ETV Bharat / state

Padmapur By poll: କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନକୁ କଟାକ୍ଷ କଲେ ପ୍ରସନ୍ନ ଆଚାର୍ଯ୍ୟ

author img

By

Published : Nov 27, 2022, 11:02 PM IST

ପଦ୍ମପୁର ଉପନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । କେନ୍ଦ୍ର କୃଷିମନ୍ତ୍ରୀ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ସାମ୍ବାଦିକ ସମ୍ବିଳନୀରେ ଭିତ୍ତିହୀନ ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

Padmapur By poll: କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନକୁ କଟାକ୍ଷ କଲେ ପ୍ରସନ୍ନ ଆଚାର୍ଯ୍ୟ
Padmapur By poll: କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନକୁ କଟାକ୍ଷ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି । ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ତେବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟର ଜବାବ ରଖିଛି ବିଜେଡି । କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନକୁ ଏକ ସାମ୍ବାଦିକ ସମ୍ବିଳନୀରେ ଭିତ୍ତିହୀନ ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

ପଦ୍ମପୁର ହାତେଇବା ପାଇଁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ଆଜି ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ । ତେବେ ପଦ୍ମପୁରର ଚାଷୀମାନେ ୨୦୨୧ ଖରିଫ ଫସଲର କ୍ଷତିପୂରଣକୁ ନେଇ ଯେଉଁ ଆନ୍ଦୋଳନ ଜାରି ରଖିଛନ୍ତି ତାହାକୁ ଉଭୟ ବିଜେପି ଓ ବିଜେଡି ଦଳ ଉପନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ରଖିଥିବାବେଳେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଫସଲବୀମାର କ୍ଷତିପୂରଣ ଚାଷୀ ନପାଇବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି, ପାଲଟା ପ୍ରତ୍ୟାରୋପ କଲେ ପ୍ରସନ୍ନ ଆଚାର୍ଯ୍ୟ

ତେବେ ବିଜେପିର ଏହି ଆରୋପକୁ ବିଜେଡି ଖଣ୍ଡନ କରିଛି । ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କେନ୍ଦ୍ର କୃଷିମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଭିତ୍ତିହୀନ ଦର୍ଶାଇ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, "କେନ୍ଦ୍ରରେ ଏପରି ଅନଭିଜ୍ଞ ମନ୍ତ୍ରୀ ଥିବା ଦୁର୍ଭାଗ୍ୟର ବିଷୟ । କେନ୍ଦ୍ର ନିଜ ଦୋଷ ଲୁଚାଇବାକୁ ରାଜ୍ୟ ମୁଣ୍ଡରେ ଦୋଷ ଲଦୁଛି ।" ଆଜିର ସାମ୍ବାଦିକ ସମ୍ମିଳନୀରେ ଚାଷୀ ଓ ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.