ETV Bharat / state

Padmapur By Poll: ସ୍ୱତନ୍ତ୍ର କୋଶଲ ପ୍ରଦେଶ ଦାବିକୁ ସମର୍ଥନ କଲେ ପ୍ରଦୀପ ପୁରୋହିତ

ଜୟ କୋଶଲ ନାରା ଦେଲେ । ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିକୁ ସମର୍ଥନ କଲେ ବିଜେପି ବିଧାୟକ ପ୍ରାର୍ଥୀ । ଆଜି କୋଶଲ ସଂଗ୍ରାମୀଙ୍କୁ ସାକ୍ଷାତ କରି ନିଜ ସମର୍ଥନ ଜଣାଇଛନ୍ତି ପ୍ରଦୀପ । ଏହାସହ ଆଗ ମାଟି ତା ପରେ ପାଟି କଥା କହି ନିଜର ପୁରା ସମର୍ଥନ ଜ୍ଞାପନ କରିଛନ୍ତି ପ୍ରଦୀପ । ଅଧିକ ପଢନ୍ତୁ

author img

By

Published : Nov 23, 2022, 10:20 PM IST

Padmapur By Poll
Padmapur By Poll

ବରଗଡ: ଜୟ କୋଶଲ ନାରା ଦେଲେ । ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିକୁ ସମର୍ଥନ କଲେ ବିଜେପି ବିଧାୟକ ପ୍ରାର୍ଥୀ । ଆଜି କୋଶଲ ସଂଗ୍ରାମୀଙ୍କୁ ସାକ୍ଷାତ କରି ନିଜ ସମର୍ଥନ ଜଣାଇଛନ୍ତି ପ୍ରଦୀପ । ଏହାସହ ଆଗ ମାଟି ତା ପରେ ପାଟି କଥା କହି ନିଜର ପୁରା ସମର୍ଥନ ଜ୍ଞାପନ କରିଛନ୍ତି ପ୍ରଦୀପ ।

ସ୍ବତନ୍ତ୍ର କୋଶଲ ପ୍ରଦେଶ ଦାବିକୁ ସମର୍ଥନ କଲେ ପ୍ରଦୀପ ପୁରୋହିତ

ଏହାବି ପଢନ୍ତୁ- Padmapur By Poll: ପଦ୍ମପୁରରେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଛି: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଦଶନ୍ଧୀ ଦଶନ୍ଧୀ ଧରି ପୁରା ପଶ୍ଚିମାଞ୍ଚଳର ଲୋକେ ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରିଆସୁଛନ୍ତି । ଏଖଥିପାଇଁ ବିଭିନ୍ନ ସାମାଜିକ ସଂଗଠନ, ଯୁବାମଞ୍ଚ ସହ ଅନେକ ସଂଗଠନ ରାଜନେତା ଆନ୍ଦୋଳନ ଜାରି ରଖିଛନ୍ତି । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷିରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏକ ଦୁଇ ଦିନିଆ ରାଲି ଆୟୋଜନ କରାଯାଇଥିଲା । ଏହି ରାଲି ନୃସିଂହ ନାଥ ମନ୍ଦିର ଠାରୁ ପଦ୍ମପୁର ଯାଏ ଆୟୋଜନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ନେଇ ସଚେତନା ସୃଷ୍ଟି ସହ ସମର୍ଥନ ହାସଲ କରିବା । ଯେଉଁ ଦଳ କୋଶଲ ଆନ୍ଦୋଳନକୁ ସମର୍ଥନ କରିବେ, ସେହି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିଦେବନ କରୁଛନ୍ତି ।

ଏହାବି ପଢନ୍ତୁ- ପବିତ୍ର ଦେବ ଦୀପାବଳିରେ ଦୀପମୟ ହେଲା ଶ୍ରୀକ୍ଷେତ୍ର

ଆଜି ପ୍ରଦୀପ ପୁରୋହିତ ଏହି ଯାତ୍ରାକୁ ସମର୍ଥନ କରିବା ସହ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିକୁ ସମନର୍ଥନ କରିଛନ୍ତି । ପ୍ରଦୀପ ଆହୁରି କହିଛନ୍ତି, ତାଙ୍କ ଦଳ ସମସ୍ତଙ୍କ ବିକାଶକୁ ବିଶ୍ବାସ କରେ । ଛୋଟ ଛୋଟ ପ୍ରଦେଶ ହେଲେ ବିକାଶ ତରାନ୍ବିତ ହେବ । ସେ ଯଦି ନିର୍ବାଚିତ ହୁଅନ୍ତି ପ୍ରସଙ୍ଗକୁ ବିଧାନସଭା ଏପରିକି ଦିଲ୍ଲୀ ପର୍ଯ୍ୟନ୍ତ ନେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.