାନାରେ ତୁମୁଳକାଣ୍ଡ - ଥାନାରେ ଉତ୍ତେଜନା

ବରଗଡ ଜିଲ୍ଲା ଭେଡେନ ଥାନାରେ ତୁମୁଳ କାଣ୍ଡ, ପୋଲିସର ଅବହେଳାକୁ ନେଇ ଥାନାରେ ଉତ୍ତେଜନା । ପଢନ୍ତୁ ଅଧିକ....

ଭେଡ଼େନ ଥାନାରେ ତୁମୁଳ କାଣ୍ଡ , ହତ୍ୟାକାଣ୍ଡ ଘଟଣାର ଅବହେଳାକୁ ନେଇ ପୋଲିସ ଓ ଜନତା ମୁହାମୁହିଁ

author img

By

Published : Nov 17, 2020, 9:06 PM IST

ବରଗଡ: ହତ୍ୟାକାଣ୍ଡ ଘଟଣାରେ ପୋଲିସର ଅବହେଳା ଅଭିଯୋଗ ନେଇ ଥାନାରେ ଗ୍ରାମବାସୀଙ୍କ ତୁମୁଳକାଣ୍ଡ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଭେଡେନ ଥାନାରେ । ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷରେ ଉଭୟ ପକ୍ଷରୁ ଆହତ ହୋଇଥିବା ସୂଚନା ମିଳିଛି ।

ଭେଡ଼େନ ଥାନାରେ ତୁମୁଳ କାଣ୍ଡ , ହତ୍ୟାକାଣ୍ଡ ଘଟଣାର ଅବହେଳାକୁ ନେଇ ପୋଲିସ ଓ ଜନତା ମୁହାମୁହିଁ

ସୂଚନା ଅନୁଯାୟୀ ଗତ ଜୁଲାଇ 18 ତାରିଖରେ ଭେଡ଼େନ ଥାନା ଅନ୍ତର୍ଗତ ବୁର୍ଦା ଗ୍ରାମର ଜଣେ ୨୩ ବର୍ଷୀୟ ଜିତୁ ନାଏକ ନାମକ ଯୁବକଙ୍କ ମୃତଦେହ ନିକଟସ୍ଥ ଏକ ସ୍ଥାନରେ ମିଳିଥିଲା । ତେବେ ପରିବାର ଲୋକେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଏବଂ ପୂର୍ବରୁ ହତ୍ୟା ଧମକ ଦେଇଥିବା ଝିଅ ପରିବାର ଲୋକଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ ଆଣିଥିଲେ ।

ପୋଲିସ କିନ୍ତୁ ଏହି ଦିଗରେ କୌଣସି ତଦନ୍ତ କରୁନଥିବାରୁ ମୃତ ଜିତୁ ନାଏକଙ୍କ ପରିବାର ଲୋକେ ଏସପିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ତାପରେ ମଧ୍ୟ ପୋଲିସର ନିଷ୍କ୍ରିୟତା ଓ ଅବହେଳା କାରଣରୁ ଆଜି ବୁରଦା ଗ୍ରାମର ଶତାଧିକ ଲୋକେ ଭେଡ଼େନ ଥାନାକୁ ଘେରାଉ କରିଥିଲେ । ତେବେ ଉତ୍ୟକ୍ତ ଗ୍ରାମବାସୀଙ୍କ ସହିତ ପୋଲିସର ତିକ୍ତତା ଦେଖାଯାଇଥିଲା । ଗ୍ରାମବାସୀଙ୍କ ଟେକା ମାଡରେ ପୋଲିସ କର୍ମଚାରୀମାନେ ଆହତ ହୋଇଥିବାବେଳେ ବହୁ ଗ୍ରାମବାସୀ ମଧ୍ୟ ପୋଲିସର ଲାଠିମାଡରେ ଆହତ ହୋଇଥିବା ଜଣାପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.