ETV Bharat / state

ଶହୀଦଙ୍କୁ ଶେଷ ସଲାମ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନୀଳାଚଳଙ୍କ ଶେଷକୃତ୍ୟ ସମ୍ପନ୍ନ

author img

By

Published : Aug 14, 2023, 9:49 PM IST

Updated : Aug 14, 2023, 11:03 PM IST

ଜନ୍ମମାଟିରେ ଶହୀଦ ନୀଳାଚଳଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନୀଳାଚଳଙ୍କ ଶେଷକୃତ୍ୟ ସମ୍ପନ୍ନ

ବରଗଡ଼: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନାଗାଲାଣ୍ଡରେ ଶହୀଦ ହୋଇଥିବା ବରଗଡ଼ ମାଟିର ପୁଅ ନୀଳାଚଳ ପଟେଲଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଆଜି ସକାଳେ ଜନ୍ମମାଟିରେ ପାର୍ଥୀବ ଶରୀର ପହଞ୍ଚିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ବାଘପାଲି ଗାଁ । ବୀର ଯବାନ ଅମର ରହେ ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ଗଗନ ପବନ । ଗତ ଶନିବାର ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା ।

ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁକୁ ଶହୀଦ ନୀଳାଚଳଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବାଘପାଲି ଗ୍ରାମରେ ଛାଇଯାଇଥିଲା ଶୋକାକୁଳ ପରିବେଶ । କାନ୍ଦ ବୋବାଳିରେ ଫାଟିପଡୁଥିଲା ପୁଗା ଗାଁ । ଶହୀଦ ନୀଳାଞ୍ଚଳଙ୍କ ଗର୍ଭବତୀ ସ୍ତ୍ରୀ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇପଡୁଥିବା ବେଳେ ତାଙ୍କ ୨ କୁନି କୁନି ଝିଅ ବାପାଙ୍କ ମୃତଦେହକୁ ଜାବୁଡି ଧରି ବାହୁନି ବାହୁନି କାନ୍ଦୁଥିଲେ । ଏପରି ଛାତିଥରା ଦୃଶ୍ୟ ଦେଖି ଶହୀଦ ପରିବାରକୁ ଶାନ୍ତ୍ବନା ଦେବାକୁ ଆସିଥିବା ଆଖପାଖ ପଡୋଶୀ ଲୋକେ ମଧ୍ୟ ଧୈର୍ଯ୍ୟହରା ହୋଇପଡିଥିଲେ । ସେମାନଙ୍କ ଆଖିରୁ ମଧ୍ୟ ବହିଯାଉଥିଲା ଅନବରତ ଅଶ୍ରୁର ଧାର ।

ଏହା ବି ପଢନ୍ତୁ- ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ, ଆଜି ହେବ ନୀଳାଚଳଙ୍କ ଅନ୍ତିମ ସଂସ୍କାର

ଶହୀଦ ନୀଳାଚଳଙ୍କ ଗର୍ଭବତୀ ସ୍ତ୍ରୀ ଓ ଦୁଇ କୁନି ଝିଅଙ୍କ ବ୍ୟତୀତ ଘରେ ୮୦ ବର୍ଷର ବୁଢୀ ମାଆ, ସାନ ଭଉଣୀ ଓ ଭାଇ ଥିବାବେଳେ ଆଜି ନୀଳାଚଳକୁ ହରାଇ ସମସ୍ତେ ମର୍ମାହତ ହୋଇପଡିଥିଲେ ସତ, ହେଲେ ଦେଶ ମାତୃକା ପାଇଁ ଶହୀଦ ହୋଇଥିବା ସୁଯୋଗ୍ୟ ସନ୍ତାନ ପାଇଁ ପୁରା ପରିବାର ଗର୍ବ ଅନୁଭବ କରିଥିଲା । ପରିବାରର ଗୋଟେ ପୁଅ କିଷାନ ହୋଇଥିବା ବେଳେ ଅନ୍ୟ ପୁଅ ଦେଶର ସୁରକ୍ଷା ପାଇଁ ଯବାନ ସାଜିଥିଲେ । ଆଜି ପରିବାରର ଯବାନ ପୁଅ ଦେଶ ପାଇଁ ଶହୀଦ ହୋଇଯାଇଛନ୍ତି ।

ସୂଚନା ଥାଉ କି ଗତ ଶୁକ୍ରବାର ୧୧ ତାରିଖ ରାତିରେ ନୀଳାଚଳ ଶହୀଦ ହୋଇଥିଲେ । ସେ ଆସାମ ୭ତମ ରାଇଫଲ୍ସ ସେ କାର୍ଯ୍ୟରତ ଥିଲେ । ତେବେ ନାଗଲାଣ୍ଡ କୁଗିଡେଲାଙ୍ଗ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଶନିବାର ଏହି ଖବର ଚାରିଆଡେ ଦ୍ରୁତ ଗତିରେ ପ୍ରଚାରିତ ହୋଇଥିଲା ଏବଂ ଶନିବାରଠୁ ପରିବାର ଲୋକେ ତଥା ନୀଳାଚଳଙ୍କ ସାଙ୍ଗସାଥୀ ଓ ବାଘପାଲି ଗ୍ରାମବାସୀ ତାଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରି ରହିଥିଲେ । ସୋମବାର ସକାଳେ ତାଙ୍କର ପାର୍ଥିବ ଶରୀର ବରଗଡରେ ପହଞ୍ଚିଥିଲା । ବୀର ଯବାନ ଅମର ରହେ ସ୍ଲୋଗାନରେ ପୁରା ପରିବେଶ କମ୍ପି ଉଠିଥିଲା ।

ଇଟିଭି ଭାରତ, ବରଗଡ଼

Last Updated : Aug 14, 2023, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.