ETV Bharat / state

ବିନା ଏକ୍ସପାଏରୀରେ ଖତ ଖାଉଛି ଗଦାଗଦା ମେଡିସିନ୍ - dustbin

କୋରୋନା ପରି ମହାମାରୀ ସମୟରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଯେତେ ଜରୁରୀ ଔଷଧ ଯୋଗାଇଦେବା ମଧ୍ୟ ତା ଠାରୁ ଅଧିକ ଜରୁରୀ ହୋଇପଡିଛି । ମାତ୍ର ବରଗଡ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି କେତେ ଯତ୍ନବାନ ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ । ଅଧିକ ଖବର ପଢନ୍ତୁ...

ବିନା ଏକ୍ସପାଏରୀରେ ଖତ ଖାଉଛି ଗଦାଗଦା ମେଡିସିନ୍

author img

By

Published : Aug 16, 2020, 10:10 PM IST

ବରଗଡ: କୋରୋନା ପରି ମହାମାରୀ ସମୟରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଯେତେ ଜରୁରୀ ଔଷଧ ଯୋଗାଇଦେବା ମଧ୍ୟ ତା ଠାରୁ ଅଧିକ ଜରୁରୀ ହୋଇପଡିଛି । ମାତ୍ର ବରଗଡ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି କେତେ ଯତ୍ନବାନ ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ । ବର୍ତ୍ତମାନ ପରି ମହାମାରୀ ସମୟରେ ଔଷଧ ଲୋକଙ୍କ ଜୀବନ ବଞ୍ଚାଇବାରେ ବରଦାନ ସ୍ବରୁପ ହୋଇଥିବା ବେଳେ କିନ୍ତୁ ଲକ୍ଷାଧିକ ଟଙ୍କାର ଭଲ ଔଷଧ ସବୁ ଫିଙ୍ଗି ଦିଆଯାଇଥିବା ଘଟଣା ବରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ବିନା ଏକ୍ସପାଏରୀରେ ଖତ ଖାଉଛି ଗଦାଗଦା ମେଡିସିନ୍

ବିନା ଏକ୍ସପାରୀରେ ବ୍ୟାପକ ମାତ୍ରାରେ ଔଷଧ ଅଳିଆ ଗଦାରେ ପଡିରହିଛି । କୋରୋନା ସଂକ୍ରମଣ ଭୟରେ ରୋଗୀ ମାନେ ଡାକ୍ତରଖାନାକୁ ଯିବା ପାଇଁ ଭୟ କରୁଥିବା ବେଳେ କେବଳ ଔଷଧରେ ହିଁ କାମ ଚଳାଇ ଦେଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ନିରାମୟ ଯୋଜନାରେ ଲୋକଙ୍କୁ ମାଗଣାରେ ଔଷଧ ବିତରଣ କରୁଥିବା ବେଳେ କିନ୍ତୁ ସରକାରୀ ଔଷଧ ସବୁ ଖତଖାଉଛି ଖତଗଦାରେ ।

ବରଗଡ ଟାଉନରେ ରହିଥିବା ଡାକ୍ତରଖାନା ଭିତରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଅଳିଆଗଦାରେ ପଡିରହିଛି । ଯାହା ଡାକ୍ତରଖାନା କର୍ତ୍ତୃପକ୍ଷ ମୂଷା କାଟି ଦେବାରୁ ଖରାପ ହୋଇଯାଇଥିବାରୁ ଔଷଧ ଗୁଡିକୁ ଫିଙ୍ଗିଦିଆଯାଇଛି ବୋଲି ଜଣାଇଛନ୍ତି । ତେବେ ସରକାରୀ ଔଷଧର କେତେ ଯତ୍ନ ନିଆଯାଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡିଯାଉଛି । ସତରେ "ସରକାର କା ମାଲ୍ ଦରିଆ ମେ ଡାଲ " ଉକ୍ତି ଟିକୁ ସତ୍ୟ ପ୍ରମାଣିତ କରିଦେଇଛନ୍ତି ବରଗଡ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.