ବରଗଡ: ଦୁର୍ଘଟଣାର ହଟସ୍ପଟ ପାଲଟିଲାଣି ସ୍ଥାନୀୟ ଏସିସି ସିମେଣ୍ଟ କାରଖାନା ରାସ୍ତା । ମରାମତି ପ୍ରତି କାରଖାନା କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବାରୁ ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ଫଳ ଶୂନ । ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଡାଙ୍ଗ ଛକରୁ ଏସିସି ଯିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାବେଳେ, ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏସିସି ପ୍ଳାଣ୍ଟ ମୁଖ୍ୟଙ୍କ ଘରର ପାଚେରୀ କାମ ଚାଲିଛି ।
ଏସିସି କର୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବକୁ ନେଇ ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି । ବାରମ୍ବାର ଏସିସି ସିମେଣ୍ଟ କାରଖାନାରେ ଶ୍ରମିକ ଓ କର୍ମଚାରୀଙ୍କ ଆନ୍ଦୋଳନ ଲାଗିରହୁଥିବା ବେଳେ ଏବେ ପୁଣି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ବଡ ଆନ୍ଦୋଳନ ମୁଣ୍ଡ ଟେକୁଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ