ETV Bharat / state

ସ୍ତ୍ରୀକୁ ଜାଳି ସ୍ବାମୀର ଆତ୍ମହତ୍ୟା, ପରକୀୟା ପ୍ରୀତି ସନ୍ଦେହ - ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା

ପରିକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଜାଳିଲା ସ୍ବାମୀ । ପରେ ନିଜେ ଆତ୍ମହତ୍ୟା କରିଛି ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ବାଞ୍ଚ୍ଥାନଗର ଗାଁରେ । ଅଧିକ ପଢନ୍ତୁ...

ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା,ପରକୀୟା ପ୍ରୀତି ସନ୍ଦେହ
ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା,ପରକୀୟା ପ୍ରୀତି ସନ୍ଦେହ
author img

By

Published : Jan 15, 2020, 11:42 PM IST

ବରଗଡ଼: ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟର ବାଞ୍ଚ୍ଥାନଗର ଗାଁରେ । ଏପରି କରିବା ପଛରେ ପ୍ରକୃତ କାରଣ ଜଣାପଡି ନଥିବାବେଳେ, ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି ।

ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା,ପରକୀୟା ପ୍ରୀତି ସନ୍ଦେହ

ଉକ୍ତ ଗାଁର 48 ବର୍ଷୀୟ ମହେଶ୍ବର 17 ବର୍ଷ ତଳେ ସୁଶ୍ରୀତା ସାହୁଙ୍କୁ ବିବାହ କରିଥିଲେ । ମହେଶ୍ବର ପୂର୍ବରୁ ସିଆରପିଏଫରେ କାର୍ଯ୍ୟରତ ଥିଲେ । ହେଲେ କୌଣସି କାରଣବଶତଃ ସେ ଚାକିରି ଛାଡି ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ । ହେଲେ ଆଜି ମକର ସଂକ୍ରାନ୍ତି ଥିବାରୁ ପୁରା ପରିବାର ମନ୍ଦିରକୁ ଯାଇଥିବାବେଳେ ପରେ ସ୍ବାମୀ ସ୍ତ୍ରୀ ଘରକୁ ଫେରିଆସିଥିଲେ । ଘରକୁ ଆସି ସୁଶ୍ରୀତା ଫୋନ ଯୋଗେ ଅନ୍ୟ ଏକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବା ଦେଖି ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ମହେଶ୍ବର ଘର ବାଡିପଡେ ନିଆଁ ଲଗାଇ ଦେବା ପରେ ନିଜେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରୁଛି ପୋଲିସ ।

ସେପଟେ, ଘଟଣାସ୍ଥଳରେ ଗାଇସିଲେଟ ପୋଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ପରିବାରର 2 ଝିଅ ବାପାମା’ ଛେଉଣ୍ଡ ହୋଇଯାଇଥିବାବେଳେ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା | ସ୍ଵାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ବିଶ ଖାଇ ଆତ୍ମହତ୍ୟା କରିଥିବା ଘଟଣା ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି | ଏପରି ଘଟଣା ଘଟିଛି ବରଗଡ ଜିଲା ଗାଇସିଲେଟ ଥାନା ଅନ୍ତର୍ଗତ ବାଞ୍ଛାନଗର ଗ୍ରାମରେ | ସ୍ତ୍ରୀକୁ ସ୍ଵାମୀର ହତ୍ୟା ଓ ପରେ ଆତ୍ମହତ୍ୟା କରିବାର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ଅବୈଧ ସମ୍ପର୍କ ସନ୍ଦେହ କରି ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅନୁମାନ କରୁଛି ପୋଲିସ |
Body:ସୂଚନା ଅନୁଯାୟୀ ଗାଇସିଲେଟ ଥାନା ଅନ୍ତର୍ଗତ ବାଞ୍ଛା ନଗର ଗ୍ରାମର ୪୮ ବର୍ଷର ମହେଶ୍ଵର ସାହୁ ୧୭ ବର୍ଷ ତଳେ ସ୍ତ୍ରୀ ସୁଶ୍ରୀତା ସାହୁଙ୍କୁ ବାହା ହୋଇଥିଲେ | ମହେଶ୍ଵର ପୂର୍ବରୁ C R P F ରେ କାର୍ଯ୍ୟରତ ଥିବାବେଳେ କୌଣସି କାରଣରୁ ସେ ଚାକିରୀ ଛାଡି ଗାଁ ରେ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀ ସହ ପୁରା ପରିବାର ରହୁଥିଲେ |ଆଜି ସକାଳୁ ମକର ସଂକ୍ରାନ୍ତି ପାଇଁ ପୁରା ପରିବାର ମନ୍ଦିରକୁ ଯାଇଥିଲେ | ଦୁଇ ଝିଅ ମନ୍ଦିରରେ ଥିବା ବେଳେ ସ୍ଵାମୀ ସ୍ତ୍ରୀ ଘରକୁ ଫେରିଥିଲେ ଏବଂ ଘରକୁ ଫେରିବା ପରେ ସ୍ତ୍ରୀ ସୁଶ୍ରୀତା କୁ ଅନ୍ୟ ବ୍ୟକ୍ତି ସହ କଥାବାର୍ତ୍ତା ହେଉ ଥିବା ଦେଖି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ତେବେ ମହେଶ୍ଵର ସନ୍ଦେହରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ତାଙ୍କୁ ଘର ବାଡ଼ିପଟେ ନିଆ ଲଗାଇଦେଇଥିଲେ ଓ ପରେ କୀଟନାଶକ ଖାଇ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବେ ବୋଲି ପୋଲିସ ସନ୍ଦେହ କରିଛି |
ତେବେ ଘଟଣା ସ୍ଥଳକୁ ଗାଇସିଲେଟ ପୋଲିସ ପହଞ୍ଚି ଉଭୟ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇ ପଠାଇଛି | ଏହି ଘଟଣାରେ ପରିବାରର ଦୁଇ ଝିଅ ଏବେ ଅନାଥ ହୋଇଯାଇଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି |
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.