ବରଗଡ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ଦହିତା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ । ପଦ୍ମପୁର ଦହିତା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ଘରେ ଚଢାଉ କରିଛି ଜିଲ୍ଲା ଭିଜିଲାନ୍ସ ବିଭାଗ ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସକାଳୁ ଚଢ଼ାଉ ଜାରି ରହିଛି । ଦହିତା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ପଦ୍ମପୁର ସ୍ଥିତ ଦୁଇ ଗୋଟିଏ ଘରେ ଏବଂ ଦହିତା ସ୍ଥିତ ତାଙ୍କର ପଞ୍ଚାଯତ ଅଫିସରେ ଭିଜିଲାନସ ଟିମର ଚଢାଉ ଚାଲିଛି।
ଏହି ଚଢ଼ାଉରେ ତାଙ୍କ ଘରେ ଥିବା କାଗଜପତ୍ର ଯାଞ୍ଚ ଚାଲିଥିବା ବେଳେ ଏଯାଏଁ ସମ୍ପତ୍ତିର ସଠିକ ଆକଳନ ହୋଇପାରିନଥିବା ବରଗଡ଼ ଭିଜିଲାନ୍ସ DSP ପରମେଶ୍ବର କିଷାନଙ୍କ ଠାରୁ ପ୍ରାଥମିକ ସୂଚନା ମିଳିଛି ।ତେବେ ସମସ୍ତ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ତାଙ୍କର କେତେ ସମ୍ପତ୍ତି ରହିଛି ତାହା ବାବଦରେ ସ୍ପଷ୍ଚ ସୂଚନା ମିଳିପାରିବା ନେଇ କହିଛି ଭିଜିଲାନ୍ସ ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ