ETV Bharat / state

ବାହୁଡା ଯାତ୍ରାରେ ଚଣା ତରକାରୀ ବିକିଲେ ପଦ୍ମଶ୍ରୀ ହଳଧର

author img

By

Published : Jul 12, 2019, 11:27 PM IST

ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ଚଣା ତରକାରୀ ବିକ୍ରି କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ହଜାର ହଜାର ଟଙ୍କାର ଚଣା ତରକାରୀ ବିକି ଥିବା କହିଛନ୍ତି ହଳଧର । ଏପଟେ ତାଙ୍କ ହାତ ତିଆରି ଚଣା ତରକାରୀ ଖାଇ ଖୁସି ବ୍ୟକ୍ତ କରିଥିଲେ ସେଠାକାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ପଦ୍ମଶ୍ରୀ ହଳଧର ନାଗ ନିଜର ସରଳ ନିରାଡମ୍ବର ଜୀବନ ଶୈଳୀ ପାଇଁ ବେଶ ଚର୍ଚ୍ଚିତ । ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ ହୋଇ ବି ଭୁଲି ନାହାନ୍ତି ନିଜ ଜୀବନଜୀବିକା । ଗତ ରଥଯାତ୍ରାରେ ଚଣା ତରକାରୀ ବିକ୍ରି କରି ସେ ଚର୍ଚ୍ଚାର ପରିଧିକୁ ଆସିଥିଲେ । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ତାଙ୍କ ହାତ ତିଆରି ସୁସ୍ବାଦୁ ଚଣା ତରକାରୀ ବିକ୍ରି କରିଥିଲେ ହଳଧର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ହଳଧର ଚଣା ତରକାରୀ ବିକ୍ରି କରୁଥିବା ଦେଖି ତାଙ୍କ ଘରେ ଶହ ଶହ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥିଲା । ସମସ୍ତେ ତାଙ୍କ ଦ୍ବାରା ପ୍ରସ୍ତୁତ ଚଣା ତରକାରୀ ଖାଇବାକୁ ଯେପରି ବ୍ୟାକୁଳ ହୋଇ ଉଠିଥିଲେ । ହଜାର ହଜାର ଟଙ୍କାର ଚଣା ତରକାରୀ ବିକ୍ରି କରିଥିବା କହିଛନ୍ତି ସେ । ତେବେ କିଛି ବର୍ଷ ହେବ ସେ ଚଣା ତରକାରୀ ବିକ୍ରି ବନ୍ଦ କରିଦେଇଥିଲେ । ହେଲେ ପୁଣି ଥରେ ସେ ଆରମ୍ଭ କରିଛନ୍ତି ରଥଯାତ୍ରାରେ ଚଣା ତରକାରୀ ବେପାର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.