ETV Bharat / state

ବରଗଡରୁ ବିପୁଳ ପରିମାଣର କଫ୍‌ ସିରପ ଜବତ, ଜଣେ ଗିରଫ

author img

By

Published : Apr 24, 2022, 7:52 PM IST

Updated : Apr 24, 2022, 9:20 PM IST

ବରଗଡ଼ ଅବକାରୀ ବିଭାଗ ଭଟଲି ବ୍ଲକ ଅନ୍ତର୍ଗତ ବଡ଼ମାଳ ଗ୍ରାମର ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ଚଢାଉ କରି ୧୩୯୦ ବୋଲର କଫ୍‌ ସିରପ ଜବତ ସହ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

huge amount of cough syrup seized in Bargarh, one arrested
1390 ବୋତଲ କଫ ଶିରଫ ଜବତ, ଜଣେ ଗିରଫ

ବରଗଡ: ଜବତ ହେଲା ବିପୁଳ ପରିମାଣର କଫ ସିରପ । ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଡ଼ମାଳ ଗ୍ରାମର ସୂର୍ଯ୍ୟକାନ୍ତ ସାହୁଙ୍କ(୪୩) ଘରୁ ୧୩୯୦ ବୋତଲ କଫ ସିରପ ଜବତ ହୋଇଛି । ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରାଯାଇଥିଲା ।

ସୂଚନା ଅନୁଯାୟୀ, ସୂର୍ଯ୍ୟକାନ୍ତଙ୍କ ଘରେ ବିପୁଳ ପରିମାଣର କଫ ସିରପ ଗଚ୍ଛିତ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଓ ନିରୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ ଓ ରଶ୍ମିତା ଲାକ୍ରାଙ୍କ ନେତୃତ୍ୱରେ ଏକ ଟିମ ସୂର୍ଯ୍ୟକାନ୍ତଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା । ଏଥିରେ ୧୩୯୦ ବୋତଲ କଫ ସିରପ ଜବତ ହୋଇଛି । ଏଥିସହ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସାହୁକୁ ମଧ୍ୟ ଗିରଫ କରିଛି ବରଗଡ଼ ଅବକାରୀ ବିଭାଗ ।

ବରଗଡରୁ ବିପୁଳ ପରିମାଣର କଫ୍‌ ସିରପ ଜବତ, ଜଣେ ଗିରଫ

କଫ ସିରପ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ଚୋରାଚାଲାଣ ହେଉ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଆଶିଷ ସିଂ ସମସ୍ତ ଜିଲ୍ଲାର ବରିଷ୍ଠ ଅବକାରୀ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜବତ କଫ ସିରପର ଆନୁମାନିକ ମୂଲ୍ୟ ତିନି ଲକ୍ଷ ହେବ ବୋଲି ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।

ତେବେ ଆଜି ମୁଖ୍ୟ ଅଭିଯୁକ୍ତକୁ କେସ୍‌ ନମ୍ୱର ୨୧ (b) NDPS 1985 Act ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ଇନସ୍ପେକ୍ଟର ରଶ୍ମିତା ଲାକ୍ରାଙ୍କ ସହ ଅଶୋକ କୁମାର ପଟେଲ୍, ଉଷାବତି ଗୌଡ, ଯୁବରାଜ ବାଗ୍, ବୃନ୍ଦାବତୀ ଭୁଏ, ବିନୋଦ ତିର୍କୀ, ପ୍ରଦୀପ ସାହୁଙ୍କ ସହ ଅତାବିରା ଅବକାରୀ ମୋବାଇଲ୍ ଟିମ୍ ସହ ୨୨ ଜଣିଆ ଟିମ୍ ଏହି ଚଢଉରେ ସାମିଲ ଥିଲେ ।

ବରଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Apr 24, 2022, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.