ETV Bharat / state

ଜାତୀୟ କର୍କଟ ବିଜେତା ଦିବସ ପାଳନ କରିବ ଫାଇଟର୍ସ ଗ୍ରୁଫ, ସାମିଲ ହେବାକୁ ଆହ୍ବାନ - ଜୁନ ମାସର ପ୍ରଥମ ରବିବା କର୍କଟ ବିଜେତା ଦିବସ

ଜୁନ୍‌ ମାସର ପ୍ରଥମ ରବିବାକୁ କର୍କଟ ବିଜେତା ଦିବସ ଭାବେ ପାଳନ କରାଯାଏ । ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିବ ବରଗଡ ଫାଇଟର୍ସ ଗ୍ରୁପ । ଅଧିକ ପଢନ୍ତୁ

ଜାତୀୟ କର୍କଟ ବିଜେତା ଦିବସ ପାଳନ କରିବ ବରଗଡ଼ର ଫାଇଟର୍ସ ଗ୍ରୁଫ

author img

By

Published : May 28, 2023, 8:07 PM IST

ଜାତୀୟ କର୍କଟ ବିଜେତା ଦିବସ ପାଳନ କରିବ ବରଗଡ଼ର ଫାଇଟର୍ସ ଗ୍ରୁଫ

ବରଗଡ: ପ୍ରତି ବର୍ଷ ଜୁନ ମାସର ପ୍ରଥମ ରବିବାରକୁ ଜାତୀୟ କର୍କଟ ବିଜେତା ଦିବସ ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ଜୁନ୍‌ ମାସର ପ୍ରଥମ ରବିବାର ଜୁନ୍‌ 4 ତାରିଖରେ ପାଳନ କରାଯିବ କର୍କଟ ବିଜେତା ଦିବସ । ଯାହାକୁ ବରଗଡ଼ର ଫାଇଟର୍ସ ଗ୍ରୁପ୍‌ ନିଆରା ଭାବେ ପାଳନ କରିବାକୁ ଯାଉଛି । ଏଥିପାଇଁ ଆଜି ସ୍ଥାନୀୟ ଗାନ୍ଧୀ ଭବନରେ ବରଗଡ଼ ଫାଇଟର୍ସ ଗ୍ରୁଫ ପକ୍ଷରୁ ଏହି ଦିବସ ପାଳନ କରାଯିବ ନେଇ ଏକ ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି । ବରଗଡ଼ର ଜନସାଧାରଣଙ୍କୁ ତଥା କ୍ୟାନ୍ସର ପୀଡ଼ିତ ପରିବାରଙ୍କୁ ଜୁନ୍‌ 4 ତାରିଖରେ ବରଗଡ଼ ଟାଉନ ହଲ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି ।

ଫାଇଟର୍ସ ଗ୍ରୁପ୍‌ ସଦସ୍ୟ ପ୍ରତିଭା ବାରିକ କହିଛନ୍ତି,‘‘ଭାରତରେ ପାଖାପାଖି ୧୮ ନିୟୁତ ବୃଦ୍ଧ ବୃଦ୍ଧା ଭୂମିହୀନ, ଦାରିଦ୍ର୍ୟରେ ବାସ କରୁଥିବା ବରିଷ୍ଠ ନାଗରିକମାନେ ନିଜ ପରିବାର ଦ୍ୱାରା ପରିତ୍ୟାଗର ସମ୍ମୁଖୀନ ହୁଅନ୍ତି । କାରଣ ସେମାନେ ରୋଜଗାର କରିପାରିବେ ନାହିଁ । ଅନେକ ଥର, ସେମାନଙ୍କୁ ବଞ୍ଚିବା ପାଇଁ ଭିକ ମାଗିବାକୁ ପଡ଼େ । ଅନେକ ବୃଦ୍ଧ ଏକାକୀ ରହିଯାଆନ୍ତି, ଯେତେବେଳେ ସେମାନଙ୍କର ପିଲାମାନେ ଭଲ ଜୀବିକା ସନ୍ଧାନରେ ସହରକୁ ଯାଆନ୍ତି । ସେମାନଙ୍କ ସହିତ ବରଗଡର କ୍ୟାନ୍ସର ସରଭାଇବର ଫାଇଟର୍ସ ଗୃପ୍‌ ଆସନ୍ତା ୪ଜୁନ ଦିନ ଏଥର ଜାତୀୟ କର୍କଟ ବିଜେତା ଦିବସ ପାଳନ କରିବ । ଦେଶରେ ମୁଖ୍ଯତଃ ପୁରୁଷ କ୍ୟାନସର ପୀଡ଼ିତଙ୍କ ତୁଳନାରେ ମହିଳା କ୍ୟାନସର ପୀଡ଼ିତଙ୍କ ସଂଖ୍ଯା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଏଭଳି ପରିସ୍ଥିତିରେ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସଚେତନ କରିବା ପାଇଁ "କ୍ୟାନ୍ସର ପ୍ରଭାବରେ ମହିଳା" ପ୍ରସଙ୍ଗରେ ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ସୁପ୍ରସିଦ୍ଧ ମହିଳା କ୍ୟାନ୍ସର ବିଶେଷଜ୍ଞ ଡ. ମୈନ ରୟ ଏବଂ ଡକ୍ଟର ଆଲୋକ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିବେ । କ୍ୟାନ୍ସର ପ୍ରସଙ୍ଗରେ ସିଧାସଳଖ ଡାକ୍ତରଙ୍କ ସହିତ ବାର୍ତ୍ତା ବିନିମୟ କରିବା ସୁଯୋଗ ପାଇବେ । ତେଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ଯାରେ ମହିଳାମାନେ ସାମିଲ ହେବାକୁ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଅନୁରୋଧ କରାଯାଇଛି ।’’

ଏହା ବ୍ୟତୀତ ଫାଇଟର୍ସ ଗ୍ରୁପ୍‌ର ପ୍ରତିଷ୍ଠାତା ସ୍ବର୍ଗୀୟା ଫାଇଟର୍ସ ବିନ୍ଧ୍ୟବାସିନୀ ଷଡଙ୍ଗୀଙ୍କ ସମ୍ମାନରେ କ୍ୟାନ୍ସର ପୀଡିତଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଶିକ୍ଷକ ଦିବସ ସାହୁଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଫାଇଟର୍ସ ଗ୍ରୁପ ଟ୍ରଷ୍ଟର ଅଧ୍ଯକ୍ଷ ଅଶ୍ବିନୀ କୁମାର ଦର୍ଜୀ, ଉପସଭାପତି ମୀନତି ପତି, ସାଧାରଣ ସମ୍ପାଦକ ବିଶ୍ବଜିତ ବାରିକ, ପ୍ରତିଭା ବାରିକ, ସତ୍ୟଜିତ ଦାଶ ଏବଂ ରବିନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.