ETV Bharat / state

ସାବିତ୍ରୀ ପାଇଁ ସାମାଜିକ ଦୂରତା ଭୂଲିଲେ ବରଗଡବାସୀ

author img

By

Published : May 22, 2020, 12:33 AM IST

କୋରୋନା ମହାମାରୀର ଭୟାବହତା ଲୋକଙ୍କ ମଧ୍ୟରେ ଲାଗି ରହିଥିବା ବେଳେ ସାବିତ୍ରୀ ବ୍ରତ ପାଇଁ ବରଗଡ ସହରବାସୀ ସମ୍ପୂର୍ଣ୍ଣ ଭୂଲି ଯାଇଛନ୍ତି ସାମାଜିକ ଦୂରତ୍ଵ । ସତେ ଯେପରି ଦୀର୍ଘ ଦିନ ଧରି ଘର ଭିତରେ ଲୋକେ ଗୃହବନ୍ଦୀରେ କଏଦ ହୋଇ ରହିଥିଲେ ଏବଂ ଗୋଟିଏ ଦିନର ମଉକା ପାଇ ଲୋକେ ଘରୁ ବାହାରକୁ ପାଦ କାଢିବା ପାଇଁ ଆତୁର ।

bargarh latest news, social distancing violation in bargrah, social distancing, bargarh lockdown, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ସାମାଜିକ ଦୂରତା ଭୁଲିଲେ ଲୋକେ, ସାମାଜିକ ଦୂରତା, ବରଗଡ ଲକଡାଉନ
ସାବିତ୍ରୀ ପାଇଁ ସାମାଜିକ ଦୂରତା ଭୂଲିଲେ ବରଗଡବାସୀ

ବରଗଡ: କୋରୋନା ମହାମାରୀର ଭୟାବହତା ଲୋକଙ୍କ ମଧ୍ୟରେ ଲାଗି ରହିଥିବା ବେଳେ ସାବିତ୍ରୀ ବ୍ରତ ପାଇଁ ବରଗଡ ସହରବାସୀ ସମ୍ପୂର୍ଣ୍ଣ ଭୂଲି ଯାଇଛନ୍ତି ସାମାଜିକ ଦୂରତ୍ଵ । ସତେ ଯେପରି ଦୀର୍ଘ ଦିନ ଧରି ଘର ଭିତରେ ଲୋକେ ଗୃହବନ୍ଦୀରେ କଏଦ ହୋଇ ରହିଥିଲେ ଏବଂ ଗୋଟିଏ ଦିନର ମଉକା ପାଇ ଲୋକେ ଘରୁ ବାହାରକୁ ପାଦ କାଢିବା ପାଇଁ ଆତୁର । ବରଗଡ ଜିଲ୍ଲାରୁ ବହୁ ଶ୍ରମିକ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିବା ବେଳେ ଏପର୍ଯ୍ୟନ୍ତ 3 ହଜାରରୁ ଅଧିକ ଶ୍ରମିକ ଜିଲ୍ଲାକୁ ଫେରି ସାରିଛନ୍ତି ।

ତଥାପି ମଧ୍ୟ କେହି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ଏବେ ମଧ୍ୟ ଗ୍ରୀନ ଜୋନରେ ରହିଛି ବରଗଡ ଜିଲ୍ଲା । ଗ୍ରୀନ ଜୋନ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନ ବଜାର ଖୋଲିବାର ସମୟ ସୀମା ଅଳ୍ପ ବୃଦ୍ଧି ହୋଇଥିବା ବେଳେ ହୋଟେଲ, ମଲ, କପଡା ଦୋକାନ, ସୁନା ଦୋକାନ ଇତ୍ୟାଦି ଖୋଲିବାକୁ ଅନୁମତି ମଧ୍ୟ ଦିଆଯାଇଛି । ମାତ୍ର ଗ୍ରୀନ ଜୋନର ସୁଯୋଗ ନେଇ ଜନସାଧାରଣ ଅବହେଳା କରି ବଜାରରେ ଭିଡ କରୁଥିବା ଗୁରୁବାର ଦେଖିବାକୁ ମିଳିଛି ।

ସାବିତ୍ରୀ ବ୍ରତ ପାଇଁ ଦୋକାନ ବଜାର ଓ ରାସ୍ତା ଘାଟ ଜନଗହଳିରେ ଭର୍ତ୍ତି ହୋଇପଡିଥିଲା । ତେବେ ସାମାଜିକ ଦୂରତ୍ଵକୁ ଖାତିର ନକରି ଲୋକଙ୍କ ଏହି ଅବହେଳା ଆଗକୁ କ’ଣ ଯେ ପରିଣାମ ଆଣିବ ତାହା ଦେଖିବାକୁ ବାକି ରହିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.