ETV Bharat / state

ବରଗଡ ମୁଖ୍ୟ ଚିିକିତ୍ସାଳୟରେ ଅବ୍ୟବସ୍ଥା : ଟେକ୍ନିସିଆନ ନାହାନ୍ତି, ଡାକ୍ତର ଅଭାବରୁ ହନ୍ତସନ୍ତ ରୋଗୀ - ଟେକ୍ନିସିଆନ ଅଭାବରୁ ହନ୍ତସନ୍ତ ରୋଗୀ

ବରଗଡ ମୁଖ୍ୟ ଚିିକିତ୍ସାଳୟରେ ରୋଗୀ ହନ୍ତସନ୍ତ । ଡାକ୍ତରଖାନାରେ ଚିକିତ୍ସା କରିବାଠାରୁ ଆରମ୍ଭ କରି ବ୍ଲଡ୍‌ ଟେଷ୍ଟ୍‌ ପର୍ଯ୍ୟନ୍ତ ସବୁଠି ଲମ୍ବା ଲାଇନ । ଅଧିକ ପଢ଼ନ୍ତୁ

ବରଗଡ ମୁଖ୍ୟ ଚିିକିତ୍ସାଳୟରେ ରୋଗୀ ହନ୍ତସନ୍ତ
ବରଗଡ ମୁଖ୍ୟ ଚିିକିତ୍ସାଳୟରେ ରୋଗୀ ହନ୍ତସନ୍ତ
author img

By

Published : May 30, 2023, 7:56 AM IST

ବରଗଡ ମୁଖ୍ୟ ଚିିକିତ୍ସାଳୟରେ ରୋଗୀ ହନ୍ତସନ୍ତ

ବରଗଡ: ଅବ୍ୟବସ୍ଥା ଘେରରେ ବରଗଡ ମୁଖ୍ୟ ଚିିକିତ୍ସାଳୟ । ଡାକ୍ତରଙ୍କଠାରୁ ଆରମ୍ଭ କରି ପାରା ମେଡିକାଲ ସ୍ଟାଫ୍‌ଙ୍କ ଅଭାବରୁ ହନ୍ତସନ୍ତ ରୋଗୀ । ଡାକ୍ତରଖାନାରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ନାହିଁ । ଚିକିତ୍ସାଠାରୁ ଆରମ୍ଭ କରି ବ୍ଲଡ ଟେଷ୍ଟିଂ ପର୍ଯ୍ୟନ୍ତ ସବୁଠି ଲମ୍ବା ଲାଇନ ଲାଗିବାକୁ ପଡୁଥିବା ନେଇ ରୋଗୀ ଅଭିଯୋଗ କରିଛନ୍ତି । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅବହେଳାକୁ ନେଇ ବାରମ୍ବାର ଅଭିଯୋଗ ଆସିବା ସହିତ ବରଗଡ଼ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଜଣେ ରୋଗୀ ଅଭିଯୋଗ କରିଛନ୍ତି,"ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିରହିଥିବା ସମସ୍ୟା ସୁଧୁରିବା ବଦଳରେ ସମସ୍ୟା ବଢିଚାଲିଛି । CDMO, ADMO , ହସ୍ପିଟାଲ ମ୍ୟାନେଜର ଥାଇ ମଧ୍ୟ 7 ମହଲା ବିଶିଷ୍ଠ ବିରାଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚଳାଇବାରେ ଅସମର୍ଥ ହୋଇପଡିଛନ୍ତି । ଲୋକେ ସିଧା ସଳଖ ସମସ୍ତ ସମସ୍ୟା ଜଣାଇଲେ ମଧ୍ୟ ତାହାର ସମାଧାନ କରାଯାଉନାହି । ନା CDMO ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଉଛନ୍ତି ନା ହସ୍ପିଟାଲ ମ୍ୟାନେଜର । କେତେବେଳେ ହସ୍ପିଟାଲରେ ପିଇବା ପାଣି ସମସ୍ୟା ତ ଆଉ କେତେବେଳେ ବିଦ୍ୟୁତ ସମସ୍ୟା ପାଇଁ ଟର୍ଚ୍ଚ ଲାଇଟରେ ଚାଲିଛି ଅସ୍ତ୍ରୋପ୍ରଚାର । ଏକ୍ସ-ରେ ମେସିନ ଥିଲେ ମଧ୍ୟ ବିଦ୍ୟୁତ କାଟ ହେଲେ ହୋଇପାରୁନାହି ଗୁରୁତର ରୋଗୀଙ୍କ ଏକ୍ସ-ରେ ପରୀକ୍ଷା । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀ ଅଭାବ କାରଣରୁ ରୋଗୀ ନାନା ହଇରାଣ ହେଉଛନ୍ତି ।

ବରଗଡ ମୁଖ୍ୟ ଚିକିତ୍ସାଳୟରେ ରହିଥିବା ରକ୍ତ ପରୀକ୍ଷା କେନ୍ଦ୍ରରେ ଟେକ୍ନିସିଆନ ଅଭାବ କାରଣରୁ ଏତେ ବଡ ହସ୍ପିଟାଲରେ ବହୁ ହଇରାଣ ହେଉଛନ୍ତି ରୋଗୀ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବରଗଡ଼ ଜିଲ୍ଲା ବ୍ୟତୀତ ସୋନପୁର ଜିଲ୍ଲା ଓ ପଡ଼ୋଶୀ ଛତିଶଗଡରୁ ଅନେକ ରୋଗୀ ଚିକିତ୍ସାପାଇଁ ନିର୍ଭର କରିଥାଆନ୍ତି । ସକାଳ ହେଲା ମାତ୍ରେ ରୋଗୀଙ୍କ ଭିଡ଼ ଲାଗି ରହିଥାଏ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । 12ଟା ହେବା ମାତ୍ରେ ଡାକ୍ତରମାନେ ହସ୍ପିଟାଲରେ ରହୁନଥିବା ବେଳେ ବହୁ ଦୂରରୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଚିକିତ୍ସା ନପାଇ ଫେରିବାକୁ ପଡ଼ୁଛି । ତେବେ ରକ୍ତ ନମୁନା କେନ୍ଦ୍ରରେ ଶୀଘ୍ର ରକ୍ତ ସଂଗ୍ରହ କରାଯାଇ ରକ୍ତ ପରୀକ୍ଷା କରାଗଲେ ଏହି ସମସ୍ୟାର ସମାଧାନ ହୋଇଯାନ୍ତା । ଏହି ସମସ୍ୟା ବିଷୟରେ ବରଗଡବାସୀ ବାରମ୍ବାର ବରଗଡ CDMOଙ୍କ ନିକଟରେ ଅଭିଯୋଗ ଆଣିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ । ରୋଗୀମାନେ ପ୍ରତିଦିନ ଲମ୍ବା ଲାଇନରେ ରହି ହଇରାଣ ହେଉଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏପରି ଅବହେଳା କାରଣରୁ ବରଗଡ଼ର ବୁଦ୍ଧିଜୀବୀ ମହଲରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.