ETV Bharat / state

‘ବନ୍ଦେ ଉତ୍କଳ ଜନନୀ’କୁ ପାଠ୍ୟପୁସ୍ତକରେ ସାମିଲକୁ କୋଶଳ ସଙ୍ଗଠନର ବିରୋଧ - Kosala organization opposes to bande utkal janani

ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀକୁ ସାମିଲ କରିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି କୋଶଳ ସଂଗଠନର ବିରୋଧ । ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରିବା ପାଇଁ ଚେତାବନୀ । ଅଧିକ ପଢନ୍ତୁ...

‘ବନ୍ଦେ ଉତ୍କଳ ଜନନୀ’କୁ ପାଠ୍ୟପୁସ୍ତକରେ ସାମିଲକୁ କୋଶଳ ସଙ୍ଗଠନର ବିରୋଧ

author img

By

Published : Jun 29, 2021, 8:45 PM IST

ବରଗଡ: ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀକୁ ସାମିଲ କରିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ଆଜି କୋଶଲ ରାଜ୍ୟ ସମନ୍ମୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ଦିଆଗଲା । ସ୍ଥାନୀୟ ଭଟଲି ଛକ ଠାରୁ ଏକ ରାଲିରେ ବାହାରି ନାରାବାଜି ସହିତ ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ କୋଶଳ ରାଜ୍ୟ ସମନ୍ମୟ ସମିତିର ସଦସ୍ୟ ମାନେ ।

‘ବନ୍ଦେ ଉତ୍କଳ ଜନନୀ’କୁ ପାଠ୍ୟପୁସ୍ତକରେ ସାମିଲକୁ କୋଶଳ ସଙ୍ଗଠନର ବିରୋଧ

ରାଜ୍ୟ ଶିକ୍ଷା ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବନ୍ଦେ ଉତ୍କଳ ଜନନୀ ଗୋଟିଏ ଗୀତ ଯାହା କେବଳ ଉତ୍କଳକୁ ବର୍ଣ୍ଣନା କରୁଛି । ଯାହାକୁ ବିରୋଧ କରିବା ସହିତ ପ୍ରତ୍ୟାଖ୍ୟାନ କରାଯାଉ ବୋଲି ଦାବି କରିଛନ୍ତି କୋଶଳ ସମନ୍ବୟ ସମିତି ଏବଂ ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ବିରାଟ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ତେବେ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ଚଳାଇ ଆସୁଥିବା କୋଶଳ ରାଜ୍ୟ ସମନ୍ଵୟ ସମିତି ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ପାଠ୍ୟ ପୁସ୍ତକରେ ସାମିଲ କରାଯିବା ନିଷ୍ପତ୍ତି ଘଟଣାକୁ ଦୃଢ଼ ବିରୋଧ କରୁଛି ଏବଂ ଏପରି କରାଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନିଜର ପ୍ରତିକ୍ରିୟା ରଖିଛି ।

ବରଗଡରୁ ରାଜେଶ ସରାପ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.