ବରଗଡ: ଆଜି(ବୁଧବାର) ନିଜେ ଗାଁରେ ପହଞ୍ଚିଛି ବରଗଡ ଜିଲ୍ଲା ଶହୀଦ ଯବାନଙ୍କ ମୃତଦେହ | ଜମ୍ମୁ-କଶ୍ମୀରରେ ଦେଶ ସେବାରେ ଶହୀଦ ହୋଇଥିବା ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ନୂଆଁଗଡ ଗ୍ରାମର ବୀର ଯବାନ ଟୁପେଶ୍ଵର ଭୁଏଙ୍କ ମର ଶରୀର ଆଜି ତାଙ୍କ ବାସଭବନକୁ ଆସି ପହଞ୍ଚିଛି । ତେବେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡିଛି ଶହୀଦ ଯବାନଙ୍କ ଘର ।
ଜାମ୍ମୁ-କାଶ୍ମୀରରେ ସହିଦ ଓଡିଆ ଯବାନ, ନିଜ ଗାଁରେ ସମ୍ପନ୍ନ ଶେଷକୃତ୍ୟ ଟୁପେଶ୍ଵର ଜମ୍ମୁ-କାଶ୍ମୀରରେ ଦେଶ ସୁରକ୍ଷାରେ ନିୟୋଜିତ ଥିବାବେଳେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ମରଶରୀରକୁ ବିମାନ ଯୋଗେ ଜମ୍ମୁ-କଶ୍ମୀରରୁ ଭୁବନେଶ୍ବର ଏବଂ ଭୁବନେଶ୍ବରରୁ ସିଧାସଳଖ ନୂଆଗଡସ୍ଥିତ ତାଙ୍କ ଘରକୁ ଅଣାଯାଇଥିଲା । ଜିଲ୍ଲା ପ୍ରଶାସନ ଏବଂ ସେନା ବାହିନୀ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ସଲାମୀ ଦେବା ପରେ ବୀର ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି ନୂଆଗଡ ଗ୍ରାମରେ ଟୁପେଶ୍ଵରଙ୍କର ଶେଷ ଦର୍ଶନ ପାଇଁ ଜନସମୁଦ୍ର ପରି ପରିସ୍ଥିତି ଦେଖିବାକୁ ମିଳିଥିଲା । ଟୁପେଶ୍ଵର ଜଣେ ମେଳାପୀ ପ୍ରକୃତିର ମଣିଷ ହୋଇଥିବାରୁ ସମଗ୍ର ଅଞ୍ଚଳରେ କାନ୍ଦରେ ଫାଟି ପଡିଛି ।
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ