ବରଗଡ: ଜମି ଜଙ୍ଗଲ ଅଧିକାର ସଂଗଠନ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଜଙ୍ଗଲ ଅଧିକାର ୨୦୦୬ ଓ ସଂଶୋଧିତ ନିୟମାବଳୀକୁ ସଠିକ କାର୍ଯ୍ୟକାରୀ କରିବା ସହ ଭୂମିହୀନ ପରିବାର ମାନଙ୍କୁ ଜମି ମିଳିବା ଉଚିତ୍ । ଯାହାକୁ ନେଇ ବରଗଡ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅଞ୍ଚଳରୁ ଶହ ଶହ ଆଦିବାସୀ ଯୁବକ ,ମହିଳା ଆସି ନିଜ ହକ ପାଇଁ ନିଜ ହକ ପାଇଁ ବିକ୍ଷୋଭ କରିଛନ୍ତି । ଏହାସହ ବରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ଆନ୍ଦୋଳନକାରୀ । ସେହି ଗାଁ ମାନଙ୍କୁ ଯାଇ ତାଙ୍କର ସବୁ ସମସ୍ୟାର ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ