ETV Bharat / state

ପିକଅପ ଭ୍ୟାନ ଓଲଟି ଡ୍ରାଇଭର ମୃତ

ବରଗଡ ଜିଲ୍ଲାରେ 4 ଲେନ ବାଇପାସ ରୋଡରେ ସଡକ ଦୁର୍ଘଟଣା | ଘଟଣାସ୍ଥଳରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ..

author img

By

Published : Sep 5, 2020, 10:56 PM IST

ଦ୍ରୁତଗତି ହେଲା କାଳ, ପିକଅପ ଭ୍ୟାନ ଓଲଟି ଡ୍ରାଇଭର ମୃତ

ବରଗଡ: ଜିଲ୍ଲାରେ 4 ଲେନ ବାଇପାସ ରୋଡରେ ସଡକ ଦୁର୍ଘଟଣା | ଘଟଣାସ୍ଥଳରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରି କଷ୍ଟରେ ଡ୍ରାଇଭର କୁ ଗାଡି ଭିତରୁ ଉଦ୍ଧାର କରାଯାଇଥିଲା | ଡ୍ରାଇଭର କୁ ଉଦ୍ଧାର କରିବାକୁ ଦୁର୍ଘଟଣା ସ୍ଥଳକୁ ଅଗ୍ନିଶମ ବିଭାଗକୁ ଆସିବାକୁ ପଡିଥିଲା |
ଶନିବାର ବଡ଼ି ଭୋର ସକାଳୁ ବରଗଡ଼ ବାଇପାସ 4 ଲେନ ରୋଡ଼ରେ ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ ଭେନ ଦୁର୍ଘଟଣା ଘଟି ରାସ୍ତା କଡ଼ରେ ଓଲଟି ପଡିଥିଲା ।

ଏହି ପିକଅପ ଗାଡ଼ିର ଡ୍ରାଇଭର ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଜଣଙ୍କର ପରିଚୟ ମିଳିପାରି ନାହିଁ । ତେବେ ଦ୍ରୁତ ଗତିରେ ଯାଉଥିବା ଏହି ପିକଅପ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭର କୁ ଗାଡି ଭିତରୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ ମାତ୍ର ଏଥିରେ ବିଫଳ ହେବାରୁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ | ପରେ ଘଟଣା ସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ଗାଡ଼ିରେ ଫସିରହିଥିବା ଡ୍ରାଇଭର କୁ ଉଦ୍ଧାର କରିଥିଲେ ମାତ୍ର ସେତେବେଳକୁ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.