ETV Bharat / state

ବୃଦ୍ଧଙ୍କୁ ଠକି ଦେଲା ସରକାରୀ ଯୋଜନା, ଟଙ୍କା ଦେଇ ବି ବାସହରା - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

କାଂସଡା ଗ୍ରାମ ପଞ୍ଚାୟତ ବରପାଳି ଗ୍ରାମରେ ସରକାରୀ ଯୋଜନାରେ ଘରଟିଏ ପାଇଁ ବହୁ ଗରିବଙ୍କୁ ଦେବାକୁ ପଡୁଛି ହାତଗୁଞ୍ଜା । ନହେଲେ ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଅଧିକ ପଢନ୍ତୁ..

ବୃଦ୍ଧଙ୍କୁ ଠକି ଦେଲା ସରକାରୀ ଯୋଜନା, ଟଙ୍କା ଦେଇବି ବାସହରା

author img

By

Published : Jul 22, 2020, 7:44 PM IST

ବରଗଡ: ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସରକାରୀ ଯୋଜନାରେ ଘରଟିଏ ପାଇଁ ବହୁ ଗରିବଙ୍କୁ ଦେବାକୁ ପଡୁଛି ହାତଗୁଞ୍ଜା । ନହେଲେ ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏପରି ଅଭିଯୋଗ ଆସୁଛି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅଞ୍ଚଳରୁ ।

ଏମିତି ଏକ ଦୃଷ୍ଟାନ୍ତ ପାଇକମାଳ ବ୍ଲକ କାଂସଡା ଗ୍ରାମ ପଞ୍ଚାୟତ ବରପାଳି ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଉଦେ ମହାନନ୍ଦ ଜଣେ ଗରିବ ବ୍ୟକ୍ତି । 6 ମାସ ତଳେ ଗ୍ରାମ ପଞ୍ଚାୟତ ପିଅନ ଆସି ଉଦେଙ୍କଠାରୁ ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବା ନେଇ ଆଧାର କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ପାସବୁକ୍ ଜେରକ୍ସ କପି ସହ 1 ହଜାର ଟଙ୍କା ନେଇଥିଲେ । ଅବଶିଷ୍ଟ 9 ହଜାର ଟଙ୍କା କାର୍ଯ୍ୟାଦେଶ ପାଇଲା ପରେ ଦେବାକୁ କହିଥିଲେ । ତାଙ୍କୁ ଇଓ ପଠାଇଛନ୍ତି ବୋଲି ସେ କହିଥିଲେ । ଏହାସହ ଶୀଘ୍ର ପୁରୁଣା ଘର ଭାଙ୍ଗି ନୂଆ ଘର ତିଆରି ପାଇଁ ପ୍ରସ୍ତୁତ ରୁହ କହି ଟଙ୍କା ଓ କାଗଜପତ୍ର ଧରି ପିଅନ ଜଣକ ଫେରି ଯାଇଥିଲେ ।

ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ଆବାସର କାର୍ଯ୍ୟାଦେଶ ନମିଳିବାରୁ ଉଦେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ସେ ଯାହା ଶୁଣିଲେ ତାଙ୍କ ହୋସ ଉଡିଗଲା । 20 ହଜାର ଟଙ୍କା ବିନିମୟରେ ତାଙ୍କର ଘର ଅନ୍ୟ ଜଣଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିବା କୁହାଯାଇଥିଲା ।

ତେବେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି ଆଶାରେ ସେ ପୁରୁଣା ଘର ଭାଙ୍ଗି ଦେଇଛନ୍ତି । ଏବେ ବର୍ଷା ଋତୁରେ ବାହାରେ ରହିବା ତାଙ୍କ ପାଇଁ ମୁସ୍କିଲ ହୋଇ ଯାଇଛି । ଏ ସଂକ୍ରାନ୍ତରେ ପାଇକମାଳ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଉଦେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିପାରିନି । ଏନେଇ ଆଗକୁ ଅନଶନ କରିବାକୁ ବାଧ୍ୟ ହେବି ସେ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.