ETV Bharat / state

Maharaja Kansa: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧନୁଯାତ୍ରାର କଂସ ମହାରାଜ - ବରଗଡ଼ ଧନୁଯାତ୍ରା

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ବରଗଡ଼ର କଂସ ମହାରାଜା (Maharaja Kansa met CM Naveen) । ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ହାଲଚାଲ ପଚାରି ବୁଝିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Maharaja Kansa met CM Naveen
Maharaja Kansa met CM Naveen
author img

By

Published : Jan 10, 2023, 8:45 PM IST

Maharaja Kansa: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧନୁଯାତ୍ରାର କଂସ ହୃଷିକେଶ ଭୋଇ

ଭୁବନେଶ୍ବର: ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି (Maharaja Kansa met CM Naveen) । କଂସ ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ହାଲଚାଲ ପଚାରି ବୁଝିଥିବା କହିଛନ୍ତି । ଏହାସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ କଳିଙ୍ଗର ଯୁବରାଜ ସମ୍ବୋଧନ କରି ରାଜ୍ୟବାସୀଙ୍କ ଦୁଃଖସୁଖ ବୁଝିବା ଲାଗି କହିଥିବା କହିଛନ୍ତି । ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଶେଷ ହେବା ପରେ ସେ ଆଜି ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ଏନେଇ ସେ କହିଛନ୍ତି, "ମୁଁ ମୋର ବନ୍ଧୁ ତଥା ରାଜ୍ୟର ଯୁବରାଜଙ୍କୁ ଭେଟିବାକୁ ଆସିଛି । ଏହାସହ ରାଜ୍ୟର ହାଲଚାଲ ପଚାରି ବୁଝିଛି । ଏହାପରେ ମୁଁ ମଥୁରାନଗରୀ ସାଜିଥିବା ବରଗଡ଼କୁ ଫେରିଯିବି । କଳିଙ୍ଗର ଯୁବରାଜ ରାଜ୍ୟବାସୀଙ୍କୁ ଦୁଃଖ ଦୁର୍ଦ୍ଦଶା ବୁଝିବା ସହିତ ତାଙ୍କ ଦାୟିତ୍ବ ସୁଚାରୁ ରୂପେ ପାଳନ କରିବେ ବୋଲି ମୋର ଆଶା । ଏହାପୂର୍ବରୁ ମୁଁ ମହୋଦଧିରେ ସ୍ନାନ କରି ମହାପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରିଥିଲି । କାରଣ ଧନୁଯାତ୍ରା ସମୟରେ ମୁଁ ଭଗବାନଙ୍କୁ ବହୁତ ଗାଳିଗୁଲଜ କରିଥିଲି । ଏହାର ପ୍ରାୟଶ୍ଚିତ କରିବା ଲାଗି ମୁଁ ପରମ୍ପରା ଅନୁଯାୟୀ ପ୍ରଥମେ ପୁରୀ ଆସିଥିଲି । ଏହାପରେ ଭୁବନେଶ୍ବର ଆସିଛି ।"

ଏହା ବି ପଢନ୍ତୁ- ସରିଲା ଧନୁଯାତ୍ରା, ଶ୍ରୀଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ମହାରାଜା

ସୂଚନା ଥାଉ କି ଗତ ଡିସେମ୍ବର ୨୮ ତାରିଖରେ ବରଗଡ଼ର ଧନୁଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ହୃଷିକେଶ ଭୋଇ କଂସ ମହାରାଜାଙ୍କ ଭୂମିକାରେ ଅଭିନୟ କରିଥିଲେ । ବରଗଡ଼ ଧନୁଯାତ୍ରାରେ ପରମ୍ପରା ଅନୁଯାୟୀ ଯେତେବେଳେ ୧୧ଦିନ ଧରି ଯାତ୍ରା ଚାଲିଥିବା ବେଳେ ସେ ପ୍ରଭୁ ଜଗନ୍ନାଥଙ୍କ ଉପରେ କ୍ରୋଧାନ୍ବିତ ହୋଇଥିଲେ । ଭଗବାନ କୃଷ୍ଣଙ୍କୁ ହତ୍ୟା କରିବା ଲାଗି ସେ ସର୍ବଦା ଯୋଜନା କରୁଥିଲେ । କୃଷ୍ଣ ନାମ ଉଚ୍ଚାରଣ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଅତ୍ୟାଚାର କରୁଥିଲେ । ଯେତେବେଳେ ଧନୁଯାତ୍ରାର ଜବନିକା ଘଟିବା ପରେ ସେ ଗତ ୭ ତାରିଖରେ ଶ୍ରୀକ୍ଷେତ୍ର ଆସିଥିଲେ ।

ଏହାପରେ ମହୋଦଧିରେ ସ୍ନାନ କରି ପଇତା ବିସର୍ଜନ କରିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ବରଗଡ଼ ଧନୁଯାତ୍ରା ଶେଷ ହେବା ପରେ ପରମ୍ପରା ଅନୁଯାୟୀ ମହାରାଜା କଂସଙ୍କ ଭୂମିକାରେ ଅଭିନୟ କରିଥିବା କଳାକାର ଏପରି ପ୍ରତିବର୍ଷ କରିଥାନ୍ତି । ବରଗଡ଼ ଧନୁଯାତ୍ରା ବେଳେ ଅନେକ ଲୋକଙ୍କ ଭିଡ଼ ଜମେ । ରାଜ୍ୟ ତଥା ରାଜ୍ୟ ବାହାରୁ ଦର୍ଶକମାନେ ବରଗଡ଼ରେ ଭିଡ଼ ଜମାଇଥାନ୍ତି । ବରଗଡ଼ ୧୧ ଦିନ ପର୍ଯ୍ୟନ୍ତ ମଥୁରା ନଗରୀ ପାଲଟିଯାଏ । ସେପଟେ ଆମ୍ବପାଲି ପାଲଟିଯାଏ ଗୋପପୁର । ଚଳିତ ବର୍ଷ ଏହି ଯାତ୍ରାକୁ ୭୫ବର୍ଷ ପୁରିଥିବା ବେଳେ ଧୁମଧାମରେ ପାଳିତ ହୋଇଥିଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.