ETV Bharat / state

2ୟ ଦିନରେ ବରଗଡରେ 185ଟି ଗାଡିରୁ କଟା ହେଲା ଲକ୍ଷାଧିକ ଟଙ୍କାର ଚାଲାଣ - ବରଗଡ ଖବର

ଟ୍ରାଫିକ ନିୟମ କୋହଳର ସମୟ ସୀମା ଶେଷ ହୋଇଛି । ରବିବାରଠୁ ପୁଣି ଥରେ କଡାକଡି ଭାବେ ଯାନବାହାନ ଯାଞ୍ଚ ଆରମ୍ଭ କରାଯାଇଛି । ଯାଞ୍ଚ ପରେ ଦୁଇଦିନ ମଧ୍ୟରେ ସମୁଦାୟ ୧୮୫ ଗୋଟି ଗାଡ଼ିରୁ ଚାଲାଣ କଟାଯାଇଥିବା ସୂଚନା ରହିଛି ।

Millions of rupees were fined from 185 vehicles in two days
2 ଦିନରେ 185 ଯାନରୁ କଟା ହେଲା ଲକ୍ଷାଧିକ ଟଙ୍କାର ଚାଲାଣ
author img

By

Published : Mar 2, 2020, 11:32 PM IST

ବରଗଡ: ୬ ମାସର ସମୟସୀମା ଶେଷ ହେବା ପରେ ରାଜ୍ୟରେ କୋହଳ କରାଯାଇଥିବା ଟ୍ରାଫିକ ନିୟମ ପୁଣି କଡାକଡି କରାଯାଇଛି । ଏହି କ୍ରମରେ ବରଗଡ ଜିଲ୍ଲାରେ ରବିବାର ଠାରୁ ଜୋରଦାର ଚାଲିଛି ଟ୍ରାଫିକ ଚେକିଂ । ବରଗଡ ପରିବହନ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ବରଗଡର ବିଭିନ୍ନ ସ୍ଥାନରେ ଯାନବାହାନର କଡାକଡି ଯାଞ୍ଚ ଆରମ୍ଭ ହୋଇଯାଇଛି ।

2 ଦିନରେ 185 ଯାନରୁ କଟା ହେଲା ଲକ୍ଷାଧିକ ଟଙ୍କାର ଚାଲାଣ

ଯାଞ୍ଚ ପରେ ଦୁଇଦିନ ମଧ୍ୟରେ ସମୁଦାୟ ୧୮୫ଟି ଗାଡ଼ିରୁ ଚାଲାଣ କଟାଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ଆରମ୍ଭ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ଖେଳିଯାଇଛି ।

ରବିବାର ଠାରୁ ସୋମବାର 2 ଦିନ ମଧ୍ୟରେ ହେଲମେଟ ନପିନ୍ଧି ଗାଡିଚଲାଉଥିବା ୧୪୨ ଗୋଟି ଦୁଇଚକିଆ ଯାନରୁ ଚାଲାଣ କଟାଯାଇଥିବା ବେଳେ ଅତ୍ୟଧିକ ବେଗରେ ଚଲାଉଥିବା ୨୩ ଗୋଟି ଯାନରୁ ଫାଇନ କଟାଯାଇଛି । ସେହିପରି ଲାଇସେନ୍ସ ଓ ଗାଡିର କାଗଜପତ୍ର ନଥିବା ଯାନବାହନ ଠାରୁ ମଧ୍ୟ ଫାଇନ କଟାଯାଇଛି । ଅନ୍ୟପଟେ ବରଗଡ ଆରଟିଓ ଅଫିସରେ ଲାଇସେନ୍ସ ଆବେଦନକାରୀଙ୍କ ଭିଡ ପୂର୍ବପରି ଲାଗିରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.