ETV Bharat / state

ନିର୍ବାଚନ ପୂର୍ବରୁ ଲାଗିଲା ମାଓ ବ୍ୟାନର, ଭୋଟ ବର୍ଜନ ପାଇଁ ଅପିଲ - ବରଗଡରେ ମାଓବାଦୀ ପୋଷ୍ଟର

ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳରେ ଲାଗିଲା ମାଓ ବ୍ୟାନର । ବରଗଡ଼ ଜିଲ୍ଲା ପଦ୍ମପୁରରୁ ପାଇକମାଲ ବିଜୁ ଏକ୍ସପ୍ରେସୱେ ରାସ୍ତାରେ ମାଝିପାଲି ଛକରେ ଲାଗିଛି ତିନୋଟି ମାଓ ବ୍ୟାନର । ଅଧିକ ପଢନ୍ତୁ

Maoists appeal to Boycott vote with banner in Bargarh
ନିର୍ବାଚନ ପୂର୍ବରୁ ଲାଗିଲା ମାଓ ବ୍ୟାନର, ଭୋଟ ବର୍ଜନ ପାଇଁ ଅପିଲ
author img

By

Published : Feb 1, 2022, 7:36 PM IST

ବରଗଡ: ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳରେ ଲାଗିଲା ମାଓ ବ୍ୟାନର । ବରଗଡ଼ ଜିଲ୍ଲା ପଦ୍ମପୁରରୁ ପାଇକମାଲ ବିଜୁ ଏକ୍ସପ୍ରେସୱେ ରାସ୍ତାରେ ମାଝିପାଲି ଛକରେ ଲାଗିଛି ତିନୋଟି ମାଓ ବ୍ୟାନର । ଯେଉଁଥିରେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଲୋକଙ୍କୁ ଆହ୍ବାନ କରାଯାଇଛି ।

ନିର୍ବାଚନ ପୂର୍ବରୁ ଲାଗିଲା ମାଓ ବ୍ୟାନର, ଭୋଟ ବର୍ଜନ ପାଇଁ ଅପିଲ

ଏହାମଧ୍ୟ ପଢନ୍ତୁ: Panchayat Polls: ଭଟଲି ନିର୍ବାଚନ ମଣ୍ଡଳୀରେ ନିର୍ଦ୍ୱନ୍ଦରେ ଜିତିଲା ବିଜେଡି

ମାଓବାଦୀ ବରଗଡ଼ ବଲାଙ୍ଗୀର ମହାସମୁନ୍ଦ ଡିଭିଜନ (BBM ) ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଥିବା ଲେଖା ହୋଇଛି । ପଞ୍ଚାୟତ ନିର୍ବାଚନ ଆସିବା ମାତ୍ରେ ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । ମଙ୍ଗଳବାର ସକାଳୁ ଲୋକ ଏହି ବ୍ୟାନର ଦେଖିବାକୁ ପାଇଛନ୍ତି ତେଣୁ ଅନୁମାନ କରାଯାଉଛି ରାତିରେ ଏହାକୁ ଲଗାଯାଇଛି । ଏନେଇ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚିନାହିଁ । ତେବ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.